• ବେତାର ବ୍ୟୁରୋ

ନର୍ସଙ୍କ ଟିକଟକ ଭିଡିଓ : ଏଣିକି ମେଡିକାଲରେ ଉଭୟ ନର୍ସ, ଡାକ୍ତରଙ୍କୁ ମୋବାଇଲ  ମନା


(ବେତାର ବ୍ୟୁରୋ) ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟର ଏସଏନସିୟୁ (ସ୍ୱତନ୍ତ୍ର ନବଜାତ ଶିଶୁ ଯତ୍ନ ୟୁନିଟ)ରେ କାର୍ଯ୍ୟରତ ନର୍ସ ଟିକଟକରେ ମାତିବା ଘଟଣା ପରେ ମେଡିକାଲ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଏପରି ଭବିଷ୍ୟତରେ ଆଉ ଯେପରି ନ ହୁଏ ସେଥିପ୍ରତି ଦୃଷ୍ଟି ଦେଇ ମେଡିକାଲ କର୍ତ୍ତୃପକ୍ଷ ଡାକ୍ତରଖାନାର ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମୋବାଇଲ ଫୋନ ନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। 

୪ ବିଭାଗକୁ କର୍ମଚାରୀ ନେଇପାରିବେନି ଫୋନ ଆଇସିୟୁ, ଅପରେଶନ ଥିଏଟର, ଲେବର ରୁମ୍, ସ୍ୱତନ୍ତ୍ର ନବଜାତ ଶିଶୁ ଯତ୍ନ ୟୁନିଟ ଆଦି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଫୋନକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଥିବା ସିଡିଏମଓ ସୂଚନା ଦେଇଛନ୍ତି । ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସମେତ ଡାକ୍ତର ମଧ୍ୟ ଏହି ବିଭାଗରେ ଡ୍ୟୁଟି ସମୟରେ ଆଦୌ ଫୋନ ବ୍ୟବହାର କରିପାରିବେନି ବୋଲି ସେ ପ୍ରକାଶ କରିଛନ୍ତି । 

ଜରୁରୀ ସ୍ଥିତିରେ ମେଡିକାଲ କରିବ ଫୋନ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଡାକ୍ତର ତଥା ମେଡିକାଲ କର୍ମଚାରୀ ଫୋନ ବ୍ୟବହାର କରିପାରିବେନି ବୋଲି ନିର୍ଦ୍ଦେଶ ଦିଆଯିବା ପରେ ସେମାନେ ଯେପରି ଆବଶ୍ୟକ ସମୟରେ ହଇରାଣ ନ ହେବେ ସେଥିପାଇଁ ବ୍ୟବସ୍ଥା କରାଯାଇଥିବା କୁହାଯାଇଛି । ଡାକ୍ତରଖାନାର ଏହି ବିଭାଗଗୁଡିକରେ ଏକ ମୋବାଇଲ ଫୋନ ରଖାଯିବ ବୋଲି ସ୍ଥିର ହୋଇଛି । ଜରୁରୀ ସମୟରେ ଡାକ୍ତର କର୍ମଚାରୀ ମେଡିକାଲର ଏହି ଫୋନକୁ ବ୍ୟବହାର କରିପାରିବେ । 

ନିର୍ଦ୍ଦେଶ ନ ମାନିଲେ କାର୍ଯ୍ୟାନୁଷ୍ଠାନ ଏହି ନିର୍ଦ୍ଦେଶନାମାକୁ ନ ମାନିଲେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି । ନିୟମ ଅନୁଯାୟୀ ସେମାନଙ୍କୁ ଦଣ୍ଡିତ କରାଯିବ ବୋଲି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ଜିଲା ମୁଖ୍ୟ ଚିକିତ୍ସାଳୟର ଏସଏନସିୟୁରେ କାର୍ଯ୍ୟରତ ୪ ଜଣ ନର୍ସ ଗତ ଜୁନ ୨୬ରେ ଫିଲ୍ମ ଗୀତରେ କରିଥିବା ଟିକଟିକ ଭିଡିଓ ଭାଇରାଲ ହୋଇଥିଲା । ଏହା ପରେ ସମ୍ପୃକ୍ତ ୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ସହ ବାଧ୍ୟତାମୂଳକ ଛୁଟିରେ ପଠାଯାଇଛି ।

#news #tiktokvideo #OddNews

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon