• ବେତାର ବ୍ୟୁରୋ

ଏଣିକି କଲେଜରେ ଶିକ୍ଷକ ରହିବେ ୭ ଘଣ୍ଟା, ଛାତ୍ରଙ୍କ ୭୫% ଉପସ୍ଥାନ ବାଧ୍ୟତାମୂଳକ


(ବେତାର ବ୍ୟୁରୋ) ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନ ପ୍ରାପ୍ତ କଲେଜ ଅଧ୍ୟକ୍ଷ ଏଣିକି ପ୍ରତିଦିନ ସର୍ବନିମ୍ନ ୭ ଘଣ୍ଟା ଶିକ୍ଷାନୁଷ୍ଠାନରେ ରହିବେ । ଏଥିସହ ଛାତ୍ରଛାତ୍ରୀମାନେ ମଧ୍ୟ ନିୟମିତ କ୍ଲାସ କରିବେ । କୌଣସି ପିଲାଙ୍କ ଉପସ୍ଥାନ ୭୫ ପ୍ରତିଶତରୁ କମ୍ ରହିଲେ ସେ ବାର୍ଷିକ ପରୀକ୍ଷା ଦେବାରୁ ବଞ୍ଚିତ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । 

ଶିକ୍ଷା ବ୍ୟବସ୍ଥାରେ ସୁଧାର ଚିନ୍ତା ଚଳିତ ବର୍ଷ ସରକାରୀ କଲେଜଗୁଡିକରେ ପାସ୍ ହାର ନୈରାଶ୍ୟଜନ କ ହେବାରୁ ଶିକ୍ଷା ବିଭାଗର ଚିନ୍ତା ବଢିଛି । ଏଥିରେ ସୁଧାର ଆଣିବା ପାଇଁ ବିଭାଗ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ସପ୍ତାହେ ପୂର୍ବରୁ ଏ ନେଇ ସମୀକ୍ଷା କରାଯିବା ପରେ ଏହି ନିର୍ଦ୍ଦେଶାନାମା ଜାରି କରାଯାଇଛି।

ଅଧ୍ୟାପକମାନେ ୭ ଘଣ୍ଟା ରହିବାକୁ ବାଧ୍ୟ ସମସ୍ତ କଲେଜରେ ଅଧ୍ୟାପକ ଅଧ୍ୟାପିକାମାନେ ପ୍ରତି କାର୍ଯ୍ୟ ଦିବସରେ ଅତି କମରେ ୭ ଘଣ୍ଟା ରହିବା ବାଧ୍ୟତାମୂଳକ କରାଯାଇଛି । ଶିକ୍ଷାଦାନ ଓ ଏଥିସହ ସଂଶ୍ଲିଷ୍ଟ କାର୍ଯ୍ୟ ଯଥା ଲାଇବ୍ରେରୀ, ଗବେଷଣା କାର୍ଯ୍ୟରେ ମନୋନିଶେ କରିବେ । ଯେଉଁ ଛାତ୍ରଛାତ୍ରୀମାନେ ପଛରେ ନାମ ଲେଖାଇ ଥିବେ ସେମାନଙ୍କ ପାଇଁ ଅତିରିକ୍ତ କ୍ଲାସ କରିବେ । ଏହାସହ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ତଦାରଖ ଓ କଲେଜର ଅନ୍ୟାନ୍ୟ କାର୍ଯ୍ୟରେ କର୍ତ୍ତୃପକ୍ଷଙ୍କୁ ସହଯୋଗ କରିବେ।

ଅତିଥି ଅଧ୍ୟାପକଙ୍କ ପାଇଁ ଲାଗୁ ହେବନି ତେବେ ଏହି ନିୟମ କଲେଜରେ ଅତିଥି ଅଧ୍ୟାପକଙ୍କ ପାଇଁ ଲାଗୁ ହେବନାହିଁ । ସେମାନେ କ୍ଲାସ ଅନୁଯାୟୀ ଦରମା ନେଉଥିବାରୁ ସେମାନଙ୍କୁ ଏଥିରୁ ବାଦ୍ ଦିଆଯାଇଛି।

ଅଭିଭାବକଙ୍କୁ ଜଣାଯିବ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କଲେଜରେ ଛାତ୍ରଛାତ୍ରୀମାନଙ୍କ ଉପସ୍ଥାନର ପର୍ଯ୍ୟାଲୋଚନା କରାଯିବ । କ୍ଲାସରେ ୭୫ ପ୍ରତିଶତରୁ କମ୍ ଉପସ୍ଥାନ ଥିବା ପିଲା ବାର୍ଷିକ ପରୀକ୍ଷା ଦେଇପାରିବେ ନାହିଁ । କଲେଜ ଆସୁ ନ ଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକମାନଙ୍କୁ ଫୋନ୍, ଏସଏମଏସ ଓ ପୋଷ୍ଟ କାର୍ଡ ଜରିଆରେ କଲେଜ କର୍ତ୍ତୃପକ୍ଷ ଅବଗତ କରାଇବେ । ଛାତ୍ର ସଂସଦ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁହେବ ।

#news #education #Career

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon