• ବେତାର ବ୍ୟୁରୋ

ଓଡିଶାରେ 82 ଅଡିଟର ପଦବୀ ପାଇଁ ହେଲାଣି 13,400 ଆବେଦନ ; ଜାଣନ୍ତୁ ଶେଷ ତାରିଖ


(ବେତାର ବ୍ୟୁରୋ) ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ତରଫରୁ 82ଟି ଲୋକାଲ ଫଣ୍ଡ ଅଡିଟର ପଦବୀରେ କଣ୍ଟ୍ରାକଚୁଆଲ ନିଯୁକ୍ତି ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟାରେ ଆଗ୍ରହୀ ପ୍ରାର୍ଥୀମାନେ ଜୋରସୋରରେ ଭାଗ ନେଉଛନ୍ତି । ଚଳିତ ବର୍ଷ ଜୁନ 12 ତାରିଖରୁ ଆରମ୍ଭ ହେଇଥିବା ଏହି ଆବେଦନ ପ୍ରକ୍ରିୟାରେ ଏ ଯାବତ ପ୍ରାୟ 13400 ଜଣ ପ୍ରାର୍ଥୀ ଆବେଦନ କରି ସାରିଲେଣି । ଏହି ପ୍ରକ୍ରିୟା ଜୁଲାଇ 11 ଯାଏଁ ଚାଲିବ । ଯଦି ଏ ଆପଣ ଏ ଯାଏଁ ଆବେଦନ କରି ନାହାନ୍ତି, ଓ ଏହି ପଦବୀ ପାଇଁ ପରୀକ୍ଷା ଦେବାକୁ ଇଚ୍ଛୁକ ତେବେ ଜାଣି ରଖନ୍ତୁ ଏହା ବିଷୟରେ ଅଧିକ ତଥ୍ୟ ।

ଆବେଦନ ତାରିଖ

ଏହି ଆବେଦନ ତାରିଖ ଜୁନ 12 ଠାରୁ ଆରମ୍ଭ ହେଇ ସାରିଛି । ପ୍ରାର୍ଥୀମାନେ http://www.ossc.gov.in/ ୱେବସାଇଟ ଯାଇ ସେଠାରେ ଅନଲାଇନ ଆପ୍ଲିକେସନ ଫର୍ମ (ONLINE APPLICATION FORM) ଲିଙ୍କରେ ଯାଇ ଜୁଲାଇ 11 ତାରିଖ ଭିତରେ ଆବେଦନ କରିପାରିବେ ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ଲୋକାଲ ଫଣ୍ଡ ଅଡିଟ ପାଇଁ 80 ଟି ଓ ESI ଅଫିସ ପାଇଁ 2 ଟି ଏହିପରି ସର୍ବମୋଟ 82 ଟି ପଦବୀ ପ୍ରକାଶ ପାଇଛି । ତେବେ ଏଥିମଧ୍ୟରୁ 47 ଟି ପଦବୀ ଅନୁସୂଚିତ ଜାତି ଓ ଆଦିବାସୀ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି ।

ଏହି ପଦବୀ ମାନଙ୍କ ମଧ୍ୟରେ ମହିଳା, ଦିବ୍ୟାଙ୍ଗ, ପୂର୍ବତନ ସେନା କର୍ମଚାରୀମାନଙ୍କ ପାଇଁ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ । ତେବେ SEBCଙ୍କ ପାଇଁ ଏହି ନିଯୁକ୍ତି ପ୍ରକ୍ରିୟାରେ କୌଣସି ସଂରକ୍ଷଣ ବ୍ୟବସ୍ଥା କରାଯାଇନାହିଁ ।

ଦରମା

ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ଟ୍ରେନିଙ୍ଗ ପିରିୟଡ ପରେ ଓଡିଶା ସରକାର ଙ୍କ ଗ୍ରୁପ ବି ପଦବୀ ର ଦରମା ଅନୁଯାୟୀ ଟ.13,500 ଚୁକ୍ତି ଭିତ୍ତିକ (ମୂଳ ଦରମା ଟ 9200+ ଗ୍ରେଡ ପେ ଟ.4300)ମାସିକ ଦରମା ପ୍ରଦାନ କରାଯିବ ।

ବୟସସୀମା

ଏହି ପଦବୀ 2017 ମସିହା ପାଇଁ ପୂରଣ ହେଉଥିବାରୁ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ଜାନୁୟାରୀ 1 2017 ସୁଦ୍ଧା ସର୍ବାଧିକ 32ବର୍ଷ ଓ ସର୍ବନିମ୍ନ 21 ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କ ପାଇଁ ଓ ଅନ୍ୟାନ୍ୟ ସଂରକ୍ଷିତ ବର୍ଗଙ୍କ ପାଇଁ ସର୍ବାଧିକ ବୟସସୀମା କୋହଳ ବ୍ୟବସ୍ଥା ରହିଛି ।

ଶିକ୍ଷାଗତ ଯୋଗ୍ୟତା

ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ କୌଣସି ସ୍ଵୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ ଓ ଅନୁଷ୍ଠାନରୁ

ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ।

ପରୀକ୍ଷା ପଦ୍ଧତି

ଏହି ପଦବୀ ପାଇଁ ଦୁଇଟି ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମେ 100 ମାର୍କର ପ୍ରିଲିମ ଓ ପରେ 200 ମାର୍କ

ର ମେନ ପରୀକ୍ଷା ଅନୁଷ୍ଠିତ ହେବ । ଉଭୟ ପ୍ରିଲିମ ଓ ମେନ ପରୀକ୍ଷାରେ ଦଶମ ଶ୍ରେଣୀ ସ୍ତରର ଗଣିତ, ସାଧାରଣ ଜ୍ଞାନ , ଓଡିଆ ଓ ଇଂରାଜୀ ପ୍ରଶ୍ନପତ୍ର ଆସିବ । ଏହା ପରେ ଏକ କମ୍ପ୍ୟୁଟର ସ୍କିଲ ଟେଷ୍ଟ ଓ ଶେଷରେ ସାକ୍ଷାତକାର ହେବ ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ http://www.ossc.gov.in/pdf/Advt.%20for%20CA-2017.pdf ରେ ଲଗଇନ କରନ୍ତୁ।

ଆବେଦନ ଫି’

ଏହି ପରୀକ୍ଷା ପାଇଁ ପ୍ରାର୍ଥୀଙ୍କୁ ଟ.100 ର ଆବେଦନ ଫି’ ପଇଠ କରିବାକୁ ପଡିବ । ଏହା କେବଳ ଅନଲାଇନରେ ପଇଠ କରିହେବ । ସଂରକ୍ଷିତ ବର୍ଗଙ୍କ ପାଇଁ କୌଣସି ଫି' ନାହିଁ ।

#jobs #OSSC #OdishaGovt #GovtJob

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon