• ବେତାର ବ୍ୟୁରୋ

ବିବାଦୀୟ ବିଶ୍ଵକପ ଫଳାଫଳ : ଆଇସିସିକୁ ଏମିତି କଟାକ୍ଷ କଲେ ଅମିତାଭ ବଚ୍ଚନ


(ବେତାର ବ୍ୟୁରୋ) କ୍ରିକେଟ ୱାର୍ଲ୍ଡକପ ୨୦୧୯ ଫାଇନାଲରେ ମ୍ୟାଚ ଡବଲ ଟାଇ ହେବା ପରେ ବାଉଣ୍ଡାରୀ ଗଣନାରେ ଇଂଲଣ୍ଡକୁ ବିଜେତା ଘୋଷଣା କରାଯିବା ନିୟମକୁ ନେଇ ବିବାଦ ଥମୁନି । ବହୁ କ୍ରିକେଟ ବିଶେଷଜ୍ଞ ଏହାକୁ ସମାଲୋଚନା କରୁଥିବାବେଳେ ବଲିଉଡ ମେଗାଷ୍ଟାର ବିଗ୍ ବି ଅମିତାଭ ବଚ୍ଚନ ମଧ୍ୟ ଆଇସିସିର ମଜା ଉଡାଇଛନ୍ତି । ଏ ନେଇ ତାଙ୍କର ଏକ ଟୁଇଟ ଚର୍ଚ୍ଚାକୁ ଆସିଛି।

ଟୁଇଟରେ ଏପରି ଲେଖିଛନ୍ତି ବିଗ୍ ବି ସୋସିଆଲ ମିଡିଆ ଟୁଇଟରରେ ଅମିତାଭ ଟୁଇଟ କରି ଲେଖିଛନ୍ତି ଯେ, ‘ଆପଣଙ୍କ ପାଖରେ ୨ ହଜାର ଟଙ୍କା ଏବଂ ମୋ ପାଖରେ ବି ୨ ହଜାର ଟଙ୍କା ଅଛି । ଆପଣଙ୍କ ପାଖରେ ୨ ହଜାର ଟଙ୍କିଆ ନୋଟ ଏବଂ ମୋ ପାଖରେ ୫ ଶହ ଟଙ୍କିଆ ନୋଟ ୪ଟି ଅଛି । ତେବେ ଧନୀ କିଏ? ଆଇସିସି- ଯାହା ପାଖରେ ୫ ଶହ ଟଙ୍କିଆ ୪ଟି ନୋଟ ଅଛି ସେ ଧନୀ । ପ୍ରଣାମ ଗୁରୁଦେବ ।’

ଏହା ପରେ ଅମିତାଭଙ୍କ ସମର୍ଥନରେ ବାହାରି ଅନେକ ପ୍ରଂଶସକ ମଧ୍ୟ ଆଇସିସିକୁ କଡା ସମାଲୋଚନା କରିଛନ୍ତି ।

ଯୁଗ୍ମ ବିଜେତା ଘୋଷଣା କରିବାର ଥିଲା-ମ୍ୟାକମିଲାନ ବିବାଦୀୟ ଢଙ୍ଗରେ ନ୍ୟୁଜିଲାଣ୍ଡ ବିଶ୍ୱକପ ଫାଇନାଲରେ ହାରିବା ପରେ ଏହି ଦଳର ବ୍ୟାଟିଂ ପ୍ରଶିକ୍ଷକ କ୍ରେଗ ମ୍ୟାକମିଲନ ମଧ୍ୟ ଏହାକୁ ଗ୍ରହଣ କରିପାରିନାହାନ୍ତି । ଉଭୟ ଦଳକୁ ଯୁଗ୍ମ ଭାବେ ବିଜେତା ଘୋଷଣା କରାଯାଇଥିଲେ ଅଧିକ ଗ୍ରହଣୀୟ ହୋଇଥାନ୍ତା ବୋଲି ସେ କହିଛନ୍ତି । ୭ ସପ୍ତାହର ଲଢେଇ ପରେ ଯଦି ବିଜେତା ବାଛି ହେଉନି ତେବେ ସୁପର ଓଭର ପରେ ଯୁଗ୍ମ ବିଜେତା ଘୋଷଣା କରିବା ଉଚିତ ଥିଲା । ଉଭୟ ଦଳ ଟ୍ରଫି ଧରିବାକୁ ହକଦାର ଥିଲେ ବୋଲି ସେ କହିଛନ୍ତି ।

ବିକଳ୍ପ ରଖିବାକୁ ଷ୍ଟେଡଙ୍କ ଆହ୍ୱାନ ନ୍ୟୁଜିଲାଣ୍ଡ ଦଳର ପ୍ରଶିକ୍ଷକ ଗ୍ୟାରି ଷ୍ଟେଡ ମଧ୍ୟ ଏପରି ନିମୟରେ ନିଜର ଅସହମତି ଜାରି କରିଛନ୍ତି । ଏଥିସହ ବିଶ୍ୱକପ୍ରେ ଯୁଗ୍ମ ବିଜେତା ବିକଳ୍ପ ରଖିବାକୁ ସେ ଆଇସିସିକୁ ଆହ୍ୱାନ ଦେଇଛନ୍ତି ।

#cricket #worldcup2019 #AmitabhBachchan

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon