- (ବେତାର ବ୍ୟୁରୋ
ବୟସ ଅନୁସାରେ ବଦଳାନ୍ତୁ ଖାଦ୍ୟ ପ୍ରକାର; ଦୂରେଇ ରହିବ ସ୍ୱାସ୍ଥ୍ୟ ସମସ୍ୟା

(ବେତାର ବ୍ୟୁରୋ ) ଖାଦ୍ୟ ଆମ ଶରୀର ପାଇଁ ଏକ ମୁଖ୍ୟ ଉପାଦାନ । କେବଳ ସୁସ୍ଥତା ପାଇଆନ ନୁହେଁ, ଶରୀରର ବାହାର ଓ ଭିତର ଅଙ୍ଗ ଖାଦ୍ୟ ପଦାର୍ଥ ଉପରେ ନିଭରଶୀଳ । ଏକଥା ସତ ଯେ ସଭିଁଏ ନିଜ ସ୍ୱାଦ ଅନୁଯାୟୀ ଖାଇଥାଆନ୍ତି। ଭୋକ ଜରିଆରେ ଆମ ଶରୀର ଆମକୁ ଖାଦ୍ୟ ଖାଇବାକୁ ନିର୍ଦ୍ଦେଶ ଦେଇଥାଏ। ତେବେ କେଉଁ ସମୟରେ କି ଖାଦ୍ୟ ଖାଇବା ଆବଶ୍ୟକ, ତାହା ଜାଣିବା ଜରୁରୀ ।
ହେଲେ ଏହା ସହିତ ମନେରଖିବାକୁ ହେବ ପ୍ରତ୍ୟେକଙ୍କ ବୟସ ଅନୁସାରେ ନିର୍ଦ୍ଦିଷ୍ଟ ଖାଦ୍ୟ ଖାଇବା ଜରୁରୀ , ଫଳରେ ଏହା ବୟସ ଜନିତ ଶାରୀରିକ ପରିବର୍ତ୍ତନ ସହିତ ଖାପ ଖୁଆଇଥାଏ ।
ଶିଶୁ ଅବସ୍ଥା (10 ବର୍ଷ ଯାଏଁ) : ଏହି ବୟସରେ ପିଲା ମାନେ ଖୁବ ଶୀଘ୍ର ବଢି ଥାଆନ୍ତି। ଏହି ସମୟରେ ଖାଇଥିବା ଖାଦ୍ୟର ପ୍ରଭାବ ସେମାନଙ୍କର ବଡ଼ ହେବା ପର୍ଯ୍ୟନ୍ତ ରହିଥାଏ। ସଠିକ୍ ପରିମାଣରେ ପୁଷ୍ଟିକର ଖାଦ୍ୟ ଖାଇବା ଉଚିତ। ଅଧିକ ପରିମାଣରେ ଖାଇବା ଉଚିତ ନୁହେଁ। ଖାଦ୍ୟର ପରିମାଣ ଉପରେ ହିଁ ଶରୀର ଗଠନ ନିର୍ଭର କରେ। ବାଧ୍ୟବାଧ୍ୟକତାରେ ଖାଇଲେ ତାହା ସ୍ୱାସ୍ଥ୍ୟ ପାଇଁ ହିତ କାରକ ହୋଇ ନଥାଏ।
କିଶୋର ଅବସ୍ଥା (୩୦ ବର୍ଷ ଯାଏଁ) – ଏହି ବୟସରେ ସ୍ୱାସ୍ଥ୍ୟରେ ବହୁ ପରିବର୍ତ୍ତନ ହୋଇଥାଏ। ଖାଦ୍ୟପେୟର ମଧ୍ୟ ଭିନ୍ନତା ଆସିଥାଏ। ବଜାରର ଖାଦ୍ୟଦ୍ରବ୍ୟ ଅଧିକ ଖାଇଥାଆନ୍ତି। ଯାହା ଦ୍ୱାରା ଶରୀର ସୁସ୍ଥତା ବିଗିଡ଼ି ଥାଏ। ଏହି ବୟସରେ ପନିପରିବା ଓ ପୁଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ।
ବହୁ ଲୋକେ ମୋଟାପଣ ନବଢିବା ପାଇଁ ଖାଦ୍ୟର ମାତ୍ରା କମାଇଥାଆନ୍ତି। ଯାହା ବହୁ ରୋଗର କାରଣ ହୋଇଥାଏ। ଅଧିକ ତେଲ ଯୁକ୍ତ ଓ ପାଟି ସ୍ୱାଦ ପାଇଁ ଖାଦ୍ୟ ଖାଇବା ପରିବର୍ତ୍ତେ ଭିଟାମିନ ଏବଂ ଠିକ୍ ପରିମାଣରେ ଖାଦ୍ୟ ଖାଇଲେ ଶରୀର ସୁସ୍ଥ ରହିଥାଏ। ଫଳ ଖାଇବା ମଧ୍ୟ ଆବଶ୍ୟକ ଅଟେ।
ଯୁବକ ଅବସ୍ଥା (40 ବର୍ଷ ଯାଏଁ) – ଏହି ବୟସର ଲୋକଙ୍କ ଜୀବନର କାମର ଅଧିକ ପ୍ରଭାବ ଓ ବିଭିନ୍ନ ଚିନ୍ତା ମଧ୍ୟ ରହିଥାଏ। ତେଣୁ ଏହି ସମୟରେ ଅଧିକ ଭିଟାମିନ ଯୁକ୍ତ ଖାଦ୍ୟ ଖାଇବା ଉଚିତ। ଆପଣ ଚାହିଁଲେ ବଜାରରେ ମିଳୁଥିବା ଭିଟାମିନ ସପ୍ପ୍ଲିମେଣ୍ଟ ବଟିକା ଓ କ୍ଷୀରରେ ମିଶାଇ ପିଆଯାଉଥିବା ଶକ୍ତିବର୍ଦ୍ଧକ ଗୁଣ୍ଡ ମଧ୍ୟ ନେଇପାରିବେ । ଫଳ ଅଧିକ ଖାଇବା ଉଚିତ। କଫି ଓ ଚା ବେଶି ପିଇବା ଉଚିତ ନୁହେଁ।
ମଧ୍ୟ ବୟସ୍କ (୫୦ ବର୍ଷ ଯାଏଁ) – ଏହି ବୟସରେ ଲୋକେମାନେ ସମସ୍ତ ପ୍ରକାର ଖାଦ୍ୟ ଖାଇବା ଉଚିତ । ଶରୀର ଏହି ସମୟରେ ସବୁ ପ୍ରକାରର ଖାଦ୍ୟ ନିର୍ଦ୍ଧାରିତ ପରିମାଣରେ ନେବା ପାଇଁ ପ୍ରସ୍ତୁତ ଥାଏ ।
ବୟସ୍କ ଓ ବୃଦ୍ଧ – ଏହି ସମୟରେ ଲୋକେମାନେ ସବୁ ପ୍ରକାର ଖାଦ୍ୟ ଖାଇବା ଉଚିତ ନୁହେଁ। କାରଣ ବୟସ ଅନୁଯାୟୀ ହଜମ ଶକ୍ତି କମି ଯାଏ। ତେଣୁ ସ୍ୱାସ୍ଥ୍ୟକୁ ନଜରରେ ରଖି ଖାଦ୍ୟ ଖାଇବା ଉଚିତ। ବିଶେଷକରି ମସଲା ଓ ତେଲ ଯୁକ୍ତ ଖାଦ୍ୟରୁ ଦୂରେଇ ରହିଲେ ଭଲ ।