• ବେତାର ବ୍ୟୁରୋ

ଜ୍ୟୋତିଷ ଟିପ୍ସ : ଦାନ ମାଧ୍ୟମରେ ଦୂର କରନ୍ତୁ ଏହିସବୁ ଦୋଷ


(ବେତାର ବ୍ୟୁରୋ) ଦାନ କରିବା ଧର୍ମ ବୋଲି କୁହାଯାଏ । ଏହା ଦ୍ବାରା ଜୀବନର ବିଭିନ୍ନ ସମସ୍ୟା ଦୂର ହୋଇଥାଏ ବିଶ୍ବାସ ରହିଛି । ଦାନ କରିବା ଦ୍ବାରା ଆୟୁଷ ବୃଦ୍ଧି ହେବା ସହ ସ୍ବାସ୍ଥ୍ୟ ଭଲ ରହିଥାଏ। ଜୀବନର ଅନ୍ୟ ସମସ୍ୟାରୁ ମୁକ୍ତି ପାଇଁ ମଧ୍ୟ ଦାନର ବିଶେଷ ମହତ୍ତ୍ବ ରହିଛି ।

ତେବେ ଗ୍ରହ ଦୋଷରୁ ମୁକ୍ତି ପାଇବା ପାଇଁ ଦାନ କରିବା ଲାଭ ଦାୟକ ବୋଲି ଜ୍ୟୋତିଷଶାସ୍ତ୍ରରେ କୁହାଯାଇଛି । ଅଲଗା ଅଲଗା ବସ୍ତୁ ଦାନ କରିବା ଦ୍ବାରା ଭିନ୍ନ ଭିନ୍ନ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାଦ୍ବାରା ବିଭିନ୍ନ ଗ୍ରହ ରିଷ୍ଟ ଖଣ୍ଡନ ହୁଏ ବୋଲି ବିଶ୍ଵାସ ରହିଛି ।

ତେବେ ଦାନ କରିବାର ନିର୍ଦ୍ଦିଷ୍ଟ ନିୟମ ରହିଛି ।  ଭୁଲ ବସ୍ତୁ ଦାନ କରିବା ଦ୍ବାରା କ୍ଷତିକାରକ ହେବା ସହ ଖରାପ ପରିଣାମ ଭୋଗିବାକୁ ପଡିଥାଏ । ଆସନ୍ତୁ ଜାଣିବା କେଉଁ ଦୋଷ ଦୂର କରିବା ପାଇଁ କି ବସ୍ତୁ ଦାନ କରିବା କଥା ।

ପରିବା : ଦରିଦ୍ରଙ୍କୁ ପରିବା ଦାନ ଏକ ଭଲ କାର୍ଯ୍ୟ । ଏହା ବୁଧ ଜନିତ ଦୋଷ ଯଥା ମାନସିକ ଅଶାନ୍ତି , ଘରେ ଇଲେକ୍ଟ୍ରୋନିକ ଆସବାବ ବାରମ୍ବାର ଖରାପ ହେବା ଇତ୍ୟାଦି ଦୋଷକୁ ଦୂରେଇ ଥାଏ । ବୁଧବାର ଦାନ କଲେ ଭଲ ।  

ଧାତୁ: ଧାତୁ ଦାନ କରିବା ଦ୍ବାରା ବିଶେଷ ଦଷା ଖଣ୍ଡନ ହୋଇଥାଏ । ଏହା ଦ୍ବାରା ବିପଦ ମଧ୍ୟ ଟଳିଥାଏ । ତେବେ ସୁନା ଓ ରୂପା ଭଳି ଧାତୁ ଦାନ ଦେଲାବେଳେ ଅଭିଜ୍ଞ ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ । ଲୁହା ପରି ଧାତୁ ଦାନ ଦେଲାବେଳେ ଶ୍ରମିକ ଶ୍ରେଣୀର ବ୍ୟକ୍ତିଙ୍କୁ ଦେଲେ ଭଲ ।

ଡାଲି: ଡାଲି ଦାନ କରିବା ଦ୍ବାରା ଜୀବନରେ ଅନ୍ନର ଅଭାବ ରହିନଥାଏ । ଏହା ବୃହସ୍ପତିଙ୍କ କୋପ ଶାନ୍ତ କରିବାରେ ସହାୟକ ହେଇଥାଏ । ତେବେ ଡାଲି ଦାନ କଲାବେଳେ କୌଣସି ବୟସ୍କ ଲୋକଙ୍କୁ ଦାନ ଦେଲେ ଭଲ । ଡାଲି ବଦଳରେ ରୁଟି, ଗହମ ଦାନ କରିପାରିବେ  । ଗୁରୁବାର ଦାନ କଲେ ଶୁଭ ।

ବସ୍ତ୍ର: ବସ୍ତ୍ର ଦାନ କରିବା ଦ୍ବାରା ଆର୍ଥିକ ସ୍ଥିତି ସର୍ବଦା ଉତ୍ତମ ରହିଥାଏ । ନିଜେ ଧାରଣ କରୁଥିବା ଭଳି ବସ୍ତ୍ର ଦାନ କରନ୍ତୁ । ପୁରୁଣା, ଚିରା ବସ୍ତ୍ର କଦାପି ଦାନ କରନ୍ତୁ ନାହିଁ । 

(ବି.ଦ୍ର : ଏହି ସବୁ ଜ୍ୟୋତିଷ ଉପାୟ କେବଳ ସର୍ବସାଧାରଣ ଦୋଷ ଖଣ୍ଡନ ପାଇଁ ପ୍ରଦାନ କ୍ରାହେଇଛି । ଗୁରୁତର ସମସ୍ୟା ପାଇଁ ନିଜ ଜାତକ ସହିତ ଅଭିଜ୍ଞ ଜ୍ୟୋତିଷଙ୍କ ପରାମର୍ଶ ନେଲେ ଭଲ )  

#Vastu

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon