• ବେତାର ବ୍ୟୁରୋ

ଅଫିସ୍ ଗସିପ୍ ପିଛା ଛାଡୁନି?  ଜାଣନ୍ତୁ କିପରି ମୁକ୍ତି ପାଇବେ ଏଥିରୁ


(ବେତାର ବ୍ୟୁରୋ) କର୍ମକ୍ଷେତ୍ରରେ ଅଧିକାଂଶ ସମୟରେ କୌଣସି ମହିଳା ବା ପୁରୁଷ କର୍ମଚାରୀ ଅଫିସ୍ ପରିସରରେ ଚର୍ଚ୍ଚାର ପରିସରରେ ରହିଥାନ୍ତି । ସେମାନଙ୍କ ନାଁରେ ଅପପ୍ରଚାର ହେଉଥିବା ଜାଣିବା ପରେ ଅନେକେ ମାନସିକ ସ୍ତରରେ ଅଶାନ୍ତ ରହିଥାନ୍ତି । ହେଲେ ଏପରି ଅପପ୍ରଚାରର ଶିକାର ହେବା କୌଣସି ଅଜବ କିମ୍ବା ନୂଆ କଥା ନୁହେଁ । 

ବିଭିନ୍ନ ଅଫିସରେ ଏପରି ଉଦାହରଣ ଅନେକ ମିଳିଥାଏ ଯେଉଁଠି କିଛି କର୍ମଚାରୀ ସେମାନଙ୍କ ସହକର୍ମୀଙ୍କଠାରୁ ବିଭିନ୍ନ କଥା ଶୁଣିଥାନ୍ତି । ହେଲେ ଖୁବ୍ କମ୍ ଜଣ ଏ ସବୁରୁ ନିଜକୁ ଦୂରେଇ ରଖି କାମ ପ୍ରତି ଏକାଗ୍ରତା ଆଣିପାରିଥାନ୍ତି ।

ଜାଣନ୍ତୁ କିପରି ଏପରି ସ୍ଥିତିରୁ ନିଜକୁ ମୁକୁଳାଇ ଏକ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି କରିପାରିବେ ।

ମାନସିକ ଦୃଢତା ବଜାୟ ରଖନ୍ତୁ ଚର୍ଚ୍ଚା, ସମାଲୋଚନାର ଶିକାର ହେବା ପରେ ଅନେକେ ମାନସିକ ସ୍ତରରେ ଦୁର୍ବଳ ହୋଇଯିବା ଦେଖାଯାଏ । ହେଲେ ନିଜକୁ ଏଥିରୁ ଦୂରେଇ ରଖନ୍ତୁ । ଚର୍ଚ୍ଚାର ପରିସରକୁ ଆସିଲେ ଏହାକୁ ସକାରାତ୍ମକ ଢଙ୍ଗରେ ଗ୍ରହଣ କରି ମାନସିକ ସ୍ତରରେ ଦୃଢ ରୁହନ୍ତୁ । ଏଥିସହ  ପ୍ରଗାଢ ଆତ୍ମବିଶ୍ୱାସ ରଖନ୍ତୁ । ଏହା ଦ୍ୱାରା ସମାଲୋଚନା ଆପଣଙ୍କୁ କୌଣସି କ୍ଷତି ପହଞ୍ଚାଇବ ନାହିଁ ।

କାମରେ ଏକଗ୍ରତା ରଖନ୍ତୁ ସମାଲୋଚନାର ଶିକାର ହେବା ଯୋଗୁ ବହୁ କର୍ମଚାରୀ ସେମାନଙ୍କ କାମରେ ଧ୍ୟାନ ଦେଇପାରି ନ ଥାନ୍ତି । ଫଳରେ ସେମାନଙ୍କ ପରଫରମାନ୍ସ ବା ପ୍ରଦର୍ଶନ ଉପରେ ଏହାର କୁପ୍ରଭାବ ପଡିଥାଏ । ତେଣୁ ଚର୍ଚ୍ଚା ଆଡକୁ ଧ୍ୟାନ ନ ଦେଇ ନିଜ କାମ ଉପରେ ଅଧିକ ଏକାଗ୍ରତା ରଖନ୍ତୁ । କାରଣ ଆପଣଙ୍କ ଉନ୍ନତି ସମସ୍ତ ଅପପ୍ରଚାରକାରୀଙ୍କ ମୁହଁ ବନ୍ଦ କରିପାରିବ ।

ସହକର୍ମୀଙ୍କଠାରୁ ଉନ୍ନତ ଓ ସ୍ମାର୍ଟ ଚିନ୍ତା କରନ୍ତୁ ଚର୍ଚ୍ଚାକୁ ପ୍ରତିହତ କରିବା ପାଇଁ ଆପଣ ସହକର୍ମୀଙ୍କଠାରୁ ସ୍ମାର୍ଟ ଚିନ୍ତା କରନ୍ତୁ । ଯଦି ଆପଣଙ୍କୁ କେହି କୌଣସି କଥାରେ ଚର୍ଚ୍ଚାକୁ ଆଣୁଛନ୍ତି  ତେବେ ଏହି ଗସିପ ପୂର୍ବାପେକ୍ଷା ଅଧିକ ମଜାଦାର ବୋଲି କହି ପାରିବେ । ଫଳରେ ଏପରି ଚର୍ଚ୍ଚା ଆପଣଙ୍କ ଉପରେ କୌଣସି ପ୍ରଭାବ ପକାଉନାହିଁ ବୋଲି ଅପରପକ୍ଷ ଅନୁଭବ କରିବେ ।

ବାଣ୍ଟନ୍ତୁ ନାହିଁ ବ୍ୟକ୍ତିଗତ କଥା ଅଫିସରେ ସହକର୍ମୀଙ୍କ ସହ ନିଜ ବ୍ୟକ୍ତିଗତ କଥା କିମ୍ବା ସମସ୍ୟା ବାଣ୍ଟନ୍ତୁ ନାହିଁ । ଏହା ସେମାନଙ୍କ ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇପାରେ । ସର୍ବଦା ନିଜକୁ ପ୍ରଫେସନାଲ ରଖନ୍ତୁ ଏବଂ ଆବଶ୍ୟକ ହିସାବରେ ସହକର୍ମୀଙ୍କ ସହ ମିଶନ୍ତୁ ।

#LifeHack #officelife #CorpotateJob

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon