• ବେତାର ବ୍ୟୁରୋ

ବଲିଉଡରେ ଓଡିଆ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ


(ବେତାର ବ୍ୟୁରୋ) ବିଗତ ୧୯୯୩ ମସିହାରୁ ଓଡ଼ିଆ ଫିଲ୍ମ ଓ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀ ସହିତ ଜଡ଼ିତ ଥିବା ସଂଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦ ନିକଟରେ ଏକ ବଲିଉଡ୍‌ ଫିଲ୍ମରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଏକ ଇଂରାଜୀ ଦୈନିକରେ ପ୍ରକାଶିତ ଖବର ଅନୁଯାୟୀ, ସେ ଉକ୍ତ ଫିଲ୍ମରେ ଦୁଇଟି ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱ ନେଇଥିଲେ ଓ ଏଥିପାଇଁ ନିକଟରେ ମୁମ୍ବାଇ ଯାଇ ଗୀତ ଦୁଇଟିକୁ ରେକର୍ଡ କରିଥିଲେ।

ତେବେ ଉକ୍ତ ରିପୋର୍ଟରେ ଫିଲ୍ମର ନାଁ ଦିଆଯାଇ ନ ଥିବା ଉଲ୍ଲେଖ  ଥିବା ବେଳେ ଅନ୍ୟ ଏକ ରିପୋର୍ଟରେ ଫିଲ୍ମ ନା LUV U  Turn  ବୋଲି ଶୁଣିବାକୁ ମିଳୁଛି । ତେବେ 2017 ମସିହାରେ ଯେବେ ଏହି ଫିଲ୍ମର କାମ ଆରମ୍ଭ ହେଇଥିଲା ସେତେବେଳେ ଏହାର ନାମ “ ହୋ ଜା ଜରା ମତଲବୀ” ରଖାଯାଇଥିଲା ।

ଅନେକବାର ବନ୍ଦ ହେବା ପରେ ଏହି ଫିଲ୍ମର କାମ ପୁଣିଥରେ ଚାଲୁ ହେଇଛି । ତେବେ ଏହାର ରିଲିଜ ଡେଟ ସମ୍ପର୍କରେ ଜଣା ପଡିନାହିଁ ।

ଯେଉଁ ଦୁଇଟି ଗୀତ ପାଇଁ ପ୍ରେମ ଆନନ୍ଦ ମ୍ୟୁଜିକ୍ ଦେଇଛନ୍ତି, ସେଗୁଡ଼ିକ ହେଉଛି- ‘ଖୁଦା ରାଜି…’ ଓ ‘ବାହୋଁ ମେଁ ଅପ୍‌ନେ ତୁମ୍‌…’। ‘ଖୁଦା ରାଜି…’ ଗୀତଟିକୁ ପ୍ରସିଦ୍ଧ ଗାୟକ ଯୁବିନ୍ ନୌତିୟାଲ୍‌ ଗାଇଥିବା ବେଳେ ଆରଟିକୁ ଅନ୍ୟତମ  ମୋହିତ ଚୌହାନ (ମଟରଗସ୍ତି) ଓ ଅଦିତି ପଲ୍ ଗାଇଛନ୍ତି।

ଉକ୍ତ ଇଂରାଜୀ ଖବର କାଗଜକୁ ପ୍ରେମ୍ ଆନନ୍ଦ କହିଛନ୍ତି,“ଭଗବାନଙ୍କୁ ଧନ୍ୟବାଦ୍‌। ଯଦିଓ ବିଳମ୍ବ ହୋଇଛି, ତଥାପି ମୁଁ ଏକ ହିନ୍ଦୀ ଫିଲ୍ମରେ କାମ କରିବାକୁ ସୁଯୋଗ ପାଇଲି। ମୁଁ ଆଶା କରୁଛି ଏହା ମୋ ପାଇଁ ବଲିଉଡ୍‌ରେ ପ୍ରବେଶ କରିବାକୁ ଟିକେଟ୍ ଭଳି କାମ କରିବ।”

ଏହି ଫିଲ୍ମରେ ମୋଟ ୫ଟି ଗୀତ ରହିଛି। ଅନ୍ୟ ଗୀତଗୁଡ଼ିକର ମ୍ୟୁଜିକ୍‌ ହିତେଶ ମୋଡକ ଓ ପୁନିତ ଦିକ୍ଷୀତ ଦେଇଛନ୍ତି।

୬୦ରୁ ଅଧିକ ଓଡ଼ିଆ ଫିଲ୍ମରେ ସଂଗୀତ ନିର୍ଦ୍ଦେଶନା ଦେଇଥିବା ପ୍ରେମ୍ ଆନନ୍ଦ ଭୋଜପୁରୀ ଓ ବଙ୍ଗାଳି ଫିଲ୍ମ ପାଇଁ ବି ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି।

#PremAnand #OdiaMusic #Bollywood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon