• ବେତାର ବ୍ୟୁରୋ

ତଦନ୍ତ ରିପୋର୍ଟ : ଦୁର୍ନୀତି ଲୁଚାଇବାକୁ ନିଜକୁ ଗୁଳିମାଡ଼ କରାଇଲେ ଖୋର୍ଦ୍ଧା ମ୍ୟାନେଜର


(ବେତାର ବ୍ୟୁରୋ) ଖୋର୍ଦ୍ଧା ଜିଲା ଜଟଣୀର ବିଭିନ୍ନ ଏଟିଏମରେ ଟଙ୍କା ଭର୍ତ୍ତି କରୁଥିବା ଏକ ନଗଦ ଟଙ୍କା ପରିବହନ କମ୍ପାନୀର ମ୍ୟାନେଜରଙ୍କ ଉପରୁ ଗୁଳିମାଡ଼ ହୋଇଥିବା ଘଟଣା ଉପରୁ ପୋଲିସ ପରଦା ଉଠାଇଛି । ଆଉ କେହି ନୁହେଁ ବରଂ ଗୁଳିମାଡ଼ର ଶିକାର ହୋଇଥିବା କମ୍ପାନୀର ମ୍ୟାନେଜର ନିଜକୁ ଗୁଳି କରାଇଥିବା ସାମ୍ନାକୁ ଆସିଛି । ଏଟିଏମରେ ଟଙ୍କା ଭର୍ତ୍ତି ବେଳେ ଅର୍ଥ ଆତ୍ମସାତ କରିବା ଓ ଅଡିଟର ସାମ୍ନା ନ କରିବା ପାଇଁ ସେ ଏପରି କରିଥିବା ଜଣାପଡିଛି ।

ଏମିତି ଥିଲା ପୂରା ଘଟଣାବଳୀ ।

ଦେଢ କୋଟିରୁ ଅଧିକ ଟଙ୍କା ଚଳୁ ସୂଚନା ମୁତାବକ, ସିକ୍ୟୁୟର ଭ୍ୟାଲୁ କମ୍ପାନୀ ଇଣ୍ଡିଆ ଜଟଣୀ ଓ ଖୋର୍ଦ୍ଧାସ୍ଥିତ ବିଭିନ୍ନ ବ୍ୟାଙ୍କର ଏଟିଏମରେ ଟଙ୍କା ଭର୍ତ୍ତି କାମ କରିଥାଏ । ଏହି କମ୍ପାନୀ ଟିମ୍ ମ୍ୟାନେଜର ମୀନକେତନ ପରିଜା ଟଙ୍କା ଭର୍ତ୍ତି କରାଇବାକୁ ଯାଇଥାନ୍ତି । ଅଭିଯୋଗ ଅନୁସାରେ, ଯେତିକି ଟଙ୍କା ପ୍ରତି ଏଟିଏମ ପାଇଁ ଆସୁଥିଲା ମୀନକେତନ ସେଥିରୁ ମୋଟା ଅଙ୍କର ଅର୍ଥ ରଖିଦେଉଥିଲେ । ଏହିପରି ଭାବେ ପ୍ରାୟ ଦେଢ କୋଟିରୁ ଅଧିକ ଟଙ୍କା ସେ ଆତ୍ମସାତ କରିଥିବା ପୋଲିସ ଜାଣିବାକୁ ପାଇଛି ।

ଟିମ୍ ଗନମ୍ୟାନ ମାରିଥିଲେ ଗୁଳି ଗତ ୧୨ ତାରିଖରେ ଏଟିଏମରେ ଟଙ୍କା ଭର୍ତ୍ତି ସମ୍ପର୍କିତ ଅଡିଟ ହେବାକୁ ଦିନ ଧାର୍ଯ୍ୟ କରାଯାଇଥିଲା । ଅଡିଟକୁ ଏଡାଇବାକୁ ମୀନକେତନ ଉଦ୍ୟମ କରିଥିଲେ । ଟିମରେ କାର୍ଯ୍ୟରତ ଗନମ୍ୟାନଙ୍କୁ ତାଙ୍କ ଉପରକୁ ଗୁଳି କରିବାକୁ କହିଥିଲେ । ଗନମ୍ୟାନ ତାଙ୍କୁ ଗୁଳି ମାରିବା ପରେ ସେ ଡାକ୍ତରଖାନାରେ ରହି ଚିକିତ୍ସା ହେବାକୁ ଯୋଜନା କରିଥିଲେ ।

ଅଡିଟ ପରେ ଜଣାପଡିଲା ପୂରା ଘଟଣା ତେବେ ଗୁଳିମାଡ଼ ସତ୍ତ୍ୱେ ଧାର୍ଯ୍ୟ ଦିନରେ ହିଁ ଏଟିଏମରେ ଟଙ୍କା ଭର୍ତ୍ତିର ଅଡିଟ୍ ହୋଇଥିଲା । ଯାଞ୍ଚବେଳେ ମୀନକେତନ ପ୍ରାୟ ୧ କୋଟି ୪୦ ହଜାରରୁ ଅଧିକ ଟଙ୍କା ହଡପ କରିବା ଜଣାପଡିଥିଲା । ପରେ କମ୍ପାନୀ ପକ୍ଷରୁ ଏ ନେଇ ଥାନାରେ ଏତଲା ଦିଆଯାଇଥିଲା । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ଘରେ ଚଢ଼ାଉ, ଦାମୀ ଗାଡ଼ି ଜବତ ଘଟଣା ଜଣାପଡିବା ପରେ ଜଟଣୀ ପୋଲିସ ମୀନକେତନଙ୍କ ଘରେ ଚଢ଼ାଉ କରି ୨ଟି ଦାମୀ କାର୍, କେଟିଆର ୨୦୦ ସିସି ବାଇକ୍ ଗୋଟିଏ ଡିଜେ ଫିଟିଙ୍ଗ୍ସ ମିନି ଟ୍ରକ ଜବତ କରିଛି । ପୋଲିସର ସୁରକ୍ଷା ବଳୟରେ ତାଙ୍କ ଚିକିତ୍ସା ଚାଲିଥିବା ଜଣାପଡିଛି ।

#news #moneyloot #Crime #Fraud

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon