• ବେତାର ବ୍ୟୁରୋ

ଭାରତୀୟ କ୍ରିକେଟ ଦଳରେ ଦୁଇଟି କ୍ୟାପଟେନ ପାଇଁ ହୋଇପାରେ ବିଚାର


(ବେତାର ବ୍ୟୁରୋ) ବିଶ୍ୱକପ୍ ସେମିଫାଇନାଲରେ ହାରିବା ପରେ ଭାରତ ଟିମର ଅଧିନାୟକଙ୍କୁ ପରିବର୍ତ୍ତନ କରାଯାଇପାରେ ଚର୍ଚ୍ଚା ହୋଇଆସୁଛି । ଆସନ୍ତା ମାସରୁ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବାକୁ ଥିବାବେଳେ ଜୁଲାଇ ୨୧ ରବିବାର ଦିନ ଚୂଡାନ୍ତ ଟିମ ଚୟନ ହେବ । ତେବେ ସୂଚନା ମୁତାବକ, ଦଳର ଚୟନ କର୍ତ୍ତା ଅଧିନାୟକ ନ ବଦଳାଇବାକୁ ବିଚାର କରୁଛନ୍ତି । ଏପରି ହେଲେ ବିରାଟ କୋହଲି ୱେଷ୍ଟଇଣ୍ଡିଜ ଗସ୍ତରେ ଅଧିନାୟକ ଦାୟିତ୍ୱ ତୁଲାଇବେ ।

ଦୌଡରେ ରୋହିତ ସାମିଲ ରବିବାର ଅନୁଷ୍ଠିତ ହେବକୁ ଥିବା ବୈଠକରେ ଚୟନକର୍ତ୍ତାମାନେ ସବୁ ଦିଗକୁ ଦୃଷ୍ଟି ଦେଇ ଅଧିନାୟକ ଚୟନ ପାଇଁ ବିଚାର କରିବେ । ଯଦି ଚୟନକର୍ତ୍ତା ଏଥିେୀ ପରିବର୍ତ୍ତନ ଚାହିଁବେ ତେବେ ଅଧିନାୟକ ଦୌଡରେ ରୋହିତ ଶର୍ମା ବେଶ ଆଗରେ ରହିଛନ୍ତି । ବିଶେଷ କରି ଦିନିକିଆ କ୍ରିକେଟ ଫର୍ମାଟ ପାଇଁ ରୋହିତ ଫିଟ୍ ବୋଲି ଚର୍ଚ୍ଚା ହେଉଛି । ଯଦି ଦିନିକିଆ ଫର୍ମାଟ ପାଇଁ ରୋହିତଙ୍କୁ ବଛାଯାଏ ତେବେ ଟେଷ୍ଟ ଓ ଟି ୨୦ରେ କୋହଲି ଅଧିନାୟକ ରହିବେ ।

ବିଶେଷ ସଫଳ ହୋଇନି ସ୍ପ୍ଲିଟ କ୍ୟାପ୍ଟେନ୍ସି ପୂର୍ବରୁ ମଧ୍ୟ ଭାରତୀୟ ଟିମ୍ରେ ଟେଷ୍ଟ ଓ ଦିନିକିଆ ପାଇଁ ୨ ଜଣଙ୍କୁ ଅଲଗା ଅଲଗା ଅଧିନାୟକ ଦାୟିତ୍ୱ (ସ୍ପ୍ଲିଟ କ୍ୟାପଟେନ୍ସି) ଦିଆଯାଇଛି ।  ୨୦୦୭ ନଭେମ୍ବରରୁ ୨୦୦୮ ଅକ୍ଟୋବର ପର୍ଯ୍ୟନ୍ତ ଅନିଲ କୁମ୍ବଲେ ଟେଷ୍ଟ ଦଳ ଏବଂ ମହେନ୍ଦ୍ର ସିଂ ଧୋନି ଟି ୨୦ ଓ ଦିନିକିଆ ଦଳର ନେତୃତ୍ୱ ସମ୍ଭାଳିଥିଲେ । ୨୦୧୬ରେ ବିରାଟ କୋହଲି ଟେଷ୍ଟ ଦଳରେ କ୍ୟାପଟେନ ଥିବାବେଳେ ଧୋନି ଦିନିକିଆ ମ୍ୟାଚରେ ଅଧିନାୟକ ରହିଥିଲେ । ତେବେ ଏହି ବିଭାଜିତ ନେତୃତ୍ୱ ସେତେ ସଫଳ ହୋଇପାରି ନ ଥିଲା ।

ବିଶ୍ରାମ ନେଇପାରନ୍ତି ବୁମରା, ଭୁବନେଶ୍ୱର ରବିବାର ହେବାକୁ ଥିବା ବୈଠକରେ ମନୋନୟନ କର୍ତ୍ତାଙ୍କ ସହ କୋହଲି ଯୋଗଦେବେ । ଦଳରେ ଧୋନିଙ୍କୁ ସାମିଲ କରାଯିବା ବିଷୟରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି । ସେହିପରି ଯଶପ୍ରୀତ ବୁମରା, ଭୁବନେଶ୍ୱର କୁମାର, ମହମ୍ମଦ ସାମିଙ୍କୁ ବିଶ୍ରାମ ଦିଆଯାଇପାରେ । ଏହାହେଲେ ନଭଦୀପ ସାଇନି, ଖଲିଲ ଅହମ୍ମଦ, କ୍ରୁନାଲ ପାଣ୍ଡ୍ୟା, ମନୀଷ ପାଣ୍ଡେ, ଶ୍ରେୟସ ଆୟରଙ୍କ ଭଳି ଖେଳାଳିଙ୍କୁ ଖେଳିବାକୁ ସୁଯୋଗ ମିଳିପାରେ ।

#news #cricket #entertainment

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon