• ବେତାର ବ୍ୟୁରୋ

ଜାଣନ୍ତୁ : ଅଧାରୁ ଅଧିକ ଖସିଲା ନୋକିଆ ୬.୧ର ଦାମ୍


(ବେତାର ବ୍ୟୁରୋ) ନୋକିଆ ଏହାର ଲୋକପ୍ରିୟ ମଡେଲ ୬.୧ ଫୋନର ମୂଲ୍ୟହ୍ରାସ କରିଛି । କମ୍ପାନୀ ଏହି ଫୋନର ମୂଳ ଦାମଠାରୁ ଅଧାରୁ ଅଧିକ ଟଙ୍କା କମ୍ କରିଛି । ୨୦୧୮ରେ ବଜାରକୁ ଆସିଥିବା ଏହି ଫୋନ ଏବେ କମ୍ ମୂଲ୍ୟରେ ନୋକିଆ ଇଣ୍ଡିଆ ଅନଲାଇନ ଷ୍ଟୋରରେ ଉପଲବ୍ଧ ହୋଇଛି ।

୧୬,୯୯୯ ଟଙ୍କା ଥିଲା ମୂଳ ପ୍ରାଇସ୍ ଗତ ବର୍ଷ ବିଭିନ୍ନ ଭାରିଏଣ୍ଟରେ ବଜାରକୁ ଆସିଥିବା ଏହି ଫୋନର ମୂଲ୍ୟ ୩ ଜିବି ରାମ ଓ ୩୨ ଜିବି ଇଣ୍ଟରନାଲ ମେମୋରି ପାଇଁ ୧୬, ୯୯୯ ଟଙ୍କା ରଖାଯାଇଥିଲା । ଏବେ ଆପଣ ଏହାକୁ ମାତ୍ର ୬, ୯୯୯ ଟଙ୍କାରେ କିଣି ପାରିବେ । ସେହିପରି ୪ ଜିବି ରାମ ଓ ୬୪ ଜିବି ଇଣ୍ଟରନାଲ ମେମୋରି ଥିବା ନୋକିଆ ୬.୧ ଫୋନ ମୂଲ୍ୟ ୧୮,୯୯୯ ଟଙ୍କା ରହିଥିଲା । ଏହା ଏବେ ୯,୯୯୯ ଟଙ୍କାରେ ଉପଲବ୍ଧ ।

୫ ଇଞ୍ଚ ଫୁଲ୍ ଏଚଡି ଡିସପ୍ଲେ ଗୁଗୁଲ ଆଣ୍ଡ୍ରଏଡ ୱାନ ପ୍ରୋଗ୍ରାମ ସହ ୫ ଇଞ୍ଚ ଫୁଲ ଏଚଡି ପ୍ଲସ ଡିସପ୍ଲେ ନୋକିଆର ଏହି ଫୋନରେ ଉପଲବ୍ଧ । ଏଥିରେ ଅକ୍ଟାକୋର ସ୍ନାପଡ୍ରାଗନ ୬୩୦ ପ୍ରୋସେସର ଓ ଆଣ୍ଡ୍ରଏଡ ପାଏ ଓଏସ୍ ରହିଛି । ଉଭୟ ୩୨ ଓ ୬୪ ଜିବି ଭାରିଆଣ୍ଟରେ ଉପଲବ୍ଧ ଏହି ଫୋନର ମେମୋରିକୁ ୧୨୮ ଜିବି ପର୍ଯ୍ୟନ୍ତ ବଢାଯାଇପାରିବ ।

୧୬ ଏମପି ଏଲଇଡି ରିୟର କ୍ୟାମେରା ଫୋନର ରିୟରୀ କ୍ୟାମେରା ୧୬ ଏମପି ଏଲଇଡି ରଖାଯାଇଛି । ସେହିପରି ସେଲଫି ବା ଫ୍ରଣ୍ଟ କ୍ୟାମେରା ୮ ଏମପି ବିଶିଷ୍ଟ ରହିଛି । ୪ଜି ଭୋଲଟି, ୱାଇଫାଇ ୮୦୨.୧୧, ବ୍ଲୁଟୁଥ ୫.୦, ୟୁଏସବି ପୋର୍ଟ, ୩.୫ ଏମଏମ ହେଡ ଫୋନ ଜ୍ୟାକ, ଜିପିଏସ୍ ଆଦିର ସୁବିଧା ଉପଲବ୍ଧ ।

ବ୍ୟାକ ପ୍ୟାନେଲରେ ଫିଙ୍ଗରପ୍ରିଣ୍ଟ ସେନ୍ସର ଫୋନର ବ୍ୟାପ ପ୍ୟାନେଲ ତଥା ପଛ ପଟେ ଫିଙ୍ଗରପ୍ରିଣ୍ଟ ସେନ୍ସର ରହିଛି । ୩୦୦୦ ଏମଏଚ ବ୍ୟାଟେରି ସହ ୧୬ ଘଣ୍ଟାର ଟକ୍ ଟାଇମ ବ୍ୟାକଅପ୍ ଏହି ଫୋନରେ ଉପଲବ୍ଧ ।

#technews #mobile #Nokia #SmartPhone

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon