• ବେତାର ବ୍ୟୁରୋ

ଏତିକି ଶସ୍ତା ହେଲା 3ଟି ସିମ ବିଶିଷ୍ଟ ଆସସ୍ ମାକ୍ସ ପ୍ରୋ M1


(ବେତାର ବ୍ୟୁରୋ) ଆସସ୍ କମ୍ପାନୀ ଏହାର ଫିଚର ଫୋନ ମାକ୍ସ ପ୍ରୋ M1 ପ୍ରାଇସ କମାଇଛି । ସମାନ ଫିଚର ସୁବିଧା ଥିବା ଏହି ଫୋନକୁ ଏବେ ଗ୍ରାହକମାନେ ଅପେକ୍ଷାକୃତ କମ୍ ଟଙ୍କାରେ କିଣିପାରିବେ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ବଜାରରେ ଏହି ଫୋନର ୩ଟି ଭାରିଏଣ୍ଟ ଉପଲବ୍ଧ ହେଉଛି ।

ଜାଣନ୍ତୁ କ’ଣ ରହିଛି ଏହାର ପ୍ରାଇସ ଓ ଫିଚର ।

୭,୯୯୯ ଟଙ୍କାରେ ୩ ଜିବି ରାମ୍ ୩ ଜିବି ରାମ୍ ଓ ୩୨ ଜିବି ଇଣ୍ଟରନାଲ ମେମୋରି ଥିବା ଏହି ଫୋନର ଦାମ ଏବେ ୭,୯୯୯ ଟଙ୍କା କରି ଦିଆଯାଇଛି । ପୂର୍ବରୁ ଏହା ୮,୪୯୯ ଟଙ୍କାରେ ମିଳୁଥିଲା । ସେହିପରି ୪ ଜିବି ରାମ୍ ଓ ୬୪ ଜିବି ଇଣ୍ଟରନାଲ ଷ୍ଟୋରେଜ ଥିବା ମଡେଲର ମୂଲ୍ୟ ୮,୯୯୯ ଟଙ୍କା ରଖାଯାଇଛି । ପୂର୍ବରୁ ଏହାର ମୂଲ୍ୟ ୧୦,୪୯୯ ଟଙ୍କା ଥିଲା । ୬ ଜିବି ରାମ୍ ଓ ୬୪ ଜିବି ଇଣ୍ଟରନାଲ ମେମୋରି ବିଶିଷ୍ଟ ମଡେଲର ଦାମ ୧୧,୯୯୯ ଟଙ୍କାକୁ ହ୍ରାସ ପାଇଛି । ଏହା ପୂର୍ବରୁ ବଜାରରେ ୧୨,୪୯୯ ଟଙ୍କାରେ ମିଳୁଥିଲା ।

୫୦୦୦ ଏମଏଚର ବ୍ୟାଟେରି ଫୋନରେ ୫୦୦୦ ଏମଏଚର ପାୱାରର ବ୍ୟାଟେରି ଉପଲବ୍ଧ । ୧୯୯ ଘଣ୍ଟା ପର୍ଯ୍ୟନ୍ତ ଏହି ଫୋନ ମ୍ୟୁଜିକ ପ୍ଲେ ବ୍ୟାକ ଦେଇପାରିବାକୁ ସକ୍ଷମ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଏଥିସହ ୨୫.୩ ଘଣ୍ଟା ପର୍ଯ୍ୟନ୍ତ ୧୦୮୦ ରିଜୋଲ୍ୟୁସନର ଭିଡିଓ ପ୍ଲେ ବ୍ୟାକ ମଧ୍ୟ ରହିଛି । ୩୪ ଦିନ ପର୍ଯ୍ୟନ୍ତ ଫୋନର ୪ଜି ଷ୍ଟାଣ୍ଡ ବାଇ ରହିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । 

୧୩+୫ ମେଗାପିକ୍ସଲର ଡୁଆଲ କ୍ୟାମେରା ୫.୯୯ ଇଞ୍ଚର ଫୁଲ୍ ଏଚଡି ସ୍କ୍ରିନରେ ଉପଲବ୍ଧ ଏହି ଫୋନରେ ୧୩+୫ ମେଗାପିକ୍ସଲର ଡୁଆଲ ରିୟର କ୍ୟାମେରା ରହିଛି । ସେଲ୍ଫି ପାଇଁ ଏଲଇଡି ଫ୍ଲାଶ ସହ ୮ ମେଗାପିକ୍ସଲ କ୍ୟାମେରା ଉପଲବ୍ଧ । ୮.୧ ଆଣ୍ଡ୍ରଏଡ ଓରିଓ ଆଉଟ-ଅଫ୍-ଦ-ବକ୍ସ ଅପରେଟିଂ ସିଷ୍ଟମ ସହ ୬୩୬ ସ୍ନାପଡ୍ରାଗନ ପ୍ରୋସେସର ରହିଛି ।

ଫୋନରେ ୩ଟି ସିମ୍ ସ୍ଲଟ ଆଉ ଏକ ବିଶେଷତ୍ୱ ଭାବେ ଏହି ଫୋନରେ ୩ଟି ସିମ୍ କାର୍ଡ ପାଇଁ ସ୍ଲଟ ରହିଛି । ୟୁଜର୍ସ ଚାହିଁଲେ ଏହି ୩ଟି ସ୍ଲଟରୁ ଗୋଟିଏକୁ ମେମୋରି କାର୍ଡ ପାଇଁ ବ୍ୟବହାର କରି ଅନ୍ୟ ଦୁଇଟିରେ ସିମ୍ ପକାଇପାରିବେ । ଏଥିସହ ୪ଜି ଭୋଲଟି, ୩ଜି, ୱାଇଫାଇ, ବ୍ଲୁଟୁଥ୍ ଆଦି କନେକ୍ଟିଭିଟି ବିକଳ୍ପ ମଧ୍ୟ ରହିଛି ।

#mobile #featureprice #Consumer

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon