• ବେତାର ବ୍ୟୁରୋ

ଏଟିଏମ୍, ଅନଲାଇନ ଟଙ୍କା ଠକେଇ ମାମଲାରେ ଏହି ରାଜ୍ୟ ପ୍ରଥମ


(ବେତାର ବ୍ୟୁରୋ) ଦେଶର ବିଭିନ୍ନ ସ୍ଥାନରେ ବଢିଚାଲିଛି ଏଟିଏମ ଓ ଅନଲାଇନରେ ଟଙ୍କା ଠକେଇ ମାମଲା । ରିଜର୍ଭ ବ୍ୟାଙ୍କ ପକ୍ଷରୁ ସଦ୍ୟତମ ପ୍ରକାଶିତ ରିପୋର୍ଟରେ ୨୦୧୮-୧୯ ଆର୍ଥିକ ବର୍ଷରେ ଠକେଇ ସଂକ୍ରାନ୍ତରେ ଉଦବେଗ ଜନକ ତଥ୍ୟ ପ୍ରକାଶ ପାଇଛି । ବ୍ୟାଙ୍କଗୁଡିକ ତରଫରୁ ରିଜର୍ଭ ବ୍ୟାଙ୍କକୁ ଦିଆଯାଇଥିବା ରିପୋର୍ଟ ଆଧାରରେ ରିଜର୍ଭ ବ୍ୟାଙ୍କ ଏ ସଂକ୍ରାନ୍ତୀୟ ତଥ୍ୟ ପ୍ରକାଶ ପାଇଛି ।

ଠକେଇରେ ମହାରାଷ୍ଟ୍ର ଆଗୁଆ ଆରବିଆଇ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏଟିଏମ ଠକେଇ ମାମଲାରେ ମହାରାଷ୍ଟ୍ର ସବୁଠାରୁ ଆଗରେ ରହିଛି । ଠକେଇ ଦ୍ୱାରା ମହାରାଷ୍ଟ୍ରର ଲୋକେ ପ୍ରାୟ ୫ କୋଟି ଟଙ୍କା ହରାଇଥିବା ଜଣାପଡିଛି । ଏହା ପଛକୁ ରହିଛି ତାମିଲନାଡୁ । ଏଠାରେ ଲୋକଙ୍କ ପାଖାପାଖି ୪ କୋଟି ଟଙ୍କା ଏଟିଏମରୁ ଲୁଟ୍ କରାଯାଇଥିବା ରିପୋର୍ଟରେ ପ୍ରକାଶ ପାଇଛି । 

ଦିଲ୍ଲୀରେ ୧୭୯ ମାମଲା ଏଟିଏମ୍ ଠକେଇ ଜନିତ ମାମଲା ରାଜଧାନୀ ଦିଲ୍ଲୀରେ ମଧ୍ୟ ଚିନ୍ତାଜନକ ରହିଛି । ୨୦୧୮-୧୯ ବର୍ଷରେ ଏ ସଂକ୍ରାନ୍ତୀୟ ୧୭୯ ମାମଲା ରୁଜୁ ହୋଇଥିବା ଜଣାଯାଇଛି । ଏହି ବର୍ଷରେ ରାଜଧାନୀବାସୀ ଠକେଇ ଦ୍ୱାରା ପ୍ରାୟ ୩ କୋଟି ଟଙ୍କା ହରାଇଛନ୍ତି । ୨୦୧୭-୧୮ ବର୍ଷରେ ୧୩୨ ଟି ମାମଲା ରୁଜୁ ହୋଇଥିବା ବେଳେ ଅଢେଇ କୋଟିରୁ ଊଦ୍ଧ୍ୱର୍ ଟଙ୍କା ଏଟିଏମ ଦ୍ୱାରା ଲୁଟ ହୋଇଥିଲା ।

ଏହି ୩ ରାଜ୍ୟରେ ନାହିଁ ଗୋଟିଏ ବି ମାମଲା ଗତବର୍ଷ ଠାରୁ ଚଳିତ ବର୍ଷ ଠକେଇ ମାମଲା ବୃଦ୍ଧି ପାଇଥିବାବେଳେ ଆସାମ, ଅରୁଣାଚଳ ପ୍ରଦେଶ, ତ୍ରିପୁରାରେ ଏ ସଂକ୍ରାନ୍ତୀୟ ଗୋଟିଏ ହେଲେ ମାମଲା ରୁଜୁ ହୋଇ ନ ଥିବା ରିପୋର୍ଟରୁ ଜଣାପଡିଛି । ମୋଟ ଉପରେ ୨୦୧୮-୧୯ ବର୍ଷରେ ଲୋକେ ୨୧.୪ କୋଟି ଟଙ୍କା ଏଟିଏମ ଦ୍ୱାରା ହରାଇଥିବା ସୂଚନା ରହିଛି ।

ଏଟିଏମ୍ କାର୍ଡ ବ୍ୟବହାର ବେଳେ ତଥ୍ୟ ଚୋରି ଗ୍ରାହକମାନେ ଏଟିଏମ୍ ତଥା ଡେବିଟ୍ କାର୍ଡ ବ୍ୟବହାର ବେଳେ ଚତୁରତାର ସହ ସେମାନଙ୍କ ଡାଟା ଅନେକ ସ୍ଥାନରେ ଚୋରି ହେଉଥିବା ଜଣାପଡିଛି । ଏଟିଏମ୍ ତଥା ପଏଣ୍ଟ ଅଫ ସେଲ ମେଶିନରେ ସ୍କିମର ଇନଷ୍ଟଲ କରାଯାଇ ଡାଟା ରଖିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଆକାଉଣ୍ଟରୁ ବେଆଇନ ଭାବେ ଟଙ୍କା କାରବାର କରାଯାଉଥିବା କୁହାଯାଇଛି ।

ସଚେତନତା ଅଭାବ ଅନ୍ୟତମ ମୁଖ୍ୟ କାରଣ ଅନ୍ୟପକ୍ଷରେ ସଚେତନତା ଅଭାବରୁ ମଧ୍ୟ ଅନେକ ଠକେଇର ଶିକାର ହେଉଛନ୍ତି । ଲୁଟେରା ସାହାଯ୍ୟ କରିବା ଆଳରେ ଏଟିଏମ ମେଶିନ ନିକଟରେ ରହି ସରଳ ଲୋକଙ୍କ ଆକାଉଣ୍ଟ ଆକସେସ୍ କରିନେଉଛନ୍ତି । 

ସେହିପରି କେତେକ ମୋବାଇଲ ଯୋଗେ ମେସେଜ ଆଦି ଜରିଆରେ ଲୋଭନୀୟ ଅଫରରେ ପ୍ରଲୋଭିତ ହୋଇ ଅନେକେ ଲୁଟ୍ର ଶିକାର ହେଉଛନ୍ତି । କେତେଜଣ ଫୋନ କରି ନିଜକୁ ବ୍ୟାଙ୍କ କର୍ତ୍ତୃପକ୍ଷ ଭାବେ ପରିଚୟ ଦେଇ ଲୋକଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ତଥ୍ୟ ହାସଲ କରିନେଉଛନ୍ତି ।  

#news #atmfraud #onlinecheating

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon