• ବେତାର ବ୍ୟୁରୋ

ରୁଷିଆ ଖେଳ ମନ୍ତ୍ରାଳୟର ନିଷ୍ପତ୍ତି 'କ୍ରିକେଟ ଏକ ଖେଳ ନୁହେଁ': ଜାଣନ୍ତୁ କାରଣ


(ବେତାର ବ୍ୟୁରୋ ) ସଦ୍ୟ ସମାପ୍ତ ହେଇଥିବା ବିଶ୍ଵକପ କ୍ରିକେଟକୁ ସାରା ବିଶ୍ବରେ ପ୍ରାୟ 250 କୋଟିରୁ ଉର୍ଦ୍ଧ୍ଵ ଦର୍ଶକ ଦେଖିଥିବା ବେଳେ ଏହାର ଠିକ ପରେ ପରେ ରୁଷ ଦେଶର ଖେଳ ମନ୍ତ୍ରାଳୟର ଏକ ନିର୍ଦ୍ଦେଶନାମା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା । ଏହାର ବାର୍ଷିକ ଅନୁଦାନ ପ୍ରାପ୍ତ ଖେଳ ତାଲିକାରେ କୁହାଯାଇଥିଲା “କ୍ରିକେଟକୁ ଖେଳ ମାନ୍ୟତା ଦିଆଯାଇ ପାରିବ ନାହିଁ ।

ଏହି ତାଲିକାରେ ମାନ୍ୟତା ପାଇଥିବା କ୍ରିଡାକୁ ରୁଷିଆ ସରକାରଙ୍କ ତରଫରୁ ଆର୍ଥିକ ପ୍ରୋତ୍ସାହନ ମିଳିଥାଏ । ଏବେ ରୁଷର କ୍ରୀଡ଼ା ମନ୍ତ୍ରଣାଳୟ ଆନୁଷ୍ଠାନିକ ଭାବେ ଘୋଷଣା କରିଛି ଯେ ସେମାନେ କ୍ରିକେଟକୁ ଏକ ଖେଳ ବୋଲି ମାନନ୍ତି ନାହିଁ।

ଅର୍ଥାତ୍ କ୍ରିକେଟକୁ ଏବେ ରୁଷରେ ଆର୍ଥିକ ସହାୟତା ବା କୌଣସି ପ୍ରୋତ୍ସାହନ ମିଳିବ ନାହିଁ। ରୁଷ ସରକାର କ୍ରିକେଟ୍ ବ୍ୟତୀତ ‘ଥାଇ ବକ୍ସିଂ’କୁ ମଧ୍ୟ ଖେଳ ଭାବେ ସ୍ଵୀକାର କରିବାକୁ ମନା କରିଦେଇଛି।

ଆଇସିସି ମାନ୍ୟତା

ରୁଷର ଏଭଳି ଆଭିମୁଖ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଏହାର କାରଣ ରୁଷରେ ୧୮୭୦ ମସିହାରୁ କ୍ରିକେଟ୍ ଖେଳାଯାଉଛି । ୨୦୧୭ରେ ଆଇସିସି ଏହାକୁ ଆସୋସିଏଟ୍ ସଦସ୍ୟତାର ମାନ୍ୟତା ଦେଇଥିଲା।

ଏହାର କାରଣ ବିଷୟରେ ବର୍ଣ୍ଣନା କରିବାକୁ ଯାଇ ରୁଷିଆ କ୍ରିକେଟ ଫେଡେରେସନର କର୍ମକର୍ତ୍ତା କହିଛନ୍ତି ଯେ ରୁଷିଆରେ କୌଣସି କ୍ରୀଡାର ମାନ୍ୟତା ପାଇବା ପାଇଁ ଅତି କମରେ 48ଟି ଆଞ୍ଚଳିକ ସଂଘର ଦସ୍ତଖତ ଦରକାର। ଚଳିତ ବର୍ଷ ଆମେ ମାତ୍ର 20ଟି ଆଞ୍ଚଳିକ ସଂଗଠନର ଦସ୍ତଖତ ପଠାଇଥିଲୁ ଯେଉଁଥିପାଇଁ ଆମ ଦରଖାସ୍ତ ଗୃହିତ ହେଇନାହିଁ । ଆଗାମୀ ବର୍ଷ ଆମେ ଆଉଥରେ ଆବଶ୍ଯକୀୟ ଦସ୍ତାବେଜ ପଠାଇବୁ ଓ ଆମର ଆଶା ରୁଷିଆରେ କ୍ରିକେଟ ଏକ ଖେଳର ମାନ୍ୟତା ପାଇବ ।

ହଙ୍ଗକଙ୍ଗ ପରି ରୁଷିଆର ଜାତୀୟ କ୍ରିକେଟ ଟିମର ଅଧିନାଯକ ଜଣେ ଭାରତୀୟ ଓ ତାଙ୍କର ନାମ ଆକାଶ ଚୋପ୍ରା । ୨୦୧୭ରେ ଆଇସିସି ଏହାକୁ ଆସୋସିଏଟ୍ ସଦସ୍ୟତାର ମାନ୍ୟତା ଦେଇଛି ।

ଅଲମ୍ପିକରେ କ୍ରିକେଟ

ତେବେ କ୍ରିକେଟକୁ ଆନ୍ତର୍ଜାତୀୟ ଅଲମ୍ପିକ ମହାସଂଘ ମଧ୍ୟ ଏକ ଖେଳ ହିସାବରେ ମାନ୍ୟତା ଦେଇଛି । ତେବେ ଅଲମ୍ପିକ କ୍ରିଡାରେ କ୍ରିକେଟ ଖେଳ ପ୍ରାୟ 110 ବର୍ଷରୁ ଉର୍ଦ୍ଧ୍ଵ ଦିନ ଧରି ଖେଳା ଯାଉନାହିଁ । ସାରା ବିଶ୍ବରେ ଫୁଟବଲ ପରେ କ୍ରିକେଟ ଦ୍ଵିତୀୟ ସର୍ବାଧିକ ପସନ୍ଦର ଖେଳର ମାନ୍ୟତା ପାଇଛି ।

ରୁଷରେ ଫୁଟବଲ, ସ୍ପୋର୍ଟ୍ସ ଯୋଗ, ମଡେଲ୍ ପ୍ଲେନ୍ ଫ୍ଲାଇଙ୍ଗ୍, ଡାର୍ଟ୍ସ ଓ କର୍ଫବଲକୁ ଖେଳର ମାନ୍ୟତା ପ୍ରଦାନ କରାଯାଇଛି। ଏସବୁ ଏଭଳି ଖେଳ, ଯାହା ସମ୍ବନ୍ଧରେ ବିଶ୍ୱର ଅଧିକାଂଶ ଦେଶ ଜାଣିନାହାନ୍ତି।

#OddNews #Cricket #InterestingNews #international

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon