• ବେତାର ବ୍ୟୁରୋ

ବ୍ୟାନ ହୋଇପାରେ ଟିକଟକ, ହେଲୋ ଆପ୍: ନୋଟିସ୍ ଜାରିକଲେ କେନ୍ଦ୍ର ସରକାର


(ବେତାର ବ୍ୟୁରୋ) ନିିଷିଦ୍ଧ ହୋଇପାରେ ଚୀନ କମ୍ପାନୀ ‘ବାଇଟ୍ ଡ୍ୟାନ୍ସ’ ଅଧୀନରେ ଥିବା ଦୁଇ ଲୋକପ୍ରିୟ ଆପ୍ ଟିକଟକ ଓ ହେଲୋ । ଏ ନେଇ କମ୍ପାନୀକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୋଟିସ୍ ଜାରି ହୋଇଛି । ଏହି ଆପ୍ ଜରିଆରେ ଦେଶ ବିରୋଧୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦିଆଯାଉଥିବା ଜଣାପଡିବା ପରେ ଏ ସମ୍ପର୍କରେ ଜବାବ ରଖିବାକୁ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି ।

ଜୁଲାଇ ୨୨ ସୁଦ୍ଧା ଜବାବ ରଖିବ କମ୍ପାନୀ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଦୁଇ ଆପ୍ କମ୍ପାନୀକୁ ନୋଟିସ ଜାରି କରାଯିବା ସହ ୨୪ଟି ପ୍ରଶ୍ନର ସେଟ୍ ଦିଆଯାଇଛି । ଆସନ୍ତା ୨୨ ତାରିଖ ସୁଦ୍ଧା ସବୁ ପ୍ରଶ୍ନର ଉପଯୁକ୍ତ ଉତ୍ତର ରଖିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି । ନଚେତ ଏହି ଆପକୁ ଭାରତରେ ନିଷିଦ୍ଧ କରିଦିଆଯିବ ବୋଲି ସରକାର ଚେତାବନୀ ଦେଇଛନ୍ତି । ଏଥିସହ ତୃତୀୟ ପକ୍ଷକୁ ତଥ୍ୟ ହସ୍ତାନ୍ତର ନ କରିବାକୁ କମ୍ପାନୀଠାରୁ ପ୍ରତିଶ୍ରୁତି ମଗାଯାଇଛି ।

ବିକୃତ ରାଜନୈତିକ ବିଜ୍ଞାପନ ପ୍ରଚାର ଟିକଟକକୁ ଦେଶ ବିରୋଧୀ କାର୍ଯ୍ୟକଳାପରେ ବ୍ୟବହାର କରାଯାଉଥିବା ଏବଂ ବିକୃତ ରାଜନୈତିକ ବିଜ୍ଞାପନ ଦେଇ ବିପୁଳ ଆୟ କରିଥିବା ସରକାରଙ୍କଠାରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗର କେତେ ସତ୍ୟତା ରହିଛି ତାହା ଜଣାଇବାକୁ କେନ୍ଦ୍ର ସରକାର କମ୍ପାନୀ କର୍ତ୍ତୃପକ୍ଷଙ୍କୁ କହିଛନ୍ତି । ଏଥିସହ ମିଥ୍ୟା ଖବର ରୋକିବାକୁ କମ୍ପାନୀ କ’ଣ ସବୁ ପଦକ୍ଷେପ ନେଇଛି ତାହା ମଧ୍ୟ ସରକାର ଜାଣିବାକୁ ଚାହିଁଛନ୍ତି ।

ଆକାଉଣ୍ଟଧାରୀଙ୍କ ବୟସ ୧୮ ହେବ ଏହି କ୍ରମରେ ସରକାର ଟିକଟିକ ଓ ହେଲୋ ଆପରେ ଆକାଉଣ୍ଟ ଖୋଲିବା ପାଇଁ ଅତିକମରେ ୧୮ ବର୍ଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏବେ ୧୩ ବର୍ଷର ପିଲାମାନେ ଆକାଉଣ୍ଟ ଖୋଲିପାରୁଛନ୍ତି । 

ସରକାରଙ୍କୁ ସହଯୋଗ କରାଯିବ-କମ୍ପାନୀ ଏ ସମ୍ପର୍କରେ କମ୍ପାନୀ ପକ୍ଷରୁ କୁହାଯାଇଛି, ସମାଜରେ ଆମ ଦାୟିତ୍ୱକୁ ଗୁରୁତର ସହ ନେଉଛୁ । ଏଥିସହ ଭାରତ ବଜାର ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ତେଣୁ ସବୁ ପ୍ରକାର ନିୟମ ମାନିବା ସହ ସରକାରଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ । 

ଅନ୍ୟପକ୍ଷରେ ଆଗାମୀ ଦିନରେ ଭାରତରେ ଏହି କମ୍ପାନୀ ୧ ବିଲିଅନ୍ ଡଲାର ନିବେଶ କରିବ ବୋଲି କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି ।

#news #tiktok #Hello #Apps

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon