• ବେତାର ବ୍ୟୁରୋ

ଅନ୍ତିମ ସଂସ୍କାର ବେଳେ କାନ୍ଦିଲେ ମୃତ ଘୋଷିତ ଯୁବକ, ଆଉ ତା'ପରେ..


(ବେତାର ବ୍ୟୁରୋ) ହାଇଦ୍ରାବାଦର ତେଲେଙ୍ଗାନା ସ୍ଥିତ ସୂର୍ଯ୍ୟପେଟରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା ।  ଡାକ୍ତର ବ୍ରେନ ଡେଡ୍ ଘୋଷଣା କରିଥିବା ଜଣେ ଯୁବକଙ୍କୁ ଅନ୍ତିମ ସଂସ୍କାର ପାଇଁ ନିଆଯାଉଥିବାବେଳେ ସେ ଜୀବିତ ଥିବା ଜଣାପଡିଥିଲା ଯାହା ସମସ୍ତଙ୍କୁ ଚକିତ କରିଦେଇଥିଲା। ପରେ ଡାକ୍ତର ତାଙ୍କର ଚିକିତ୍ସା କରାଇଥିଲେ । 

ଏହିପରି ଥିଲା ପୂରା ଘଟଣାବଳୀ।

ଜ୍ୱର ଯୋଗୁ ଡାକ୍ତରଖାନା ଆସିଥିଲେ ତେଲେଙ୍ଗାନାର ଗନ୍ଧମ କରିମ ନାମକ ଜଣେ ୧୮ ବର୍ଷୀୟ ଯୁବକଙ୍କୁ ଗତ ଜଚନ ୨ ତାରିଖରେ ଜ୍ୱର ହୋଇଥିଲା । ପରିବାର ଲୋକେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅବସ୍ଥା ଖରାପ ହେବାରୁ ଗନ୍ଧମଙ୍କୁ ହାଇଦ୍ରାବାଦର ଏକ ଜଣାଶୁଣା ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ଆଇସିୟୁରେ ରଖିବା ପାଇଁ ପରାମର୍ଶ ଦେଇଥିଲେ ।

ବ୍ରେନ୍ ଡେଡ ଘୋଷଣା କଲେ ଡାକ୍ତର ଆଇସିୟୁରେ ରଖାଯିବା ପରେ ପରିବାର ଲୋକେ ବହୁ ଅର୍ଥ ବ୍ୟୟ କରିଥିଲେ । ଉନ୍ନତମାନର ଚିକିତ୍ସା କରାଯିବା ସତ୍ତେ୍ୱ ଗନ୍ଧମଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଆସି ନ ଥିବା ଏବଂ ସେ କୋମାକୁ ଚାଲିଯାଇଥିବା ଡାକ୍ତର କହିଥିଲେ । କିଛି ସମୟ ପରେ ଡାକ୍ତର ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିବା ସହ ସେଠାରୁ ଡିସଚାର୍ଜ କରିବାକୁ କହିଥିଲେ ।

ଅନ୍ତିମ ସଂସ୍କାର ପ୍ରସ୍ତୁତି ବେଳେ ଚମତ୍କାର ଡାକ୍ତର ବ୍ରେନ୍ ଡେଡ୍ ଘୋଷଣା କରିବା ପରେ ଗନ୍ଧମଙ୍କ ମୃତ୍ୟୁ ହୋଇସାରିଥିବା ଭାବି ପରିବାର ଲୋକେ ଅନ୍ତିମ ସଂସ୍କାରର ପ୍ରସ୍ତୁତି କରିଥିଲେ । ଏହି ସମୟରେ ଗନ୍ଧମଙ୍କ ମା’ ହଠାତ୍ ଜୋରରେ କାନ୍ଦି ଉଠିଥିଲେ । ସେତିକିବେଳେ ପୁଅର ଆଖିରୁ ଲୁହ ବାହାରୁଥିବା ମା’ ଦେଖିବାକୁ ପାଇଥିଲେ ଏବଂ ପୁଅକୁ ଅନ୍ତିମ ସଂସ୍କାର ପାଇଁ ଛାଡି ନ ଥିଲେ । 

ଜୀବିତ ଥିବା କହିଲେ ଡାକ୍ତର ଏହା ପରେ ସେଠାରେ ଜଣେ ଡାକ୍ତରଙ୍କୁ ଡକାଯାଇଥିଲା । ଡାକ୍ତର ଜଣକ ଯାଞ୍ଚ କରିବା ପରେ ଗନ୍ଧମ ଜୀବିତ ଥିବା କହିଥିଲେ । ସଙ୍ଗେସଙ୍ଗେ ବ୍ରେନ ଡେଡ ଘୋଷଣା କରିଥିବା ଡାକ୍ତରଙ୍କୁ ଡକାଯାଇଥିଲା । ପରେ ଡାକ୍ତରଖାନାର ଜଣେ ବିଶେଷଜ୍ଞ ଡାକ୍ତର ତାଙ୍କୁ ୪ଟି ଇଞ୍ଜେକଶନ ଦେବାକୁ କହିଥିଲେ । ଏହା ପରେ ଯୁବକଙ୍କ ଶରୀରର ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟ କାମ କରିଥିଲା । ସେଠାରୁ ଯୁବକଙ୍କୁ ଅନ୍ୟ ଏକ ବେସରକାରୀ ହସ୍ପିଟାଲରେ ଚିକିତ୍ସା ପାଇଁ ନିଆଯାଇଥିଲା । ଏବେ ସେ ସୁସ୍ଥ ଥିବା ଜଣାପଡିଛି ।

#news #OddNews

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon