• ବେତାର ବ୍ୟୁରୋ

ଗୁରୁପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ; ଜାଣନ୍ତୁ 149 ବର୍ଷ ପରେ ଦୁର୍ଲ୍ଲଭ ସଂଯୋଗର ମହତ୍ଵ


(ବେତାର ବ୍ୟୁରୋ) ଖରାଦିନ ପରେ ବର୍ଷା ଋତୁର ପ୍ରଥମ ମାସ ଆଷାଢର ଶେଷ ଆଡକୁ ଯେଉଁ ପୂର୍ଣ୍ଣିମା ତିଥି ଆସେ ଏହାକୁ ଗୁରୁ ପୂର୍ଣ୍ଣିମା କୁହାଯାଏ । ଗୁରୁପୂର୍ଣ୍ଣିମା ତିଥିର ମହତ୍ଵ ହେଉଛି ଏହିଦିନ ଭାରତୀୟ ଶାସ୍ତ୍ର ଜଗତର ମୂଳପ୍ରଣେତା ବ୍ୟାସଦେବଙ୍କ ଜନ୍ମଦିନ । ବ୍ୟାସଦେବ ମହାଭାରତ ପରି ଶ୍ରେଷ୍ଠ କାବ୍ଯ ରଚନା କରିବା ସହିତ ବେଦକୁ ଚାରି ଭାଗରେ ବିଭକ୍ତ କରିଥିଲେ । ସେଥିପାଇଁ ଏହି ତିଥିକୁ ବ୍ୟାସପୂର୍ଣ୍ଣିମା ମଧ୍ୟ କୁହାଯାଏ ।

ସୂର୍ଯ୍ୟ ଓ ଚନ୍ଦ୍ର ମଝିରେ ପୃଥିବୀ ରହିଲେ ଚନ୍ଦ୍ରଗ୍ରହଣ ହେଇଥାଏ । ଏହି ସ୍ଥିତିରେ ପୂର୍ଣ୍ଣିମା ତିଥି ମଧ୍ୟ ପଡିଥାଏ । ତେଣୁ ପୂର୍ଣ୍ଣିମା ତିଥିରେ ହିଁ ଚନ୍ଦ୍ରଗ୍ରହଣ ହେଇପାରିବ । ତେବେ ସାଧାରଣତଃ ସବୁ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହୁଏନାହିଁ । ଏପରି ସ୍ଥିତି ବହୁତ ବିରଳ । ଜୁଲାଇ 16 ତାରିଖରେ ଗୁରୁପୂର୍ଣ୍ଣିମା ତିଥିରେ ପଡୁଥିବା ଚନ୍ଦ୍ରଗ୍ରହଣ ଏହିପରି ଏକ ବିରଳ ସଂଯୋଗ ଯାହା 149 ବର୍ଷ ପରେ ସମ୍ଭବ ହେଉଛି ।

ଚନ୍ଦ୍ରଗ୍ରହଣ

ମଙ୍ଗଳବାର ହେଉଥିବା ଚନ୍ଦ୍ରଗ୍ରହଣ ମଧ୍ୟରାତ୍ରିପରେ ଚଳିତ ଦଶନ୍ଧିର ସବୁଠୁ ବଡ ଓ ଏହା ଭାରତୀୟ ସମୟ ରାତି ଗୋଟାଏରୁ ଆରମ୍ଭ ହେବ। ଏହା ରାତ୍ରି 3.01 ସମୟରେ ଚରମ ସ୍ତରରେ ଥିବା ଅର୍ଥାତ ଚନ୍ଦ୍ର ସଂପୂର୍ଣ୍ଣ ଅଦୃଶ୍ୟ ହେବ । ଏହାପରେ ପ୍ରାୟ ଭୋର ପାଞ୍ଚଟାରେ ଏହି ପ୍ରକ୍ରିୟା ଶେଷ ହେବ ।

ମହାକାଶବିଜ୍ଞାନୀ ମାନେ ଏହାକୁ ହାଫ ବ୍ଲଡ଼ ମୁନ କହୁଛନ୍ତି , କାରଣ ଏଥର ଚନ୍ଦ୍ର ଆଂଶିକ ଭାବେ ଲାଲଭାବେ ଦିଶି ଅଦୃଶ୍ୟ ହେବ । ଭାରତୀୟ ଜ୍ଯୋତିଷଶାସ୍ତ୍ର ହିସାବରେ ମଙ୍ଗଳବାର ଚନ୍ଦ୍ରଗ୍ରହଣ ପାଇଁ ରାତି ଓଳି ଉପବାସ ରହିବାକୁ ବା ହାଲୁକା ଖାଦ୍ଯ (ଫଳମୂଳ, ଅରନ୍ଧା ଖାଦ୍ଯ ଇତ୍ୟାଦି ଖାଇବାକୁ ପରାମର୍ଶ ଦିଆଯାଇଛି ।

ଏହି ଚନ୍ଦ୍ରଗ୍ରହଣ ସମଗ୍ର ଏସିଆରେ ଦୃଶ୍ୟମାନ ହେବ । ତେବେ ଭାରତର ପୂର୍ବ ଭାଗ ଯଥା ବିହାର, ଓଡିଶା ଓ ପଶ୍ଚିମବଙ୍ଗରେ ଏହା ଅଳ୍ପ ସମୟ ପାଇଁ ଦିଶିବ । ଏହି ସମୟରେ ଚନ୍ଦ୍ରର ପ୍ରାୟ 65% ଅଞ୍ଚଳ ଲାଲ ରଙ୍ଗରେ ଦିଶିବ ବୋଲି ଆମେରିକୀୟ ସଂସ୍ଥା ନାସା ଅନୁମାନ କରିଛି ।

ଏହିଦିନ ଚନ୍ଦ୍ର ପୃଥିବୀର ନିକଟରେ ଥାଏ ଓ ଅପେକ୍ଷାକୃତ ବଡ ଦିଶେ । ପ୍ରାୟ ତିନିଘଣ୍ଟା ଧରି ହେବାକୁ ଥିବା ଏହି ଗ୍ରହଣକୁ ଖାଲି ଆଖିରେ ବା ଦୂରବୀକ୍ଷଣ ସାହାଜ୍ଯରେ ଦେଖିହେବ

ଗୁରୁପୂର୍ଣ୍ଣିମାର ମହତ୍ଵ

ଏହିଦିନ ପୂର୍ବରୁ ଗୁରୁକୁଳରେ ରହୁଥିବା ଛତ୍ରମାନେ ଗୁରୁଙ୍କ ବନ୍ଦନା କରୁଥିଲେ । ତେବେ ଏହା ସହିତ ନୂତନ ଶାସ୍ତ୍ର ଆଲୋଚନା ମଧ୍ୟ ହେଉଥିଲା । ସାଧାରଣତଃ ବର୍ଷା ସମୟ ହେଉଥିବାରୁ ପ୍ରାଚୀନ ଭାରତରେ ଗାଁଗହଳିମାନଙ୍କରେ ଏହିଦିନଠାରୁ ସମସ୍ତେ ଧର୍ମଆଲୋଚନା ଓ ମୁନିରିଷିମାନେ ଶାସ୍ତ୍ର ଆଲୋଚନା ଆରମ୍ଭ କରୁଥିଲେ ।

ଆଧୁନିକ ଯୁଗରେ ଲୋକମାନେ ଏହିଦିନ ଗୁରୁ (ଭଗବାନ ବୁଦ୍ଧ, ଗୁରୁ ନାନକ)ଙ୍କ ପୂଜା କରିବାର ବିଧି ରହିଛି । ଅନ୍ୟାନ୍ୟ ଗୁରୁ ଓ ଗୁରୁଜନଙ୍କ ପୂଜା ମଧ୍ୟ ଏହିଦିନ କରାଯାଇଥାଏ ।

#GuruPurnima #LunarEclipse #CosmicEvent

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon