• ବେତାର ବ୍ୟୁରୋ

ଘାତକ ବୋଲର ସଇନିଙ୍କ ଯାତ୍ରା: ମ୍ୟାଚ ପିଛା ୨ଶହ ଟଙ୍କାରୁ ଭାରତୀୟ ଟିମ୍ ସଦସ୍ୟ


(ବେତାର ବ୍ୟୁରୋ)  ଆସନ୍ତା ମାସରେ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବାକୁ ଥିବା ଭାରତୀୟ କ୍ରିକେଟ ଟିମ୍ରେ ନୂତନ ଯୁବ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି ଘାତକ ବୋଲର ନବଦୀପ ସଇନି । ହରିୟାନା କର୍ନାଲରୁ ଆସିଥିବା ଏହି ଯୁବ ପ୍ରତିଭାଙ୍କ ଭାରତୀୟ ଟିମରେ ସାମିଲ ହେବା ପରେ ଏ ପର୍ଯ୍ୟନ୍ତ ତାଙ୍କ ଯାତ୍ରା ଏବେ ଆଲୋଚନାର ବିଷୟ ହୋଇଛି । ମାତ୍ର ୨ଶହ ଟଙ୍କା ପ୍ରତି ମ୍ୟାଚରୁ ଚୂଡାନ୍ତ ଦିନିକିଆ ଓ ଟି୨୦ ଦଳରେ ସ୍ଥାନ ହାସଲ କରିବା ତାଙ୍କ ପରିଶ୍ରମର ଫଳ ବୋଲି ସଇନି କହିଛନ୍ତି ।

ମ୍ୟାଚ ପିଛା ମିଳୁଥିଲା ୨ଶହ ଟଙ୍କା ୨୦୧୩ ପର୍ଯ୍ୟନ୍ତ ସଇନି ଚମଡା ବଲ୍ କ୍ରିକେଟ ଖେଳି ନ ଥିଲେ । କୌଣସି ବୟସ ବର୍ଗ କ୍ରିକେଟରେ ମଧ୍ୟ ସେ ଭାଗ ନେଇ ନ ଥିଲେ। କର୍ନାଲରେ ହେଉଥିବା ଟେନିସ ବଲ୍ କ୍ରିକେଟରେ ପ୍ରତିଯୋଗିତା ଖେଳି ସେ ମ୍ୟାଚ ପିଛା ୨ଶହ ଟଙ୍କା ପାଉଥିଲେ । 

ସଇନିଙ୍କ ବାଉନ୍ସରରେ ୱାଟସନ ଘାଇଲା ୨୦୧୯ରେ ଆଇପିଏଲର ଆରସିବି (ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର) ପକ୍ଷରୁ ମ୍ୟାଚ ଖେଳିଥିଲେ ନଭଦୀପ ସଇନି । ଚଳିତ ବର୍ଷର ପ୍ରଥମ ମ୍ୟାଚରେ ଆରସିବି ଚେନ୍ନାଇ ସୁପର କିଙ୍ଗକୁ ଭେଟିଥିଲା । କ୍ରିଜରେ ଦୁର୍ଦ୍ଦଷ ଖେଳାଳି ସେନ ୱାଟସନ ଥିବାବେଳେ ବୋଲିଂ କରୁଥିଲେ ନଭଦୀପ । ନଭଦୀପ ତାଙ୍କ ପ୍ରଥମ ବଲରେ ହିଁ ୱାଟସନଙ୍କୁ ଘାଇଲା କରି ଦେଇଥିଲେ । ୧୫୧ କିମି ବେଗରେ ଆସିଥିବା ସଇନିଙ୍କ ବାଉନ୍ସର ସମସ୍ତଙ୍କୁ ଚକିତ କରିଦେଇଥିଲା ।

୬ ବର୍ଷ ଧରି ସ୍ଥିର ପ୍ରଦର୍ଶନ ସଇନି ଗତ ୬ ବର୍ଷ ହେଲା ଘରୋଇ କ୍ରିକେଟରେ ସ୍ଥିର ପ୍ରଦର୍ଶନ ଦେଇ ଆସିଛନ୍ତି । ଭାରତ ଏ ଦଳରେ ସାମିଲ ହୋଇ ୱେଷ୍ଟଇଣ୍ଡିଜ ଗସ୍ତରେ ଯାଇଥିବା ନଭଦୀପ ସେଠାରେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି । ୱେଷ୍ଟଇଣ୍ଡିଜ ଏ ବିପକ୍ଷ ୨ୟ ମ୍ୟାଚରେ ସେ ୪୬ ରନ୍ ଦେଇ ୫ଟି ୱିକେଟ ଅକ୍ତିଆର କରିଛନ୍ତି ।

ପୂର୍ବତନ ଖେଳାଳି ଗମ୍ଭୀରଙ୍କୁ ଶ୍ରେୟ ଏହି ସଫଳତାର ଶ୍ରେୟ ସେ ଭାରତୀୟ ପୂର୍ବତନ ଖେଳାଳି ଗୌତମ ଗମ୍ଭୀରଙ୍କୁ ଦିଅନ୍ତି । ଗମ୍ଭୀରଙ୍କ ଦୃଢ ସମର୍ଥନ ଯୋଗୁ ସେ ଦିଲ୍ଲୀ ରଣଜୀ ଦଳରେ ୨୦୧୩-୧୪ରେ ପଦାର୍ପଣ କରିପାରିଥିବା କୁହନ୍ତି । ୨୦୧୭-୧୮ରେ ତାଙ୍କ ବଳିଷ୍ଠ ପ୍ରଦର୍ଶନ ପାଇଁ ଦିଲ୍ଲୀ ରଣଜୀ ଟ୍ରଫିର ଫାଇନାଲ ଖେଳିଥିଲା । ତାଙ୍କ ଖେଳରେ ଖୁସି ହୋଇ ଗମ୍ଭୀର ଏକ ହଳ ଜୋତା ସଇନିଙ୍କୁ ଉପହାର ଦେଇଥିଲେ ।

#cricket #entertainmetnt #TeamIndia

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon