• ବେତାର ବ୍ୟୁରୋ

ଜାଣନ୍ତୁ : ଅନେକ ରୋଗ ଦୂରକରେ ସହଜରେ ମିଳୁଥିବା ଏହି ସୁପରଫୁଡ୍


(ବେତାର ବ୍ୟୁରୋ) ଲେମ୍ବୁ ଆମ ସମସ୍ତଙ୍କ ରୋଷେଇ ଘରେ ଦେଖିବାକୁ ମିଳିଥାଏ । ଏହାର ବାସ୍ନା ପାଇଁ ନୁହେଁ ଏହାର ଅନେକ ଔଷଧୀୟ ଗୁଣ ପାଇଁ ଏହାର ଆଦୃତି ସାରା ବିଶ୍ବରେ ରହିଛି । ଏହାର ଏକ ବଡ କାରଣ ହେଉଛି ଲେମ୍ବୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। କାରଣ ଏଥିରେ ଭିଟାମିନ୍‌ ‘ସି’ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରି ରହିଛି।

ଏହାଛଡା ଏଥିରେ ଥିବା ଜରୁରୀ ଉପାଦାନ ଯୋଗୁଁ ପୋଷକବିତ ମାନେ ଏହାକୁ ସୁପରଫୁଡ କହିଥାନ୍ତି । ଆସନ୍ତୁ ଜାଣିବା ଦୈନନ୍ଦିନ ଜୀବନରେ ଲେମ୍ବୁରସ ଆମ ସମସ୍ତଙ୍କ ପାଇଁ କିପରି ଉପକାରରେ ଆସିଥାଏ ।

-ଦୈନିକ ଅତି କମ ରେ ଅଧା କପ ଲେମ୍ବୁରସ ପିଇଲେ ଆମ ଶରୀରର ପରିସ୍ରାରେ ସାଇଟ୍ରିକ ଏସିଡ ପରିମାଣ ବଢିଥାଏ । ଏହା କୀଡନି ରେ ପଥର ହେବାକୁ ଦେଇ ନ ଥାଏ ।

-ଲେମ୍ବୁ ପାଣି ପିଇବା ଦ୍ୱାରା ସଂକ୍ରମଣ (ଇନ୍‌ଫେକ୍‌ଶନ) ଆଶଙ୍କା କେତେକାଂଶରେ ଦୂର ହୋଇଥାଏ। ଏଥିରେ ଥିବା ଜରୁରୀ ଭିଟାମିନ ଓ ଅନ୍ୟାନ୍ୟ ପୋଷକ ତତ୍ତ୍ଵ ଶରୀର ଭିତରେ ଅପକାରୀ କୀଟାଣୁ ଓ ଜୀବାଣୁକୁ ମାରିବାରେ ସହାୟକ ହେଇଥାନ୍ତି ।

-ପେଟ ରୋଗ ସମସ୍ୟା ପାଇଁ ଲେମ୍ବୁପାଣି ବରଦାନ ସଦୃଶ। ଏଥିରେ ଫ୍ଳାଭୋନାଏଡ ନାମକ ତତ୍ତ୍ୱ ରହିଛି, ଯାହା ପେଟଜନିତ ସମସ୍ୟାରୁ ଉପଶମ ଦେଇଥାଏ।

-ସବୁଠୁ ବିଶେଷ କଥା ହେଲା, ଲେମ୍ବୁପାଣି ପିଇଲେ ତାହା ଶରୀରରେ ଜଳୀୟ ଅଂଶ ଅଭାବକୁ ପୂରଣ କରିଥାଏ। ଏଣୁ ଖରାଦିନେ ବା ପତଳାଝାଡା ହେଇ ଶରୀରରୁ ପାଣି କମିଥିଲେ ଲେମ୍ବୁପାଣି ଏକ ସହଜ ଘରୋଇ ଚିକିତ୍ସା ।  

-ଶରୀରରେ ଚର୍ବି ଅଂଶ ବଢ଼ି ଯାଇଥିଲେ ତାହାକୁ କମାଇବାର ଏକ ସରଳ ତଥା ସହଜ ଉପାୟ ରହିଛି। ପ୍ରତିଦିନ ଗୋଟିଏ ଗ୍ଲାସ ଉଷୁମ ପାଣିରେ ଲେମ୍ବୁ ଚିପୁଡି ଏବଂ ଅଳ୍ପ ମହୁ ମିଶାଇ ପିଇଲେ ଏଥିରୁ ରକ୍ଷା ମିଳିଥାଏ।

-ଲେମ୍ବୁପାଣି ପିଇବା ଦ୍ୱାରା ଉଚ୍ଚ ରକ୍ତଚାପ, କ୍ଳାନ୍ତି, ଚିନ୍ତାରୁ ଉପଶମ ମିଳିଥାଏ।

ଲେମ୍ବୁ ରସରେ ଥିବା ସାଇଟ୍ରିକ୍‌ ଏସିଡ୍‌ ଏବଂ ଭିଟାମିନ୍‌ ‘ସି’ ଆମ ଅସ୍ଥିକୁ ମଜଭୁତ ରଖିଥାଏ।

#HealthyFood #HealthyFruit #Superfood #Fitness #FoodHabit

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon