- ବେତାର ବ୍ୟୁରୋ
ଜନ୍ମହେଲା ଜଣେ ଶିଶୁ, ପହଞ୍ଚିଗଲେ 3 ବାପା:ଆଉ ତା'ପରେ

(ବେତାର ବ୍ୟୁରୋ) କୋଲକାତାର ଏକ ହସ୍ପିଟାଲରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଜଣେ ମହିଳା ପ୍ରସବ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ନିଜକୁ ସନ୍ତାନର ବାପା ବୋଲି କହି ସେଠାରେ ପହଞ୍ଚିଥିଲେ ୩ ଯୁବକ । ଏହା ପରେ ପରିସ୍ଥିତି ଅଣାୟତ୍ତ ହେବାରୁ ମେଡିକାଲ କର୍ତ୍ତୃପକ୍ଷ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚିବାରେ ସମ୍ପୂର୍ଣ୍ଣ ଘଟଣା ସାମନାକୁ ଆସିଥିଲା।
ଏପରି ଥିଲା ପୂରା ଘଟଣାବଳୀ।
କୋଲକାତାର ଆଇରିସ୍ (ଆଇଆରଆଇଏସ୍) ହସ୍ପିଟାଲକୁ ଗତ ଶନିବାର ଜଣେ ୨୧ ବର୍ଷୀୟ ଗର୍ଭବତୀଙ୍କୁ ନିଆଯାଇଥିଲା । ସାଙ୍ଗରେ ତାଙ୍କ ମା’ ଓ ଅନ୍ୟ ଜଣେ ଯୁବକ ଥିଲେ । ହସ୍ପିଟାଲ ଫର୍ମରେ ସାଙ୍ଗରେ ଆସିଥିବା ଯୁବକ ଜଣକ ନିଜକୁ ମହିଳାଙ୍କ ସ୍ୱାମୀ ବୋଲି ପରିଚୟ ଦେଇଥିଲେ । ରବିବାର ମହିଳାଙ୍କୁ ପ୍ରସବ ପାଇଁ ଅପରେଶନ ଥିଏଟରକୁ ନିଆଯାଇଥିଲା ।
କନ୍ୟା ସନ୍ତାନ ଜନ୍ମ ଦେଲେ ମହିଳା ଡାକ୍ତରଖାନାରେ ମହିଳା ଜଣକ ଜଣେ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ । ପ୍ରସୂତି ଅଚେତ ଥିବା ସମୟରେ ଅନ୍ୟ ଜଣେ ବ୍ୟକ୍ତି ସେହିଦିନ ଉକ୍ତ ଡାକ୍ତରଖାନାରେ ପହଞ୍ଚି ନିଜକୁ ନବଜାତ ଶିଶୁର ବାପା ବୋଲି କହିଥିଲେ । ଏହା ପରେ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ଯୁବକଙ୍କ ସହ ଦ୍ୱିତୀୟ ଯୁବକଙ୍କ ଝଗଡା ହୋଇଥିଲା । ଏହା ଦେଖି ହସ୍ପିଟାଲ କର୍ତ୍ତୃପକ୍ଷ ପୋଲିସକୁ ଖବର ଦେଇଥିଲେ ।
ବିବାହ ସାର୍ଟିଫିକେଟ ଦେଖାଇଲେ ଦ୍ୱିତୀୟ ଯୁବକ ଡାକ୍ତରଖାନାରେ ପୋଲିସ ପହଞ୍ଚି ଦୁଇ ଜଣଙ୍କୁ ପଚରାଉଚୁରା କରିଥିଲା । ଏଥିସହ ବିବାହ ପ୍ରମାଣପତ୍ର ଆଣି ଦେଖାଇବାକୁ ଦୁଇ ଜଣଙ୍କୁ କହିଥିଲା । ସନ୍ଧ୍ୟା ସୁଦ୍ଧା ଦ୍ୱିତୀୟ ଯୁବକ ସାର୍ଟିଫିକେଟ ଆଣି ଦେଖାଇବା ପରେ ପ୍ରଥମ ଯୁବକ ମହିଳାଙ୍କ ସାଙ୍ଗ ବୋଲି ମାନିଥିଲେ । କିନ୍ତୁ ମହିଳାଙ୍କ ମା’ ସାର୍ଟିଫିକେଟ ଦେଖାଇଥିବା ଯୁବକଙ୍କୁ ଚିହ୍ନି ନ ଥିବା କହିଥିଲେ । ତେଣୁ ପ୍ରସୂତିଙ୍କ ଚେତା ଆସିବା ପର୍ଯ୍ୟନ୍ତ ପୋଲିସ ଅପେକ୍ଷା କରିଥିଲା ।
କାହାଣୀରେ ତୃତୀୟ ସ୍ୱାମୀଙ୍କ ଏଣ୍ଟ୍ରି ମାମଲା ସମାଧାନ ହେବା ପୂର୍ବରୁ ମେଡିକାଲରେ ପହଞ୍ଚିଯାଇଥିଲେ ଆଉ ଜଣେ ଯୁବକ । ମହିଳାଙ୍କୁ ବାହା ନ ହୋଇଥିଲେ ମଧ୍ୟ ସେ ନିଜକୁ ଉକ୍ତ ସନ୍ତାନର ବାପା ବୋଲି ଦାବି କରିଥିଲେ । ଏହା ମଧ୍ୟରେ ମହିଳାଙ୍କ ଚେତା ଆସିଯାଇଥିଲା ଏବଂ ଦ୍ୱିତୀୟ ଯୁବକଙ୍କୁ ତାଙ୍କ କନ୍ୟାର ବାପା ବୋଲି ସ୍ୱୀକାର କରିଥିଲେ ।ପରେ ଜଣାପଡିଲା ଏହି ତୃତୀୟ ଯୁବକଜଣକ ମହିଳା ଙ୍କ ମା'ଙ୍କ କହିବା ଅନୁସାରେ ଆସିଥିଲେ, କାରଣ ତାଙ୍କ ମା' ଦ୍ଵିତୀୟ ବିବାହକୁ ଅପସନ୍ଦ କରିଥିଲେ।
ପ୍ରଥମ ବିବାହକୁ ମିଳି ନ ଥିଲା ସ୍ୱୀକୃତି ସୂଚନା ମୁତାବକ, ସ୍ୱାମୀ ଭାବେ ସ୍ୱୀକାର କରିଥିବା ଯୁବକ ଓ ମହିଳା ପରସ୍ପରକୁ ଏକ କ୍ଲବରେ ଭେଟିଥିଲେ । ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଏହା ଭିତରେ ଯୁବତୀ ଗର୍ଭବତୀ ହେବାରୁ ସେ ବିବାହ କରିବାକୁ ଜିଦ ଧରିଥିଲେ । ବିବାହ ପାଇଁ ଯୁବକ ଜଣକ ମନା କରିବାରୁ ଯୁବତୀ ତାଙ୍କ ନାମରେ ବଳାତ୍କାର ଅଭିଯୋଗ କରିଥିଲେ । କିଛି ଦିନ ଯୁବକ ଜଣକ ଜେଲରେ ରହିବା ପରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଥିଲା । ପରେ ଉଭୟେ ବିବାହ କରିଥିଲେ ।
ହେଲେ ଏହି ବିବାହକୁ ପରିବାର ଲୋକେ ସ୍ୱୀକୃତି ନ ଦେବାରୁ ଉଭୟେ ପୁଣି ଅଲଗା ହୋଇଯାଇଥିଲେ । ହ୍ୱାଟ୍ସ ଆପ୍ ଷ୍ଟାଟସରୁ ଯୁବତୀ ସନ୍ତାନ ଜନ୍ମ ଦେଇଥିବା ତାଙ୍କ ସ୍ୱାମୀ ଜାଣିବାକୁ ପାଇ ହସ୍ପିଟାଲରେ ପହଞ୍ଚିଥିଲେ ।
ସୂଚନାଯୋଗ୍ୟ ଯେ ମହିଳା ଜନ୍ମ କରିସାରି ଅଚେତ ଥିବା ଅବସ୍ଥାରେ ଏହିସବୁ ଘଟଣା ହସ୍ପିଟାଲରେ ଘଟିଥିଲା, ଯାହା ଉଭୟ ପୋଲିସ ଓ ହସ୍ପିଟାଲ କର୍ମଚାରୀଙ୍କ ବୁଦ୍ଧି ହଜେଇଦେଇଥିଲ।