• ବେତାର ବ୍ୟୁରୋ

ଭ୍ରମଣ ଯୋଜନା କରୁଛନ୍ତି ! ଭାରତୀୟ ରେଳରେ ଏମିତି ବାଛନ୍ତୁ ଭଲ ଟୁର୍ ପ୍ୟାକେଜ


(ବେତାର ବ୍ୟୁରୋ) ଦୂର ତଥା ନୂଆ ଜାଗା ବୁଲିଯିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଭାରତୀୟ ରେଳ ରଖିଛି ବିଭିନ୍ନ ଅଫର । ଯାତ୍ରୀମାନେ ଆଇଆରସିଟିସି ୱେବସାଇଟ ମାଧ୍ୟମରେ ସବୁଠାରୁ ଭଲ ଏବଂ ଶସ୍ତା ଟୁର ପ୍ୟାକେଜ ବାଛିପାରିବେ । ଏପରିକି ଆପଣ ଏକ ସଙ୍ଗରେ ଏକାଧିକ ସ୍ଥାନ ଯିବା ପାଇଁ ରେଳ ବିଭାଗ ପକ୍ଷରୁ ଅନେକ ସୁବିଧା କରାଯାଇଛି ।

ଜାଣନ୍ତୁ କିପରି ଏହାର ଲାଭ ଉଠାଇପାରିବେ ।

୧- ପ୍ରଥମେ ଆଇଆରସିଟିସିର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ । ଉପର ବାରରେ ଥିବା ହଲିଡେ’ ବିକଳ୍ପରେ କ୍ଲିକ କରନ୍ତୁ । ଏହାପରେ ଆଉ ୩ ବିକଳ୍ପ ଦେଖିବାକୁ ମିଳିବ । ସେଥିମଧ୍ୟରୁ ପ୍ୟାକେଜେସ୍ ଅପ୍ସନ ଉପରେ କ୍ଲିକ କରନ୍ତୁ । ଏହାପରେ ଟୁର୍ ପ୍ୟାକେଜକୁ ବାଛନ୍ତୁ । ଏହା ଆପଣଙ୍କୁ ଆଇଆରସିଟିସିର ଟୁରିଜିମ ସାଇଟକୁ ନେଇଯିବ ।

୨- ନୂଆ ସାଇଟକୁ ଯିବା ପରେ ସେଠାରେ ଉପରେ ଡାହାଣ ପଟେ ଥିବା ଲଗଇନ୍ ବାର୍ ପାଖରେ ବିଭିନ୍ନ ପ୍ୟାକେଜ ସମ୍ପର୍କରେ ତଥ୍ୟ ପାଇପାରିବେ । ବୁଲି ଯିବାକୁ ଥିବା ଜାଗା, ସେଠାକୁ ଯିବାକୁ ଥିବା ଟ୍ରେନ ଏଥିସହ କ୍ୟାବ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଆପଣଙ୍କୁ ଗୋଟିଏ କ୍ଲିକରେ ମିଳିଯିବ । ଏଥିସହ ଏଫଏକ୍ୟୁ ବା ଲୋକଙ୍କ ଦ୍ୱାରା ପଚରାଯାଇଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଏଠାରେ ପାଇପାରିବେ । ଏଠାରେ ଏକ ମେଲ୍ ଆଇଡି ଏବଂ କଣ୍ଟାକ୍ଟ ନମ୍ବର ଉପଲବ୍ଧ ରହିଛି । ଏହାକୁ ନୋଟ କରି ଆପଣଙ୍କ ସମସ୍ୟା ପଚାରି ବୁଝିପାରିବେ ।

୩- ୱେବସାଇଟର ହୋମ୍ ପେଜରେ ବହୁତଗୁଡିଏ ଅନ୍ୟ ବିକଳ୍ପ ମଧ୍ୟ ରହିଛି । ଆପଣଙ୍କ ଆବଶ୍ୟକତା ଅନୁସାରେ ତାହା ଉପରେ କ୍ଲିକ କରି ଜାଣିପାରିବେ । ରେଳ ଯାତ୍ରା କରିବାକୁ ଥିଲେ ରେଳ ଟୁର, ନଚେତ ବିମାନ କିମ୍ବା ସଡ଼କ ଯାତ୍ରା କରିବାକୁ ଚାହୁଁଥିଲେ ସେହି ଅନୁସାରେ ପ୍ୟାକେଜ ବାଛିବାକୁ ହେବ । ଏଠାରେ ଅପେକ୍ଷାକୃତ କମ୍ ଟଙ୍କାରେ ଟୁର ପ୍ୟାକେଜ ମିଳିପାରିବ ।

ଯେଉଁ ସ୍ଥାନକୁ ଯିବାର ଅଛି ତାହାର ନାମ ଉପରେ କ୍ଲିକ କଲେ ଟୁର ବାବଦ ଖର୍ଚ୍ଚ ଅନ୍ୟାନ୍ୟ ସୁବିଧା ଜାଣିହେବ । ନଚେତ ସର୍ଚ୍ଚ ବିକଳ୍ପକୁ ଯାଇ ଟୁର୍ ବାବଦରେ ସମସ୍ତ ତଥ୍ୟ ପାଇପାରିବେ ।

୪- ପ୍ୟାକେଜ ବାବଦରେ ଅଧିକ ତଥ୍ୟ ଜାଣିବାକୁ ଚାହୁଁଥିଲେ ସେଠାରେ ଥିବା କଣ୍ଟାକ୍ଟ ଅସ୍ ବିକଳ୍ପ ଉପରେ କ୍ଲିକ କରିପାରିବେ । ଏଠାରେ ଆପଣଙ୍କୁ ଇଣ୍ଟରନ୍ୟାଶନାଲ ଟୁର ପ୍ୟାକେଜ ମଧ୍ୟ ମିଳିପାରିବ।

#tourism #Indianrailway #travel #IndianRail

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon