- ବେତାର ବ୍ୟୁରୋ
ଏହି କାରଣ ପାଇଁ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବେନି ଧୋନି

(ବେତାର ବ୍ୟୁରୋ) ଆସନ୍ତା ଅଗଷ୍ଟ ମାସରେ ଭାରତୀୟ କ୍ରିକେଟ ଟିମ୍ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ । ଟିମରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ସାମିଲ ହେବାକୁ ନେଇ ଲାଗି ରହିଥିବା କଳ୍ପନା ଶେଷ ହୋଇଛି । ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ସେ ଉପଲବ୍ଧ ହେବେ ନାହିଁ ବୋଲି ନିଜେ ସ୍ପଷ୍ଟ କରିଛନ୍ତି । ଏହା ପରେ କ୍ରିକେଟରୁ ଧୋନି ଅବସର ନେବା ସବୁ ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପଡିଛି ।
ଦୁଇ ମାସ ଆଞ୍ଚଳିକ ସେନା ପାଇଁ କାମ କରିବେ ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ଧୋନି ନିଜକୁ କ୍ରିକେଟରୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ସମୟକୁ ସେ ଆଞ୍ଚଳିକ ସେନାର ପାରାଚୁଟ ବାହିନୀ ଅଧିକାରୀ ଭାବେ ଉପଯୋଗ କରିବେ । ଏଥିପାଇଁ ସେ ଇଣ୍ଡିଆନ ଆର୍ମୀକୁ ଅନୁରୋଧ କରି ପତ୍ର ଲେଖିଥିଲେ । ସେନା ମୁଖ୍ୟ ବିପିନ ରାୱତ ଏହାକୁ ମଞ୍ଜୁରି ଦେଇଛନ୍ତି । ଏ ସମ୍ପର୍କରେ ଧୋନି ବିସିସିଆଇକୁ ମଧ୍ୟ ଜଣାଇ ଦେଇଛନ୍ତି ।
୨୦୧୧ରେ ମିଳିଥିଲା ର୍ୟାଙ୍କ ୨୦୧୧ରେ ମହେନ୍ଦ୍ର ସିଂ ଧୋନିଙ୍କୁ ୧୦୬ ଇନଫାଣ୍ଟ୍ରୀ ଟେରିଟୋରିଆଲ ଆର୍ମି ବା ଆଞ୍ଚଳିକ ସେନାର ଲ୍ୟୁଟେନାଣ୍ଟ କଲୋନେଲର ସମ୍ମାନଜନକ ର୍ୟାଙ୍କ ପ୍ରଦାନ କରାଯାଇଥିଲା । ୨୦୧୫ରେ ଆଗ୍ରାରେ ପାରା ରେଜିମେଣ୍ଟ ଫୋର୍ସ ସହ ପ୍ରଶିକ୍ଷଣ ନେଇଥିଲେ । ୪ ବର୍ଷ ତଳେ ସେ ପାରାଚୁଟ ଜମ୍ପ ଶିକ୍ଷା ମଧ୍ୟ ପୂରଣ କରିଛନ୍ତି ।
ଟିମ୍ ଚୟନ ଶେଷ, କୋହଲି ଅଧିନାୟକ ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ୍ ଘୋଷଣା ମଧ୍ୟ କରାଯାଇଛି । ସବୁ ଫର୍ମାଟରେ ବିରାଟ କୋହଲି ଅଧିନାୟକ ରହିବେ । ଧୋନିଙ୍କ ସ୍ଥାନରେ ଯୁବ ଖେଳାଳି ଋଷଭ ପନ୍ତ ୱିକେଟ ରକ୍ଷଣ କରିବେ । ତେବେ ବିଶ୍ୱକପ ଖେଳିଥିବା ଦିନେଶ କାର୍ତ୍ତିକ ଓ ବିଜୟ ଶଙ୍କରଙ୍କୁ ଦଳ ସ୍ଥାନ ମିଳିନାହିଁ ।
ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଖେଳାଳି ତାଲିକା ଟି ୨୦- ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ଲୋକେଶ ରାହୁଲ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା, କ୍ରୁନାଲ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର, ଦୀପକ ଚହର, ରାହୁଲ ଚହର, ଭୁବନେଶ୍ୱର କୁମାର, ଖଲିଲ ଅହମ୍ମଦ, ନଭଦୀପ ସଇନି ।
ଦିନିକିଆ ଟିମ୍- ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ଲୋକେଶ ରାହୁଲ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା, କୁଳଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, କେଦାର ଯାଦବ, ମହମ୍ମଦ ସାମି, ଚହର, ଭୁବନେଶ୍ୱର କୁମାର, ଖଲିଲ ଅହମ୍ମଦ, ନଭଦୀପ ସଇନି ।
ଟେଷ୍ଟ ଟିମ୍- ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ, ମୟଙ୍କ ଅଗ୍ରୱାଲ, ଲୋକେଶ ରାହୁଲ, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ରୋହିତ ଶର୍ମା, ଋଷଭ ପନ୍ତ (ୱିକେଟ ରକ୍ଷକ), ରିଦ୍ଧିମାନ ଶାହା (ୱିକେଟ ରକ୍ଷକ), କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନୀ, ଇଶାନ୍ତ ଶର୍ମା, ମହମ୍ମଦ ସାମି, ଯଶପ୍ରୀତ ବୁମରା, ଉମେଶ ଯାଦବ ।