• ବେତାର ବ୍ୟୁରୋ

ରାଶିଫଳ ଜୁଲାଇ 15-21 : ଆରମ୍ଭରୁ ପୂର୍ଣ୍ଣିମା-ଗ୍ରହଣ ତିଥି,ଏହି ଆଠ ରାଶି ଉପରେ ପଡିବ ପ୍ରଭାବ


(ବେତାର ବ୍ୟୁରୋ) ଚଳିତ ସପ୍ତାହରେ ଆରମ୍ଭରୁ ମିଥୁନ ରାଶିରେ ସୂର୍ଯ୍ୟ, ଶୁକ୍ର ଓ ରାହୁ ଓ ସେହିପରି ଏହାର ବିପରୀତ ରାଶି ଧନୁରେ ଶନି, କେତୁ ଓ ଚନ୍ଦ୍ର ରହିବେ । ଏହାର ପ୍ରଭାବରେ ଚାକିରି କରୁଥିବା ବା ବ୍ୟବସାୟ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଅଶୁଭ ସମୟ ଅଟେ । ଏହା ମେଷ,ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା , ଧନୁ ଓ ମକର ରାଶିମାନଙ୍କ ପାଇଁ ସପ୍ତାହ ଆରମ୍ଭରୁ ଅସୁବିଧା ସୃଷ୍ଟି କରିପାରେ । ପୁନଶ୍ଚ ଚଳିତ ସପ୍ତାହରେ ଉଭୟ ପୂର୍ଣ୍ଣିମା ଓ ଚନ୍ଦ୍ରଗ୍ରହଣ ଏକତ୍ର ପଡୁଥିବାରୁ ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିବ ।

ଆସନ୍ତୁ ଜାଣିବା କିପରି କଟିବ ଏ ସପ୍ତାହ ।

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଜନ୍ମ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।) ମେଷ : ଆପଣଙ୍କ ପାଇଁ ଚଳିତ ସପ୍ତାହରେ ସ୍ଥିତି ଉତ୍ତମ ରହିବ । ସପ୍ତାହ ଆରମ୍ଭରୁ କେଉଁ ଏକ ସ୍ଥାନକୁ ଯାତ୍ରା କରିବେ ଓ କାର୍ଯ୍ୟରେ ସଫଳତା ପାଇପାରନ୍ତି । ପରୀକ୍ଷାର୍ଥୀମାନେ ସଫଳତା ପାଇ ପାରନ୍ତି । ସପ୍ତାହର ମଧ୍ୟଭାଗରେ ଅଳ୍ପ ଚେଷ୍ଟା କଲେ ବାଧା ଦୂର ହେଇ ପାରିବ । ସପ୍ତାହ ଶେଷ ଆଡକୁ ଭଲରେ କଟିବ । ଆର୍ଥିକ ଲାଭ ହେଇପାରେ । ବୃଷ : ଆପଣଙ୍କ ରାଶି ପାଇଁ ଏଥର ସପ୍ତାହର ଆରମ୍ଭରୁ ନକରାତ୍ମକ ସୂଚନା ରହିଛି । ଯାନବାହନ ସତର୍କତାର ସହିତ ଚଳାନ୍ତୁ ଓ ଘରେ କୌଣସି ବିବାଦ ଉପୁଜିବାକୁ ଦିଅନ୍ତୁ ନାହିଁ । ସପ୍ତାହର ମଧ୍ୟ ଭାଗରେ ପରୋପକାର, ଧାର୍ମିକ ଭାବନା ମନରେ ଜାତ ହେବ । ସପ୍ତାହ ଶେଷ ଆଡକୁ ଆର୍ଥିକ ଉନ୍ନତି ହେଇପାରେ , ତେବେ ଅଧିକ ପରିଶ୍ରମ କରିବାକୁ ପଡିପାରେ । ମିଥୁନ : ଏ ସପ୍ତାହ ଆରମ୍ଭରୁ ଆପଣଙ୍କ ରାଶିର ପ୍ରେମିକ ଯୋଡି ବା ସ୍ଵାମୀ-ସ୍ତ୍ରୀଙ୍କ ସମ୍ପର୍କ ଭଲରେ କାଟିବ । ତେବେ ସପ୍ତାହର ମଝି ତିନିଦିନ ଆପଣଙ୍କ କାମ ଆରମ୍ଭ ହେଉ ହେଉ ଅଟକି ଯାଇ ପାରେ , ବିରୋଧୀ ଆପଣଙ୍କୁ ଦବେଇବାକୁ ଚେଷ୍ଟା କରିବେ । ସପ୍ତାହ ଶେଷ ଆଡକୁ ଭାଗ୍ୟଦେବୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ । କର୍କଟ : ଆପଣଙ୍କ ରାଶିର ବ୍ୟକ୍ତିମାନେ ଏସପ୍ତାହ ଆରମ୍ଭରୁ କୌଣସି କାମକୁ ନେଇ ଚିନ୍ତିତ ହେଇପାରନ୍ତି ବା ହଇରାଣରେ ପଡିପାରନ୍ତି । ସ୍ୱାସ୍ଥ୍ୟପ୍ରତି ଯଥେଷ୍ଟ ଧ୍ୟାନ ଦିଅନ୍ତୁ । ତେବେ ସପ୍ତାହ ମଧ୍ୟ ଭାଗରେ ନିକଟତମ ବନ୍ଧୁ ବା ଜୀବନସାଥିଙ୍କ ସହଯୋଗ ମିଳିବା ଫଳରେ ଆଶ୍ଵସ୍ତ ହେବେ । ସପ୍ତାହ ଶେଷ ଆଡକୁ କୌଣସି ଦୂର ଯାତ୍ରା କରନ୍ତୁ ନାହିଁ । ଯଦି ନିହାତି ଜରୁରୀ ତେବେ ସାଥିରେ ଗୁରୁଜନଙ୍କୁ ନେଇ ଗଲେ ଭଲ । ସିଂହ :ସପ୍ତାହ ଆପଣଙ୍କ ପାଇଁ ମିଶ୍ରିତ ଫଳ ରହିବ। ସପ୍ତାହର ମଧ୍ୟଭାଗ ଓ ଶେଷ ଭାଗ ସୁଖଶାନ୍ତିରେ ଭରା ଥିବା ବେଳେ ସପ୍ତାହ ଆରମ୍ଭରୁ କୌଣସି କାରଣ ପାଇଁ ଦୁଃଖୀ ରହିପାରନ୍ତି। ନିଜ ମାନ-ସମ୍ମାନ ଯେପରି ହାନି ନ ହୁଏ ସେଭଳି କୌଣସି କାମ ଯେପରି ନ ହୁଏ ସେଥିପ୍ରତି ସତର୍କ ରୁହନ୍ତୁ । ସପ୍ତାହ ମଝିରେ ଆର୍ଥିକ ଲାଭ ଓ ମାନ-ସମ୍ମାନ ଲାଭ ହେଇପାରେ । ସପ୍ତାହ ଶେଷ ଆଡକୁ ପରିବାରମେଳରେ ଖୁସିରେ ସମୟ କଟିବ । କନ୍ୟା : ସପ୍ତାହ ଆରମ୍ଭରୁ ଆପଣଙ୍କ ରାଶିର ବ୍ୟକ୍ତିମାନେ ଝଗଡା, ବିବାଦ ତଥା ଅଶାନ୍ତିରୁ ବଞ୍ଚିବା ଆବଶ୍ୟକ । ଯେ କୌଣସି କାମରେ ହାତ ଦେବା ଆଗରୁ ଭାବିଚିନ୍ତି କାମ କରନ୍ତୁ । ଏ ସପ୍ତାହ ଆରମ୍ଭରୁ ଧନ ଲାଭରେ ବାଧା ଉପୁଜିପାରେ , ତେବେ ପରେ ଅସ୍ଥାୟୀ ଓ ସ୍ଥାୟୀ ଧନ ପ୍ରାପ୍ତିର ମାର୍ଗ ମିଳିବ । ତେବେ କୌଣସି ବିଷୟକୁ ନେଇ ମାନସିକ ସ୍ତରରେ ବିଚଳିତ ହେଇପାରନ୍ତି , ବ୍ୟର୍ଥ ଭ୍ରମଣ ଓ ଧନ ଅପଚୟ ହେଇପାରେ । ସପ୍ତାହ ଶେଷ ଆଡକୁ ଧନ ଲାଭ ହେବା ସହିତ ବିରୋଧୀଙ୍କୁ ପରାସ୍ତ କରିପାରିବାର ମଉକା ମିଳିବ ।

ତୁଳା : ଆପଣଙ୍କ ରାଶି ପାଇଁ ଏ ସପ୍ତାହ ଆରଂଭରୁ ସାବଧାନତା ଅବଲମ୍ବନ କରିବା ବିଧେୟ। ସପ୍ତାହ ମଝିରେ ଆଡକୁ କଳହ, ବିବାଦରେ ଫସିପାରନ୍ତି । ଏଣୁ କୌଣସି କାମ କରିବାପୂର୍ବରୁ ଅନେକବାର ଭାବିଚିନ୍ତି କାର୍ଯ୍ୟଆରମ୍ଭ କରନ୍ତୁ । ପେଟ ଗୋଳମାଳ ହେଇପାରେ ଏଣୁ ଖାଇବା ପିଇବା ପ୍ରତି ଧ୍ୟାନ ଦିଅନ୍ତୁ । ସପ୍ତାହ ଶେଷ ଆଡକୁ ବନ୍ଧୁ ମିଳନ ହେଇପାରେ ।

ବିଛା : ଏ ସପ୍ତାହରେ ଆପଣଙ୍କ ପାଇଁ ମିଶ୍ରିତ ଫଳ ନେଇ ଆସିଛି । ସପ୍ତାହ ଆରମ୍ଭରୁ ଯାତ୍ରା କରିବାକୁ ପଡିପାରେ ଓ ଆର୍ଥିକ ସ୍ଥିତି ଉତ୍ତମ ରହିପାରେ । ନୂଆ ଚାକିରି ବା ସ୍ଥାୟୀ ଆୟ ସ୍ରୋତର ମାର୍ଗ ଖୋଲିପାରେ । ସପ୍ତାହ ଶେଷ ଆଡକୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ଓ ଆଳସ୍ୟ ତ୍ୟାଗ କରିପାରିଲେ ଭଲ । ଧନୁ : ଏ ସପ୍ତାହରେ ଶୁଭ ଫଳ ମିଳିପାରେ । ଭାଇ-ଭାଇ ମଧ୍ୟରେ ସମ୍ବନ୍ଧ ଘନିଷ୍ଠ ହେବ । ନିଜର ତଥା ନିଜ ପତ୍ନୀଙ୍କ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ । କୌଣସି କାରଣରୁ ନିଜର ଅସମର୍ଥତା ନେଇ ଆତ୍ମସମ୍ମାନ ହାନି ହେବ । ସ୍ଥାୟୀ ରୋଜଗାର ବଦଳରେ ଅସ୍ଥାୟୀ ରୋଜଗାରରେ କାମ ଚଳେଇ ନେବାକୁ ପଡିବ । ଅଧିକ ବିଚଳିତ ଲାଗିଲେ ଏକାନ୍ତ ସ୍ଥାନରେ ଧ୍ୟାନ କରନ୍ତୁ ବା ଶାନ୍ତିପୂର୍ଣ୍ଣ ଭଜନ ଶୁଣନ୍ତୁ । ମକର : ଆପଣଙ୍କ ରାଶି ଏ ସପ୍ତାହରେ ଖର୍ଚ୍ଚ ବଢିବା ଯୋଗ ରହିଛି ।, କୌଣସି ନୂଆ ଚାକିରି ବା କାମ କରିବା ପାଇଁ ମନୋବଳ ସବଳ ରହିବା । ତେବେ ନିକଟତମ ବନ୍ଧୁ ବ ସହକର୍ମୀଙ୍କ ସହ ବିବାଦ ଯେପରି ନ ହୁଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଆର୍ଥିକ ଲାଭର ବାଟ ଖୋଲା ରହିବ । ଭାବିଚିନ୍ତି କାମ କଲେ ସଫଳତା ପାଇପାରିବେ କୁମ୍ଭ : ଏ ସପ୍ତାହରେ ଶୁଭ ଫଳ ମିଳିପାରେ । କୌଣସି ଶୁଭ ସମାଚାର ପାଇ ଖୁସି ହେବେ ଓ ବ୍ୟବସାୟିକ ଯୋଜନା ସଫଳ ହେବ । ଅନ୍ୟା କାହା ପାଇଁ ସମୟ ଓ ଅର୍ଥ ଖର୍ଚ୍ଚ କରିପାରନ୍ତି । ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ଅଚାନକ ସାକ୍ଷାତ ଭବିଷ୍ୟତରେ କାମ ଦେବ । କୌଣସି ଶୁଭ ଉତ୍ସବରେ ଯୋଗ ଦେଇ ପାରନ୍ତି । ମୀନ : ଏ ସପ୍ତାହ ଆପଣଙ୍କ ପାଇଁ ମିଶ୍ରିତ ଫଳ ନେଇ ଆସିଛି । ସପ୍ତାହ ଆରମ୍ଭରୁ ବିରୋଧୀ ଆପଣଙ୍କ ଉପରେ ଭାରି ପଡ଼ିପାରନ୍ତି । ଏଣୁ ସେମାନଙ୍କ ସହିତ ସନ୍ଧି କରିନେବା ବୁଦ୍ଧିମାନର କାମ ହେଇପାରେ । ସପ୍ତାହ ମଝିରେ ସନ୍ତାନ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ହେଇପାରନ୍ତି । କୌଣସି ସ୍ଥାନକୁ ଯାତ୍ରା କରି ଖୁସି ହେବେ । ପୁରୁଣା ସମସ୍ୟା ସମାଧାନ କରିବାର ମଉକା ମିଳିବ ।

#astrology #weeklyhoroscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon