• ବେତାର ବ୍ୟୁରୋ

ଶ୍ରୀଲଂକାର ବ୍ୟାଟିଂ ନିଷ୍ପତ୍ତି: ଭାରତର ମଧ୍ୟକ୍ରମ ସଜାଡିବାକୁ ସୁଯୋଗ


(ବେତାର ବ୍ୟୁରୋ) ବିଶ୍ୱକପର ଶେଷ ଲିଗ୍ ପର୍ଯ୍ୟାୟ ମ୍ୟାଚ ଶନିବାର ଖେଳ ଆରମ୍ଭ ହେଇ ସାରିଛି । ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ଥିବା ଭାରତ ସେମି ଫାଇନାଲ ପୂର୍ବରୁ ଶ୍ରୀଲଙ୍କାକୁ ଭେଟିଥିବାବେଳେ ଶ୍ରୀଲଂକାଶ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।

ପଏଣ୍ଟ ତାଲିକାର  ସେହିପରି ଶୀର୍ଷରେ ଥିବା ଅଷ୍ଟ୍ରେଲିଆ ମଧ୍ୟ ତାର ଶେଷ ଲିଗ୍ ମ୍ୟାଚ ଦକ୍ଷିଣ ଆଫ୍ରିକା ସହ ଖେଳିବ । ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନ ପାଇଁ ଏହି ଦୁଇ ମ୍ୟାଚ ଗୁରୁତ୍ୱ ରଖିୁଥିବାବେଳେ ଭାରତ ଏହି ମ୍ୟାଚରେ ତାର ମଧ୍ୟକ୍ରମ ସଜାଡିବା ପାଇଁ ସୁଯୋଗ ପାଇବ ।

ଫେରିପାରନ୍ତି କେଦାର, କୁଲଦୀପ ଭାରତର ମଧ୍ୟକ୍ରମରେ ସୁଧାର ପାଇଁ ଅଧିନାୟକ କୋହଲି ପୁଣି  ଥରେ କେଦାର ଯାଦବଙ୍କୁ ଫେରାଇ ଆଣି ପାରନ୍ତି । ଦଳରେ ସ୍ଥାନ ପାଇଥିବା ଋଷଭ ପନ୍ତ ପୂର୍ବ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବାରୁ ତାଙ୍କ ସ୍ଥାନ ମଧ୍ୟ ସୁରକ୍ଷିତ ରହିଛି । ଏହି ମ୍ୟାଚରେ ପନ୍ତଙ୍କ ଆଶା ଅନୁରୂପ ଖେଳିବେ ବୋଲି ଆଶା କରାଯାଉଛି । ସେହିପରି ଗତ ମ୍ୟାଚରେ ଖେଳି ନ ଥିବା ସ୍ପିନ ବୋଲର କୁଲଦୀପ ଯାଦବଙ୍କୁ ମଧ୍ୟ ଏହି ମ୍ୟାଚରେ ଦେଖିବାକୁ ମିଳିପାରେ । 

ଚିନ୍ତାଜନକ ଧୋନିଙ୍କ ଧିମା ବ୍ୟାଟିଂ ଚଳିତ ବିଶ୍ୱକପ୍ରେ ମହେନ୍ଦ୍ର ସିଂ ଧୋନି ସ୍ପିନରଙ୍କ ବିପକ୍ଷରେ ଧିମା ବ୍ୟାଟିଂ କରୁଥିବାରୁ ଏହା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । ମୋଟ ୮୧ଟି ସ୍ପିନ ବଲ୍ ଖେଳି ମାତ୍ର ୪୭ ରନ୍ କରିବାରେ ସକ୍ଷମ ହୋଇଛନ୍ତି । ତେଣୁ ଧୋନିଙ୍କ ଏହି ସମସ୍ୟାକୁ ଦେଖି ତାଙ୍କ ବିପକ୍ଷରେ ଶ୍ରୀଲଙ୍କା ଅଧିନାୟକ ଦିମୁଥ କରୁଣାରତ୍ନେ ବାମହାତୀ ସ୍ପିନର ମିଲିନ୍ଦା ସିରିବର୍ଦ୍ଧନାଙ୍କୁ ଖେଳାଇପାରନ୍ତି ।

୧୫୮ ମ୍ୟାଚରୁ ୯୦ ଜିତିଛି ଭାରତ ପୂର୍ବରୁ ଭାରତ ଓ ଶ୍ରୀଲଙ୍କା ପରସ୍ପରକୁ ଦିନିକିଆ କ୍ରିକେଟରେ ୧୫୮ ଥର ଭେଟିଛନ୍ତି । ଭାରତ ମୋଟ ୯୦ଟି ମ୍ୟାଚ ଜିତିଥିବାବେଳେ ଶ୍ରୀଲଙ୍କା ୫୬ଟିରେ ବିଜୟ ହାସଲ କରିପାରିଛି । କିନ୍ତୁ ବିଶ୍ୱକପ ମ୍ୟାଚରେ ଭାରତ ୮ଟି ମୁକାବିଲାରୁ ମାତ୍ର ୩ଟି ଜିତିଥିବାବେଳେ ଶ୍ରୀଲଙ୍କା ୪ଟି ଜିତି ଆଗୁଆ ଅଛି ।

ଶୀର୍ଷ ସ୍ଥାନ ପାଇଁ ଲଢେଇ ଶେଷ ଲିଗ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ଭେଟିବାକୁ ଯାଉଛି । ଯଦି ଏଥିରେ ଅଷ୍ଟ୍ରେଲିଆ ପରାଜିତ ହୁଏ ଏବଂ ଏପଟେ ଭାରତ ଶ୍ରୀଲଙ୍କାକୁ ହରାଏ ତେବେ ପଏଣ୍ଟ ଟେବୁଲରେ ଭାରତ ଶୀର୍ଷ ସ୍ଥାନ ଅଧିକାର କରିବ । କିନ୍ତୁ ଅଷ୍ଟ୍ରେଲିଆ ଜିତିଲେ ଭାରତ ୨ୟ ସ୍ଥାନରେ ରହିବା ସହ ଆସନ୍ତା ୯ ତାରିଖରେ ସେମିଫାଇନାଲରେ ଇଂଲଣ୍ଡକୁ ଭେଟିବ । ଶୀର୍ଷରେ ରହିଲେ ଭାରତ ତାର ସେମି ଫାଇନାଲ ମ୍ୟାଚ ନ୍ୟୁଜିଲାଣ୍ଡ ସହ ଖେଳି ସୁବିଧା ସ୍ଥିତିରେ ରହିପାରନ୍ତା ।

#cricket #worldcup2019

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon