• ବେତାର ବ୍ୟୁରୋ

ଘର ଖର୍ଚ୍ଚ ନିୟନ୍ତ୍ରଣରେ ରହୁନି? ଏମିତି ପ୍ରସ୍ତୁତ କରନ୍ତୁ ଘର ବଜେଟ


(ବେତାର ବ୍ୟୁରୋ) ଘର ଖର୍ଚ୍ଚକୁ ନେଇ ଅନେକ ସମୟରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିବା ଦେଖାଯାଏ । ଏଥିଯୋଗୁ ବହୁ ସମୟରେ ଦାମ୍ପତ୍ୟ ଜୀବନରେ ମଧ୍ୟ ଫାଟ ସୃଷ୍ଟି ହୋଇଥାଏ । ତେଣୁ ଏ ଦିଗରେ ସାବଧାନ ହୋଇ ବୁଝି ବିଚାରି ପଦକ୍ଷେପ ନେବା ଆବଶ୍ୟକ । 

ଘର ତଥା ନିଜ ପାଇଁ ସାମଗ୍ରୀ କିଣିବା ପୂର୍ବରୁ କିପରି କରିବେ ଖର୍ଚ୍ଚ ଯୋଜନା ଆସନ୍ତୁ ଜାଣିବା ।

ବଦଖର୍ଚ୍ଚ ଉପରେ ରୋକ ଲଗାନ୍ତୁ ପ୍ରଥମେ ଆୟ ଅନୁସାରେ ପରସ୍ପର ଟଙ୍କା ଖର୍ଚ୍ଚ କରିବା ଉପରେ ଧ୍ୟାନ ଦିଅନ୍ତୁ । ଅନେକ ସମୟରେ ଆମେ ଜୋଶରେ ପୋଷାକ ପତ୍ର କିମ୍ବା ଅନ୍ୟାନ୍ୟ ଜିନିଷ କିଣି ନେଇଥାଉ ଯାହାର ସେହି ସମୟରେ ସେତେ ଆବଶ୍ୟକତା ନ ଥାଏ । ତେଣୁ ଏପରି ବଦଖର୍ଚ୍ଚ ଉପରେ ରୋକ ଲଗାନ୍ତୁ । ଯଦି ଆପଣଙ୍କ ପାର୍ଟନର ବେଶୀ ବଦଖର୍ଚ୍ଚୀ ବୋଲି ଅନୁଭବ କରୁଛନ୍ତି ତେବେ ତାଙ୍କ ଉପରେ ରାଗିବା ବଦଳରେ ଏହାକୁ ନେଇ ଉପୁଜୁଥିବା ସମସ୍ୟା ବିଷୟରେ ତାଙ୍କ ସହ ଆଲୋଚନା କରନ୍ତୁ ।

ଏକାଠି ବସି ଘରର ବଜେଟ ପ୍ରସ୍ତୁତ କରନ୍ତୁ ପ୍ରତିମାସରେ ଘର ଖର୍ଚ୍ଚ ପାଇଁ ସ୍ୱତନ୍ତ୍ର ବଜେଟ ବନାନ୍ତୁ । ସ୍ୱାମୀ ସ୍ତ୍ରୀ ଏକାଠି ବସି ସେହି ମାସରେ ନିହାତି ଆବଶ୍ୟକ ଜିନିଷକୁ ପ୍ରଥମେ ତାଲିକାରେ ରଖନ୍ତୁ । ଯେଉଁ ସାମଗ୍ରୀ ପରେ କିଣିଲେ ମଧ୍ୟ ଅସୁବିଧା ନାହିଁ ତେବେ ସେ ବାବଦରେ ଟଙ୍କା ଖର୍ଚ୍ଚ ନ କରି ଏହାକୁ ଆବଶ୍ୟକ ସମୟରେ ବ୍ୟବହାର ପାଇଁ ସଞ୍ଚୟ କରିନିଅନ୍ତୁ ।

ଜଏଣ୍ଟ ଆକାଉଣ୍ଟ ଖୋଲି ଟଙ୍କା ରଖନ୍ତୁ ଯଦି ସ୍ୱାମୀ ସ୍ତ୍ରୀ ଉଭୟେ କର୍ମଜୀବୀ ତେବେ ଘର ଖର୍ଚ୍ଚ ପାଇଁ ଉଭୟଙ୍କ ଯୋଗଦାନ ରହିବା ଆବଶ୍ୟକ। ଏଥିପାଇଁ ଏକ ଜଏଣ୍ଟ ଆକାଉଣ୍ଟ ଖୋଲି ଉଭୟ ସେମାନଙ୍କ ଦରମାରୁ କିଛି ଅର୍ଥ ରଖି ଦିଅନ୍ତୁ । ଏହା ଦ୍ୱାରା ଖର୍ଚ୍ଚ ସୀମିତ ହୋଇପାରି । ଏଥିସହ ଅଧିକ ଟଙ୍କା ଖର୍ଚ୍ଚ ହେଲେ ଏହାର ହିସାବ ଆପଣ ଜାଣିପାରିବେ । ସେହି ଅନୁସାରେ ଖର୍ଚ୍ଚ ପାଇଁ ଉଭୟେ ଯତ୍ନବାନ ହୋଇପାରିବେ ।

#happylife #LifeHack #MetroFamily #FamilyBudget

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon