• ବେତାର ବ୍ୟୁରୋ

ବର୍ଷାଋତୁରେ ଆପଣାନ୍ତୁ ଏହିସବୁ ଉପାୟ, ହେବନି ଛୋଟମୋଟ ସ୍ୱାସ୍ଥ୍ୟ ସମସ୍ୟା


(ବେତାର ବ୍ୟୁରୋ) ନିକଟରେ ଗ୍ରୀଷ୍ମ ଋତୁ ଶେଷ ହେଇ ବର୍ଷା ଋତୁ ଆରମ୍ଭ ହେଇସାରିଛି । ନିକଟରେ ଶେଷ ହେଇଥିବା ପ୍ରାକୃତିକ ରଜ ପର୍ବ ଏହାର ସୂଚନା ଦେଇ ସାରିଛି ।  ବର୍ଷା ଦିନରେ ଆମକୁ ନିଜ ତ୍ୱଚା ତଥା ଶରୀର ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। କାରଣ  ପଞ୍ଚମହାଭୁତରେ ତିଆରି ଆମ ଶରୀର ପ୍ରକୃତିର ପରିବର୍ତ୍ତନକୁ ସମ୍ଭାଳିବା ପାଇଁ ତୁରନ୍ତ ସକ୍ଷମ ହେଇ ପାରି ନ ଥାଏ , ଏହା କିଛି ସମୟ ଆବଶ୍ୟକ କରିଥାଏ ।

ବର୍ଷାଦିନରେ ଆମ ବାୟୁମଣ୍ଡଳରୁ ଭୂପୃଷ୍ଠକୁ ବର୍ଷା ଆକାରରେ  ଆସୁଥିବା ଜଳକଣା ଆମ ନିକଟତମ ପରିବେଶର ତାପମାତ୍ରା ଓ ସେଥିଆରେ ଥିବା ଅନେକ ଜୀବାଣୁ ସଂରଚନାକୁ ପ୍ରଭାବିତ କରିଥାନ୍ତି । ଏପରି ସ୍ଥିତିରେ ଆପଣଙ୍କୁ କିଛିଟା ସାବଧାନତା ଅବଲମ୍ବନ କରିବାକୁ ହେବ ଯାହା ଫଳରେ ଆପଣଙ୍କୁ ବର୍ଷା ଦିନରେ ହେଉଥିବା ସାଧାରଣ ସ୍ୱାସ୍ଥ୍ୟ ସମସ୍ୟାରୁ ଦୂରେଇ ରଖିବ ।

ବର୍ଷା ଦିନରେ ହେଉଥିବା ପ୍ରକୃତିର ପରିବର୍ତ୍ତନରୁ ନିଜକୁ କିପରି ବଞ୍ଚେଇ ରଖିବେ ଆସନ୍ତୁ ଜାଣିବା ।

ସଠିକ ଖାଦ୍ୟ ଖାଆନ୍ତୁ –ବର୍ଷା ଦିନରେ ଅଧିକ ତେଲଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। କାରଣ ଏହି ସମୟରେ ପେଟ ଖରାପ ହେବାର ଅଧିକ ସମ୍ଭାବନା ଥାଏ। ଭିଟାମିନ ଏ ଓ ଭିଟାମିନ ସି ଯୁକ୍ତ ଖାଦ୍ୟ ଅଧିକ ପରିମାଣରେ ଖାଆନ୍ତୁ। ଏହାଦ୍ୱାରା ଆପଣଙ୍କ ମୁହଁର ଚର୍ମ ସଠିକ ରହିଥାଏ।

ଏହାଛଡା ବାହାରେ ବଜାର ଜଳଖିଆ ଖାଇବା ସମୟରେ ଯେତେ ସମ୍ଭବ କାଗଜ ବା ଅନ୍ୟାନ୍ୟ ପାତ୍ରରେ ଖାଆନ୍ତୁ। ଯଦି ଏପରି ନ ହେଇପାରୁଛି ତେବେ ଧ୍ୟାନ ଦିଅନ୍ତୁ ଜଳଖିଆ ଦୋକାନୀ ଯେପରି ଭଲ ଭାବେ ଷ୍ଟିଲ ବାସନ ଧୋଇଥାଏ । ଅନ୍ଯଥା ଖାଇବା ଘରକୁ ଆଣି ଖାଇବା ବୁଦ୍ଧିମାନର କାମ  ।

ପାଣି ପିଅନ୍ତୁ – ବଦହଜମି ସମସ୍ୟାରୁ ରକ୍ଷା ପାଇବା ପାଇଁ ନିୟମିତ ୨ ରୁ ୩ଲିଟର ପାଣି ପିଅନ୍ତୁ। ତରଳ ପଦାର୍ଥ ମଧ୍ୟ ପିଅନ୍ତୁ। ବାହାରେ ପାଣି ପିଇବା ବେଳେ ସ୍ଵତନ୍ତ୍ର ଧ୍ୟାନ ଦିଅନ୍ତୁ।

ମୁହଁ  ଧୁଅନ୍ତୁ –ଦିନ ଭିତରେ ଅତି କମରେ ୩ ଥର ମୁହଁକୁ ଭଲ ଭାବେ ଧୁଅନ୍ତୁ। ଏପରି କରିବା ଦ୍ୱାରା ମୁହଁର ଚର୍ମ ସଠିକ ରହିବା ସହ ଅପରିଷ୍କାର ପଦାର୍ଥ ବାହାରି ଯାଏ। ବର୍ଷାର ପାଣି ଚର୍ମରେ ପଡ଼ିବା ଦ୍ୱାରା କୁଣ୍ଡାଇ ହେବା ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ବର୍ଷାରେ ଓଦା ହେବା ପରେ ସଙ୍ଗେ ସଙ୍ଗେ ଭଲ ଭାବେ ଧୋଇ ହେବା ଆବଶ୍ୟକ। କେଶ ଯତ୍ନ –ବର୍ଷା ଦିନରେ ସପ୍ତାହକୁ ୨ଥର ନିଶ୍ଚୟ ସାମ୍ପୁ ଓ କଣ୍ଡିଶନର କେଶରେ ଲଗାନ୍ତୁ, ଏହାସହ ସପ୍ତାହକୁ ଥରେ ତେଲ ଲଗାନ୍ତୁ। କାରଣ ଏହି ସମୟରେ ରୂପୀ ବଢିବାର ଆଶଙ୍କା ଥାଏ ।

#HealthTips #HealthyFruit #HealthyHabit

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon