• ବେତାର ବ୍ୟୁରୋ

ରାଶିଫଳ ଜୁଲାଇ 22-28 : ଏ ସପ୍ତାହରେ 5 ଦିନ ଗଜକେଶରୀ ଯୋଗ


(ବେତାର ବ୍ୟୁରୋ) ଏ ସପ୍ତାହରେ ଚନ୍ଦ୍ରଦେବ ମୀନ ରାଶିରୁ ଯାତ୍ରା ଆରମ୍ଭ କରି ବୃଷ ରାଶିରେ ଯାତ୍ରା ସମାପ୍ତ କରିବେ । ଏହି ସମୟ ଭିତରେ ସପ୍ତାହ ଆରମ୍ଭରୁ ଓ ସପ୍ତାହର ଶେଷ ଭାଗ ଆଡକୁ ଚନ୍ଦ୍ର ଓ ବୃହସ୍ପତି ଏପରି ଏକ କୋଣରେ ରହିବେ ଯାହା ଫଳରେ ପାଞ୍ଚ ଦିନ ଧରି ଗଜକେଶରୀ ନାମକ ଶୁଭ ଯୋଗ ସୃଷ୍ଟି ହେବ । ଏହା ଅତ୍ୟନ୍ତ ଉପକାରୀ ଯୋଗ । ତେବେ ଏହା ବ୍ଯତୀତ କିଛି ରାଶି ଉପରେ ଅନ୍ୟ ଜ୍ୟୋତିଷୀୟ ଗ୍ରହ ମାନଙ୍କ ଅଶୁଭ ପ୍ରଭାବ ରହୁଥିବାରୁ ସେହି ରାଶିଗୁଡିକ ପାଇଁ ସମୟ ଅନୁକୂଳ ନ ହେଇ ପାରେ ।

ଆସନ୍ତୁ ଜାଣିବା କିପରି କଟିବ ଏ ସପ୍ତାହ ।

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଜନ୍ମ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।) ମେଷ : ଆପଣଙ୍କ ପାଇଁ ସପ୍ତାହ ଆରମ୍ଭରୁ ଅନାବଶ୍ୟକ ଖର୍ଚ୍ଚ ଯୋଗ ରହିଛି, ଭାବିଥିବା କାମ ପୂରା ହେଉ ହେଉ ଅଟକି ଯାଇପାରେ ସପ୍ତାହର ମଧ୍ୟଭାଗରେ ସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିବ । ସପ୍ତାହ ଶେଷ ଆଡକୁ ଭଲରେ କଟିବ । ଆର୍ଥିକ ଲାଭ ହେଇପାରେ । ବୃଷ : ସପ୍ତାହ ଆରମ୍ଭରୁ ପୁରୁଣା କାମ ଶେଷ କରିବାକୁ ପ୍ରଯତ୍ନ କରିବେ । ନାରାଜ ଥିବା ମିତ୍ର ବନ୍ଧୁତାର ହାତ ବଢ଼ାଇବେ। ସପ୍ତାହ ମଝିରେ ଉଧାର ନେବାଦେବାରେ ନିବୃତ୍ତ ରହନ୍ତୁ। ସପ୍ତାହ ଶେଷ ଆଡକୁ ସ୍ୱାସ୍ଥ୍ୟ ଭଲ ରହିବ। ମିଥୁନ : ସପ୍ତାହ ଆରମ୍ଭରୁ ସମୟ ଭଲ ଥିବାରୁ ନିଜର କାମ ସମୟରେ ସମାପ୍ତ ହେବ। ଅଚାନକ ଧନଲାଭ ହେବ। ସପ୍ତାହ ମଧ୍ୟଭାଗରେ ଦାୟିତ୍ଵ ନିର୍ବାହ କରିବାରେ ସଫଳ ହେବେ। ସପ୍ତାହ ଶେଷ ଆଡକୁ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ । କର୍କଟ : ଆପଣଙ୍କ ପାଇଁ ଚଳିତ ସପ୍ତାହରେ ସ୍ଥିତି ଉତ୍ତମ ରହିବ । ସାମାଜିକ ପ୍ରତିଷ୍ଠା ବଢ଼ିବ ଓ ବେପାର ତଥା ବୃତ୍ତିରେ ସ୍ଥିରତା ବଜାୟ ରହିବ। ସପ୍ତାହ ଶେଷ ଆଡକୁ ମହତ୍ତ୍ୱପୂର୍ଣ୍ଣ ଲୋକଙ୍କ ସହିତ ସଂପର୍କ ହେବ।

ସିଂହ :ସପ୍ତାହ ଆରମ୍ଭରୁ ଯାନବାହନ ପ୍ରତି ସତର୍କ ରୁହନ୍ତୁ ତଥା ସ୍ୱାସ୍ଥ୍ୟ ର ଯତ୍ନ ନିଅନ୍ତୁ । ସପ୍ତାହ ମଧ୍ୟଭାଗରେ ଦାୟିତ୍ଵ ନିର୍ବାହ କରିବାରେ ସଫଳ ହେବେ। ସପ୍ତାହ ଶେଷ ଆଡକୁ ଅଧିକ କାମ ଲାଗିରହିବା ଓ ଏହା ଫଳରେ ମନ ବିଚଳିତ ହେବ ନାହିଁ ।

କନ୍ୟା : ସପ୍ତାହ ଆରମ୍ଭରୁ ସାମାଜିକ ସ୍ତରରେ ଲୋକପ୍ରିୟତା ବଢ଼ିବ , ତେବେ ସପ୍ତାହ ମଝିରେ ହେଉଥିବା କାମ ଅଟକି ଯାଇପାରେ ଓ ମନକୁ ବିଚଳିତ କରିପାରେ। ସପ୍ତାହ ମଧ୍ୟଭାଗରେ ଧନଲାଭର ଅବସର ମିଳିପାରେ କିନ୍ତୁ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ଭୁଲିବେ ନାହିଁ । ସପ୍ତାହ ଶେଷରେ ଖୁସିରେ ସମୟ ବିତାଇବେ ।

ତୁଳା : ଏ ସପ୍ତାହରେ ଭାଗ୍ୟଦେବୀ ପ୍ରସନ୍ନ ଥିବାରୁ ସପ୍ତାହ ଆରମ୍ଭରୁ ବୁଲିବାରେ ଅଧିକ ସମୟ କଟିବ ଓ ଆୟର ନୂଆ ସ୍ରୋତ ମିଳିବ। ସପ୍ତାହ ମଝିରେ ଜୀବନସାଥୀଙ୍କ ଠାରୁ ଖୁସି ପ୍ରାପ୍ତ ହେବ। ସପ୍ତାହ ଶେଷ ଆଡକୁ ସତର୍କତା ଅବଲମ୍ବନ କରନ୍ତୁ ।

ବିଛା : ଏ ସପ୍ତାହରେ ଆପଣଙ୍କ ପାଇଁ ମିଶ୍ରିତ ଫଳ ନେଇ ଆସିଛି । ସପ୍ତାହ ଆରମ୍ଭରୁ ଯାତ୍ରା କରିବାକୁ ପଡିପାସପ୍ତାହ ଆରମ୍ଭରୁ ଯାତ୍ରାର ସଂକେତ ମିଳୁଛି । ପରିଶ୍ରମର ଉଚିତ ପରିଣାମ ପାଇବେ।ସପ୍ତାହ ମଧ୍ୟରେ ଭାବିଥିବା କାମ ଶେଷ କରିବେ ଓ ପାରିବାରିକ ସୁଖ ପ୍ରାପ୍ତି ହେବ। ସପ୍ତାହ ଶେଷ ଆଡକୁ ଖୁସିରେ ସମୟ ବିତିବ । ଧନୁ : ସପ୍ତାହ ଆରମ୍ଭରୁ କଳହ, ବିବାଦ, ମାନସିକ ଚାପର ସଂକେତ ମିଳୁଛି । ପରିଶ୍ରମର ଉଚିତ ପରିଣାମ ପାଇବେ।ସପ୍ତାହ ମଧ୍ୟଭାଗରେ ପରିଶ୍ରମର ଉଚିତ ପରିଣାମ ପାଇବେ। ସପ୍ତାହ ଶେଷ ଆଡକୁ ସମୟର ସଦୁପଯୋଗ କଲେ ଖୁସିରେ ସମୟ ବିତିବ ।

ମକର : ସପ୍ତାହ ଆରମ୍ଭରୁ ପରିଶ୍ରମ ଅନୁଯାୟୀ ଫଳ ପାଇବେ। ସପ୍ତାହ ମଧ୍ୟଭାଗରେ କଳହ, ବିବାଦ, ମାନସିକ ଚାପର ଯୋଗ ରହିଛି ଏଣୁ ଦେଖିଚାହିଁ ନିଷ୍ପତ୍ତି ନିଅନ୍ତୁ । ସପ୍ତାହ ଶେଷ ଆଡକୁ ପ୍ରେମରେ ସଫଳତା ମିଳିବ, ମାନସିକ ଚାପ କମିପାରେ କୁମ୍ଭ : ସପ୍ତାହ ଆରମ୍ଭରୁ ନୂଆ କାର୍ଯ୍ୟରେ ରୁଚି ବଢ଼ିବ ତଥା ସପ୍ତାହ ମଧ୍ୟଭାଗରେ ପଇସା ଚିନ୍ତା ଦୂର ହେବ। ସାମାଜିକ ପ୍ରତିଷ୍ଠା ବଢିପାରେ । ସପ୍ତାହ ଶେଷ ଆଡକୁ ସ୍ଥିତି କିଛିଟା ଖରାପ ରହିପାରେ । ଶାନ୍ତିର ସହିତ କାମ କରିଚାଲନ୍ତୁ ।

ମୀନ : ଏ ସପ୍ତାହ ଆରମ୍ଭରୁ ପରିଶ୍ରମର ବଢ଼ିଆ ପରିଣାମ ମିଳିବ ମଧ୍ୟଭାଗରେ ସମାଜରେ ପ୍ରତିଷ୍ଠା ବଜାୟ ରହିବ ଓ ମନ ପ୍ରଫୁଲ୍ଲ ରହିବ । ସପ୍ତାହ ଶେଷ ଆଡକୁ ସମୟ ଭଲ ରହିଛି, ଏହାର ଲାଭ ଉଠେଇପାରିଲେ ଭଲ ।

#astrology #weeklyhoroscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon