• ବେତାର ବ୍ୟୁରୋ

ୱାର୍ଲ୍ଡକପ୍ ପରେ ନ୍ୟୁଜିଲାଣ୍ଡ ଅଧିନାୟକଙ୍କୁ କ୍ଷମା ମାଗିଲେ ବେନ୍ ଷ୍ଟୋକ୍ସ


(ବେତାର ବ୍ୟୁରୋ) ରୋମାଞ୍ଚ ଓ ନାଟକୀୟ ଢଙ୍ଗରେ ଶେଷ ହୋଇଛି କ୍ରିକେଟ ୱାର୍ଲ୍ଡ କପ୍-୨୦୧୯ । ଇଂଲଣ୍ଡର ଲର୍ଡସଠାରେ ଖେଳା ଯାଇଥିବା ଫାଇନାଲ ମ୍ୟାଚ ଦୁଇଥର ଟାଇ ହେବା ପରେ ଅଧିକ ବାଉଣ୍ଡାରୀ ଲଗାଇଥିବାରୁ ଇଂଲଣ୍ଡ ହାତକୁ ଯାଇଛି ଟ୍ରଫି । ତେବେ ମ୍ୟାଚ ପରେ ଇଂଲଣ୍ଡର ବ୍ୟାଟିଂ ଅଲରାଉଣ୍ଡର ବେନ ଷ୍ଟୋକ୍ସ ଏକ ଘଟଣାକୁ ନେଇ ନ୍ୟୁଜିଲାଣ୍ଡ ଟିମ୍ ଅଧିନାୟକ କେନ ୱିଲିୟମସନଙ୍କୁ କ୍ଷମା ମାଗିଥିବା ଜଣାପଡିଛି ।

କ’ଣ ଥିଲା ସେହି ଘଟଣା ।

ସୀମାରେଖାକୁ ବଲ ନ ଯାଇ ୬ ରନ୍ ମ୍ୟାଚର ଶେଷ ଓଭର ଖେଳୁଥିବାବେଳେ ଇଂଲଣ୍ଡକୁ ଦରକାର ଥିଲା ୧୫ ରନ୍ । ତୃତୀୟ ବଲ୍ରେ ଷ୍ଟୋକ୍ସ ଛକା ମାରିବାରୁ ଆଉ ୩ ବଲ୍ରେ ୯ ରନ୍ ଦରକାର ଥିଲା । ଚତୁର୍ଥ ବଲରେ ଷ୍ଟୋକ୍ସ ମିଡୱିକେଟରେ ଖେଳି ୨ ରନ୍ ନେଉଥିବାବେଳେ ମାର୍ଟିନ ଗୁପଟିଲ ବଲ୍ ଥ୍ରୋ କରିଥିଲେ । ହେଲେ ବଲଟି ଷ୍ଟୋକ୍ସଙ୍କ ବ୍ୟାଟରେ ବାଜି ସୀମାରେଖା ପାର ହୋଇ ୪ ରନ୍ ହୋଇଯାଇଥିଲା । ଫଳରେ ସେହି ବଲରୁ ଇଂଲଣ୍ଡକୁ ୬ ରନ୍ ମିଳିଯାଇଥିଲା । ଏହା ନ୍ୟୁଜିଲାଣ୍ଡ ହାରିବାର ବଡ କାରଣ ଥିଲା।

ଏପରି ହେବା ପରେ ଷ୍ଟୋକ୍ସ ୱିଲିୟମସନଙ୍କୁ ଯାଇ ବାରମ୍ବାର କ୍ଷମା ମାଗିଥିବା ପ୍ରକାଶ କରିଛନ୍ତି । ଷ୍ଟୋକ୍ସ କହିଛନ୍ତି ଏପରି ହେବ ବୋଲି ନ୍ୟୁଜିଲାଣ୍ଡ କେବେ ଭାବି ନ ଥିବ । ଆଉ ମୁଁ ମଧ୍ୟ ଜାଣିଶୁଣି ଏପରି କରିବାକୁ ଚାହିଁ ନ ଥିଲି।

ୱାର୍ଲ୍ଡକପ ଇତିହାସରେ ପ୍ରଥମ ୱାର୍ଲ୍ଡକପ୍ ଟୁର୍ନାମେଣ୍ଟରେ ଫାଇନାଲ ମ୍ୟାଚ ଟାଇ ରହିବା, ପରେ ସୁପର ଓଭର ଖେଳାଯିବା ଏବଂ ସୁପର ଓଭର ମଧ୍ୟ ଟାଇରହିବା କ୍ରିକେଟ ଇତିହାସରେ ପ୍ରଥମ । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୪୧/୮ ରନ୍ କରିଥିବାବେଳେ ଇଂଲଣ୍ଡ ମଧ୍ୟ ୨୪୧ କରି ଅଲ୍ ଆଉଟ ହୋଇଯାଇଥିଲା।

ପରେ ସୁପର ଓଭରରେ ପ୍ରଥମେ ଇଂଲଣ୍ଡ ବ୍ୟାଟିଂ କରି ୧୫ ରନ୍ କରିଥିଲା । ନ୍ୟୁଜିଲାଣ୍ଡ ମଧ୍ୟ ସୁପର ଓଭରରେ ସମାନ ୧୫ ରନ୍ କରିବାକୁ ସକ୍ଷମ ହୋଇଥିଲା । ତେବେ ମ୍ୟାଚରେ ଅଧିକ ବାଉଣ୍ଡାରୀ ମାରି ଥିବାରୁ ଇଂଲଣ୍ଡଙ୍କୁ ୱାର୍ଲ୍ଡକପ୍ ଟ୍ରଫି ପ୍ରଦାନ କରାଯାଇଥିଲା । ନ୍ୟୁଜିଲାଣ୍ଡ ଲଗାତାର ଦ୍ୱିତୀୟ ଥର ପାଇଁ ଉପବିଜେତାରେ ସନ୍ତୁଷ୍ଟ ହୋଇଛି ।

୪୪ ବର୍ଷ ପରେ ଇଂଲଣ୍ଡକୁ ସଫଳତା ବିଶ୍ୱକପ ଆରମ୍ଭ ହେବାର ୪୪ ବର୍ଷ ପରେ ଇଂଲଣ୍ଡ ପ୍ରଥମ ଥର ପାଇଁ ନିଜ ମାଟିରେ ଟ୍ରଫି ଜିତିବାର ସୌଭାଗ୍ୟ ହାସଲ କରିଛି । ୧୯୭୯, ୧୯୮୭ ଓ ୧୯୯୨ରେ ଏହି ଦଳ ଫାଇନାଲକୁ ଯାଇଥିଲେ ମଧ୍ୟ ଉପବିଜେତା ହୋଇ ଫେରିଥିଲା । ଅଷ୍ଟ୍ରେଲିଆ, ଭାରତ, ୱେଷ୍ଟଇଣ୍ଡିଜ, ପାକିସ୍ତାନ ଓ ଶ୍ରୀଲଙ୍କା ପରେ ବିଶ୍ୱକପ ବିଜେତା ଭାବେ ଇଂଲଣ୍ଡର ନାଁ ସାମିଲ ହୋଇଛି ।

#cricket #Worldcup2019

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon