• ବେତାର ବ୍ୟୁରୋ

ଗେଟ-2020 ପରୀକ୍ଷା ବିଜ୍ଞପ୍ତି ପ୍ରକାଶ : ଏମିତି ରହିଛି ଆବେଦନ ପ୍ରକ୍ରିୟା


(ବେତାର ବ୍ୟୁରୋ) ଦିଲ୍ଲୀ ଆଇଆଇଟି (ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି) ଦ୍ୱାରା ପରିଚାଳିତ ଗେଟ (ଗ୍ରାଜୁଏଟ ଆପ୍ଟିଟ୍ୟୁଡ ଟେଷ୍ଟ ଇନ୍ ଇଞ୍ଜିନିୟରିଂ) ପରୀକ୍ଷା-୨୦୨୦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଚି । ମାଷ୍ଟର/ଡକ୍ଟର ଡିଗ୍ରୀ ପାଠ୍ୟକ୍ରମରେ ଆଡମିଶନ ପାଇଁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ବାଙ୍ଗାଲୋର ଏବଂ ଭାରତର ୭ଟି ଆଇଆଇଟି (ବମ୍ବେ, ଦିଲ୍ଲୀ, ଗୌହାଟି, କାନପୁର, ଖଡଗପୁର, ମାଡ୍ରାସ, ରୁରକି) ପକ୍ଷରୁ ଯୁଗ୍ମ ଭାବେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥାଏ ।

୨୫ଟି ବିଷୟରେ ହେବ ଗେଟ ମୋଟ ୨୫ଟି ବିଷୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଭାରତ ସମେତ ଦେଶ ବାହାରେ ୬ଟି ସହରରେ ମଧ୍ୟ ଛାତ୍ରଛାତ୍ରୀ ଗେଟ ପରୀକ୍ଷା ଦେବେ । ଇଞ୍ଜିନିୟରିଂ, ଟେକ୍ନୋଲୋଜି, ଆରକିଟେକ୍ଚର ଏବଂ ବିଜ୍ଞାନର ବିଭିନ୍ନ ବିଷୟରେ ସ୍ନାତୋକତ୍ତର/ଡକ୍ଟରେଟ ପାଠ୍ୟକ୍ରମ ପାଇଁ ଏହି ପରୀକ୍ଷା ହୋଇଥିାଏ । ରେଜଲ୍ଟ ବାହାରିବାର ୩ ବର୍ଷ ପର୍ଯ୍ୟନ୍ତ ଏହାର ବୈଧତା ରହିଥାଏ ।

ସେପ୍ଟେମ୍ବର ୩ରୁ ଅନଲାଇନରେ ଆବଦେନ ଆସନ୍ତା ସେପ୍ଟେମ୍ବର ୩ ତାରିଖରୁ ଆଶାୟୀ ଛାତ୍ରଛାତ୍ରୀ ଏହି ପରୀକ୍ଷା ପାଇଁ ଆବେଦନ କରିପାରିବେ। ସେପ୍ଟେମ୍ବର ୨୪ ତାରିଖକୁ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି । ଏଥିସହ ଅକ୍ଟୋବର ୧ ପର୍ଯ୍ୟନ୍ତ ଆପ୍ଲିକେଶନ ଫର୍ମ ସବମିଟ କରିବାକୁ ତାରିଖ ବଢାଯାଇଛି । 

ତେବେ ସେପ୍ଟେମ୍ବର ୨୪ ତାରିଖ ପରେ ବଢାଯାଇଥିବା ତାରିଖ ମଧ୍ୟରେ ଫର୍ମ ଦାଖଲ କଲେ ଏଥିପାଇଁ ଅଧିକ ପାଉଣା ଦେବାକୁ ପଡିବ । ସେହିପରି ନଭେମ୍ବର ୧୫ ତାରିଖ ମଧ୍ୟରେ ପରୀକ୍ଷା କେନ୍ଦ୍ର ଘୁଞ୍ଚାଇବା ପାଇଁ ଆବେଦନ କରିପାରିବେ । ହେଲେ ଏଥିପାଇଁ ଅଲଗା ପାଉଣା ଭରିବାକୁ ପଡିବ ।

୩ ଜାନୁୟାରୀରୁ ଆସିବ ଆର୍ଡମିଟ କାର୍ଡ ୩ ଜାନୁୟାରୀ ୨୦୨୦ରୁ ଅନଲାଇନରେ ଆର୍ଡମିଟ କାଡ ଉପଲବ୍ଧ ହେବ । ଫେବୃୟାରୀ ୧, ୨, ୮ ଓ ୯ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବାକୁ ଦିନ ଧାର୍ଯ୍ୟ କରାଯାଇଛି । ମାର୍ଚ୍ଚ ୧୬ ତାରିଖରେ ଫଳାଫଳ ପ୍ରକାଶ ପାଇବ ବୋଲି ବିଜ୍ଞପ୍ତିରୁ ଜଣାପଡିଛି । 

କେଉଁମାନେ ଆବେଦନ କରିପାରିବେ ଇଞ୍ଜିନିୟରିଂ/ଟେକ୍ନୋଲୋଜିରେ ସ୍ନାତକ ପଢୁଥିବା ଛାତ୍ରଛାତ୍ରୀମାନେ ଏଥିରେ ଆବେଦନ କରିପାରିବେ। ଏଥିସହ ଶେଷ ବର୍ଷରେ ଥିବା ଛାତ୍ରଛାତ୍ରୀ ମଧ୍ୟ ଫର୍ମ ପକାଇପାରିବେ । ସେହିପରି ଆରକିଟେକ କିମ୍ବା ନାଭାଲ ଆରକିଟେକରେ ସ୍ନାତକ ଡିଗ୍ରୀ ଧାରୀ ଏହି ପରୀକ୍ଷା ଦେଇପାରିବେ । ବିଜ୍ଞାନରେ ୪ ବର୍ଷିଆ କୋର୍ସ କରିଥିବା କିମ୍ବା ଫାଇନାଲ ୟିଅରରେ ଥିବା ପିଲାମାନେ ମଧ୍ୟ ଆବେଦନ କରିପାରିବେ।

ବିଜ୍ଞାନ, ଗଣିତ, ଷ୍ଟାଟିଷ୍ଟିକ୍ସ, କମ୍ପ୍ୟୁଟର ଆପ୍ଲିକେଶନ ଆଦିରେ ମାଷ୍ଟର ଡିଗ୍ରୀଧାରୀ କିମ୍ବା ଶେଷ ବର୍ଷର ଛାତ୍ରଛାତ୍ରୀ ମଧ୍ୟ ଏହି ପରୀକ୍ଷା ଦେଇପାରିବେ । ଇଞ୍ଜିନିୟରିଂ/ଟେକ୍ନୋଲୋଜିରେ ୫ ବର୍ଷର ଇଣ୍ଟିଗ୍ରେଟେଡ ମାଷ୍ଟର ଡିଗ୍ରୀ ଧାରୀ କିମ୍ବା ଶେଷ ବର୍ଷରେ ଥିବା ପିଲାମାନେ ଏଥିପାଇଁ ଆବେଦନ କରିପାରିବେ ।

୫ ବର୍ଷର ଇଣ୍ଟିଗ୍ରେଟେଡ ଏମଏସି କିମ୍ବା ବିଏସସି/ଏମଏସି ଉଭୟରେ  ୫ ବର୍ଷର ଇଣ୍ଟିଗ୍ରେଟେଡ ଡିଗ୍ରୀଧାରୀ ତଥା ଶେଷ ବର୍ଷର ଛାତ୍ରଛାତ୍ରୀ ମଧ୍ୟ ଏଥିପାଇଁ ଯୋଗ୍ୟ ।

ସେହିପରି ୟୁପିଏସସି/ଏଆଇସିଟିଇ ଦ୍ୱାରା ପରିଚାଳିତ ପରୀକ୍ଷା କିମ୍ବା ବିଇ/ବିଟେକ ପରୀକ୍ଷାରେ ସଫଳ ଭାବେ ଉତ୍ତୀର୍ଣ୍ଣ ହୋଇଥବା ଛାତ୍ରଛାତ୍ରୀମାନେ ମଧ୍ୟ ଗେଟ ଦେଇପାରିବେ ।

ଗେଟ ପରୀକ୍ଷା ଦେୟ ଏସସି/ଏସଟି/ପିଡବ୍ଲୁଡି/ମହିଳା ଆବେଦନକାରୀ ସେପ୍ଟେମ୍ବର ୨୪ କିମ୍ବା ଏହା ପୂର୍ବରୁ ଫର୍ମ ଦାଖଲ କଲେ ୭୫୦ ଟଙ୍କା ଦେବାକୁ ପଡିବ । ଯଦି ବର୍ଦ୍ଧିତ ତାରିଖ ମଧ୍ୟରେ ଫର୍ମ ଦାଖଲ କରନ୍ତି ତେବେ ୧୨୫୦ ଟଙ୍କା ଫି ଭରିବାକୁ ପଡିବ । ସେହିପରି ଅନ୍ୟ ପରୀକ୍ଷାର୍ଥୀମାନେ ସେପ୍ଟେମ୍ବର ୨୪ ପୂର୍ବରୁ ଫର୍ମ ପୂରଣ କଲେ ୧୫ ଶହ ଟଙ୍କା ଏବଂ ବର୍ଦ୍ଧିତ ସମୟ ମଧ୍ୟରେ ଆବେଦନ କଲେ ୨୦୦୦ ଟଙ୍କା ଭରିବାକୁ ପଡିବ ।

#news #education #gateexam #EnggExam

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon