• ବେତାର ବ୍ୟୁରୋ

ଏହି କାରଣ ପାଇଁ ଦୁଇ ସପ୍ତାହ ଘୁଞ୍ଚିଲା “ସାହୋ”ର ରିଲିଜ ଡେଟ୍


(ବେତାର ବ୍ୟୁରୋ) ‘ବାହୁବଳୀ’ ନାୟକ ତଥା ସୁପରଷ୍ଟାର ପ୍ରଭାସ ଓ ବଲିଉଡ ନାୟିକା ଶ୍ରଦ୍ଧା କପୁରଙ୍କ ଅଭିନୀତ ଅପକମିଂ ଫିଲ୍ମ “ସାହେ”ର ରିଲିଜ ତାରିଖ ଅଗଷ୍ଟ ୩୦ ତାରିଖକୁ ଘୁଞ୍ଚାଯାଇଛି । ଅଗଷ୍ଟ ୧୫ ତାରିଖରେ ଏହି ଚଳଚ୍ଚିତ୍ର ରିଲିଜ ପାଇଁ ସ୍ଥିର ହୋଇଥିବାବେଳେ ଏବେ ଏଥିରେ ପରିବର୍ତ୍ତନ କରାଯାଇଥିବା ସୂଚନା ଦିଆଯାଇଛି ।

ବଢାଯିବ ଫିଲ୍ମର ଗୁଣବତ୍ତା ଦର୍ଶକଙ୍କୁ ଫିଲ୍ମରେ କୌଣସି ଗୁଣବତ୍ତାରେ ଊଣା ନ ରଖିବାକୁ ଏପରି କରାଯାଇଥିବା ମୁଭି ପ୍ରଯୋଜକଙ୍କ ପକ୍ଷରୁ କୁହାଯାଇଛି । ଏହି ଆକ୍ସନ ଫିଲ୍ମକୁ ଅଧିକ ଆକର୍ଷଣୀୟ କରିବାକୁ ସମୟ ଦରକାର । ଚଳଚ୍ଚିିତ୍ରରେ ଆକ୍ସନ ଓ କଣ୍ଟେଣ୍ଟ ସିକ୍ୟୁଏନ୍ସରେ କୌଣସି ବୁଝାମଣା କରାଯିବନାହିଁ । ଦର୍ଶକଙ୍କ ସମ୍ପୂର୍ଣ୍ଣ ମନୋରଞ୍ଜନ ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବା ଫିଲ୍ମ ନିର୍ମାତାଙ୍କ ପକ୍ଷରୁ କୁହାଯାଇଛି ।

ମିଶନ ମଙ୍ଗଳ ପାଇଁ ତାରିଖ ଘୁଞ୍ଚିଥିବା ଚର୍ଚ୍ଚା ଅନ୍ୟପକ୍ଷରେ ଅଗଷ୍ଟ ୧୫ରେ ଭାରତର ପ୍ରଥମ ମଙ୍ଗଳଯାନର ସଫଳତା କାହାଣୀକୁ ନେଇ ସୁପରଷ୍ଟାର ଅକ୍ଷୟ କୁମାର ଅଭିନୀତ ଫିଲ୍ମ “ମିଶନ ମଙ୍ଗଳ” ପରଦାକୁ ଆସୁଥିବାରୁ “ସାହୋ”ର ରିଲିଜ ତାରିଖ ଘୁଞ୍ଚାଯାଇଥିବା ଚର୍ଚ୍ଚା ହେଉଛି । ତେବେ କାରଣ ଯାହା ବି ହେଉ “ସାହୋ” ପାଇଁ ଦର୍ଶକଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ । 

ପ୍ରଭାସ, ଶ୍ରଦ୍ଧାଙ୍କ ଜବରଦସ୍ତ ଆକ୍ସନ ଗତ ଜୁନ ୧୩ ତାରିଖରେ “ସାହୋ”ର ଟିଜର ରିଲିଜ ହୋଇସାରିଛି । ଯେଉଁଥିରେ ଉଭୟ ପ୍ରଭାସ ଓ ଶ୍ରଦ୍ଧାଙ୍କ ଫିଲ୍ମରେ ଜବରଦସ୍ତ ଆକ୍ସନ ଦେଖାଯାଇଛି । ଏହି ଟ୍ରେଲର ବହୁତ ଭଲ ରେସପନ୍ସ ପାଇଛି । ପ୍ରଭାସଙ୍କୁ ଏକ ଅଲଗା ଭୂମିକାରେ ଦେଖିବାକୁ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ ଦେଖିବାକୁ ମିଳିଛି ।

ଏଥିସହ ଫିଲ୍ମରେ ଦର୍ଶକଙ୍କ ପାଇଁ ପ୍ରଭାସଙ୍କ କେତେଗୁଡିଏ ଜବରଦସ୍ତ ଷ୍ଟଣ୍ଟ ମଧ୍ୟ ରହିଛି ।

ତେଲୁଗୁ ଫିଲ୍ମ ନିର୍ଦ୍ଦେଶକ ସୁଜିତଙ୍କ ନିର୍ଦ୍ଦେଶନାରେ “ସାହେ”ରେ  ଅନ୍ୟ ଲିଡ୍ ଭୂମିକାରେ ଜ୍ୟାକି ଶ୍ରଫ୍, ମନ୍ଦିରା ବେଦୀ, ନୀଲ ନୀତିନ ମୁକେଶ ପ୍ରମୁଖ ନଜର ଆସିବେ । ୟୁଭି କ୍ରିଏସନରେ ଏହି ଚଳଚ୍ଚିତ୍ରର ନିର୍ମାଣ କରାଯାଇଛି ।

#Movieupdate #entertainment #Shaho

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon