• ବେତାର ବ୍ୟୁରୋ

ଘରର କବାଟ-ଝରକାର ଏମିତି କରନ୍ତୁ ବ୍ୟବହାର, ଲାଗିବନି  ବାସ୍ତୁଦୋଷ


(ବେତାର ବ୍ୟୁରୋ) ଅନେକଙ୍କ ଘରେ କିଛି ନା କିଛି ସମସ୍ୟା ସବୁବେଳେ ଲାଗି ରହିଥାଏ । କୌଣସି କାରଣରୁ ବିବାଦ ହେଉ କିମ୍ବା ଧନ ହାନି । ଅନେକାଂଶରେ ବାସ୍ତୁଦୋଷ ଏହାର କାରଣ ହୋଇପାରେ। ଯଦି ଆପଣ ଏପରି ସମସ୍ୟାରୁ ବାହାରି ପାରୁନାହାନ୍ତି ତେବେ ବାସ୍ତୁଶାସ୍ତ୍ର ଅନୁଯାୟୀ କିଛି ଉପାୟ ଆପଣାଇ ଦେଖନ୍ତୁ । ଏହା ଦ୍ୱାରା ଆପଣ ବାସ୍ତୁଦୋଷରୁ ମୁକୁଳି ପାରନ୍ତି । 

ଆସନ୍ତୁ ଜାଣିବା କ’ଣ କୁହେ ବାସ୍ତୁଶାସ୍ତ୍ର

କଳା ରଙ୍ଗର କରନ୍ତୁନି ଘରର ମୁଖ୍ୟ ଗେଟ ଘରର ମୁଖ୍ୟ ଗେଟ କିମ୍ବା କବାଟ କଳା ରଙ୍ଗର କରନ୍ତୁ ନାହିଁ । ବାସ୍ତୁଶାସ୍ତ୍ର ଅନୁସାରେ ଏହା ଦ୍ୱାରା ଘରର ମୁଖିଆଙ୍କ ଉପରେ ବିଭିନ୍ନ ସମସ୍ୟା ଆସିଥାଏ । ଅର୍ଥହାନି, କ୍ଷତି ସହ ମାନ ସମ୍ମାନ ପ୍ରତି ଆଞ୍ଚ ଆସିପାରେ । 

ମୁଖ୍ୟ କବାଟକୁ ଅନ୍ୟ କବାଟଗୁଡିକଠାରୁ ବଡ କରନ୍ତୁ ଘରର ମୁଖ୍ୟ କବାଟ ଅନ୍ୟ କବାଟଗୁଡିକଠାରୁ ବଡ କରିବା ପାଇଁ ବାସ୍ତୁଶାସ୍ତ୍ରରେ କୁହାଯାଇଛି । ଏହା ଦ୍ୱାରା ଘରର ଅନେକ ବାସ୍ତୁଦୋଷ ଦୂର ହୋଇଥାଏ । ବିଶେଷ କରି ଲାଗି ରହିଥିବା ଅର୍ଥହାନି ଜନିତ ସମସ୍ୟା ଦୂରେଇ ଯାଇଥାଏ ।

ସୂର୍ଯ୍ୟଦୋୟ ବେଳେ ଝରକା ଖୋଲା ରଖନ୍ତୁ ସୂର୍ଯ୍ୟ ଉଦୟ ହେବା ସମୟରେ ଘରର ସବୁ ଝରକା ଖୋଲା ରଖିବା ଉଚିତ । ଏହାଦ୍ୱାରା ସକାରାତ୍ମକ ଶକ୍ତି ଘରେ ପ୍ରବେଶ କରିଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି । ସକାଳର ସୂର୍ଯ୍ୟକିରଣ ଆମକୁ ତାଜା ଅନୁଭୂତି ଦେଇଥାଏ ।

କବାଟ ପଛପଟେ ରଖନ୍ତୁନି ଅସ୍ତ୍ର ଘରର କବାଟ ପଛ ପଟେ କୌଣସି ପ୍ରକାରର ଧାରୁଆ ଜିନିଷ କିମ୍ବା ଅସ୍ତ୍ରଶସ୍ତ୍ର ନ ରଖିବାକୁ ବାସ୍ତୁଶାସ୍ତ୍ରରେ କୁହାଯାଇଛି । ଏହା ମନରେ ନକାରାତ୍ମକ ଚିନ୍ତାଧାରା ସୃଷ୍ଟି କରିଥାଏ । ଏଥିଯୋଗୁ ପରିବାର ସଦସ୍ୟଙ୍କ ମଧ୍ୟରେ ବିବାଦ ଉପୁଜିଥାଏ । ଏହା ଦ୍ୱାରା ଘରର ଶାନ୍ତି ଉପରେ ପ୍ରଭାବ ପଡିଥାଏ ।

ଶୋଇବା ଘରେ ରଖନ୍ତୁନି ୱାଶିଂ ବେସିନ ଘରର କୌଣସି ବେଡ୍ ରୁମରେ ମୁହଁ ହାତ ଧୋଇବା ପାଇଁ ୱାଶିଂ ବେଶିନ ରଖିବାକୁ ବାସ୍ତ୍ୁଶାସ୍ତ୍ରରେ ବାରଣ କରାଯାଇଛି । ଏଥିଯୋଗୁ ଦାମ୍ପତ୍ୟ ଜୀବନ ପ୍ରଭାବିତ ହୋଇଥାଏ । ଯଦି ବେଡ ରୁମରେ ପୂର୍ବରୁ ହିଁ ୱାଶିଂ ବେସିନ ଅଛି ତେବେ ଏହା ଆଗରେ ପରଦା ଲଗାଇ ଦିଅନ୍ତୁ ଯେପରି ବାହାରକୁ ଦେଖା ନ ଯାଏ ।

#vastu #home #VastuTips

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon