• ବେତାର ବ୍ୟୁରୋ

ଓଡିଶା +3 ନାମଲେଖା ମେରିଟ ଲିଷ୍ଟ ପ୍ରକାଶିତ, ଜାଣନ୍ତୁ ଜରୁରୀ ତାରିଖ


(ବେତାର ବ୍ୟୁରୋ) ଓଡିଶାର ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ତରଫରୁ +3 ଡିଗ୍ରୀ କଲେଜରେ ଆଡମିଶନ ନିମନ୍ତେ ମେରିଟ ଲିଷ୍ଟ ବା ମେଧା ତାଲିକା ପ୍ରକାଶ ପାଇଛି । ଯେଉଁ +2 ପାସ କରିଥିବା ଛାତ୍ରଛାତ୍ରୀମାନେ ଡିଗ୍ରୀ କଲେଜରେ ପଢିବା ପାଇଁ କଲେଜ ନାମ ଓ ବିଷୟ ଚୟନ କରିଥିବେ ସେମାନେ ଏହି ତାଲିକାରେ ନିଜ ଆଡମିଶନ ବାବଦରେ ସୂଚନା ପାଇପାରିବେ ।

ସୂଚନାଯୋଗ୍ୟରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 1047 ଟି ଡିଗ୍ରୀ କଲେଜ ଥିବା ବେଳେ ପ୍ରାୟ ଦୁଇ ଲକ୍ଷ 37 ହଜାର ଛାତ୍ରଛାତ୍ରୀ ଅନଲାଇନରେ ଆବେଦନ କରିଛନ୍ତି । ସେମାନଙ୍କର ମାର୍କ ଆଧାରରେ ମେଧା ତାଲିକା ପ୍ରକାଶିତ ହେଇଛି ।

ଏହି ତାଲିକା ସରକାରୀ Student Academic Managemen ୱେବସାଇଟ samsodisha@gov.inରେ ଯାଇ ଦେଖିହେବ । ଏଥିରେ ପ୍ରାର୍ଥୀମାନେ ନିଜର ସିଲେକ୍ସନ ବାବଦରେ ଫଳାଫଳ ଜାଣିପାରିବେ ।

ଲିଙ୍କକୁ କିପରି ଯିବେ

-ପ୍ରଥମେ samsodisha@gov.in ୱେବସାଇଟ କୁ ମୋବାଇଲ ବ୍ରାଉଜର ବା ଲାପଟପ/କମ୍ପ୍ୟୁଟରରେ ଖୋଲନ୍ତୁ ।

-ଏହାପରେ Higher Education ଲେଖାଥିବା ବାକ୍ସରେ Degree( +3) ଉପରେ କ୍ଲିକ କରନ୍ତୁ ।

--ଏହାପରେ ଯେଉଁ ପରଦା ଆସିବ ସେଥିରେ Merit List ଉପରେ କ୍ଲିକ କରନ୍ତୁ ।

-ଏହାପରେ ଆଉ ଏକ ସ୍କ୍ରିନ ଆସିବ ଯେଉଁଥିରେ college ଆଣ୍ଡ category wise rank ullekh ଥିବା । ଏଥିରେ ବିଭିନ୍ନ କଲେଜର ମେଧା ତାଲିକା ବା ମେରିଟ ଲିଷ୍ଟ ଦେଖିହେବ । ତେବେ ଏଥିପାଇଁ ଆପଣଙ୍କୁ ଜିଲ୍ଲାର ନାମ, କଲେଜର ନାମ, ବିଷୟ ଇତ୍ୟାଦି ପ୍ରଥମେ ଚୟନ କରିବାକୁ ହେବ ଓ ଏହା ପରେ କଲେଜର ଏକ ନିର୍ଦ୍ଦିଷ୍ଟ ବିଷୟର କଟ ଅଫ ମାର୍କ, ସିଟ ସଂଖ୍ୟା, ମେରିଟ ଲିଷ୍ଟ ଇତ୍ୟାଦି ଦେଖିହେବ ।

ଜରୁରୀ ତାରିଖ

ଜୁଲାଇ 21 (ସନ୍ଧ୍ୟା 5 ଘଟିକା ) -କଲେଜ ଆପ୍ଲିକେସନ ଫି ଅନଲାଇନରେ ଦାଖଲ କରିବାର ଶେଷ ତାରିଖ

ଜୁଲାଇ 24 (ସନ୍ଧ୍ୟା 5 ଘଟିକା) –first selection ତାଲିକା

ଜୁଲାଇ 21 (ସକାଳ 11 ଘଟିକା ) ପ୍ରୋଭିଜନାଲ Second Selection ତାଲିକା ପ୍ରକାଶନ

ଅଗଷ୍ଟ 5: Second Selection ଚୁଡାନ୍ତ ତାଲିକା ପ୍ରକାଶ ଓ ଅନଲାଇନ ଫି’ ଦାଖଲ (ଅଗଷ୍ଟ 8 ଯାଏଁ)

ଅଗଷ୍ଟ 14 : Spot Selection ତାଲିକା ପ୍ରକାଶ

ଅଗଷ୍ଟ 16 : Spot Selection ନିମନ୍ତେ ଆଡମିଶନ ଆରମ୍ଭ

ଅଗଷ୍ଟ 19-21 : Spot Selection ନିମନ୍ତେ ଅନଲାଇନ ଫି ଦାଖଲ

ଅଗଷ୍ଟ 24 : ଯୁକ୍ତ ତିନି ପ୍ରଥମ ବର୍ଷ କ୍ଳାସ ଆରମ୍ଭ

#collegeadmission #3 #student

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon