• ବେତାର ବ୍ୟୁରୋ

ଦୈନିକ ପାଞ୍ଚଘଣ୍ଟାରୁ ଅଧିକ ସମୟ ସ୍ମାର୍ଟଫୋନରେ ବିତାଉଛନ୍ତି କି ? ଉପୁଜିପାରେ ଏହି ସମସ୍ୟା


(ବେତାର ବ୍ୟୁରୋ) ଆଜି ସ୍ମାର୍ଟଫୋନ ମଣିଷର ଏକ ଅତ୍ୟାବଶ୍ୟକ ଅଙ୍ଗ ପରି । ସବୁବର୍ଗର ଅଧିକାଂଶ ଲୋକ ଏବେ ସ୍ମାର୍ଟଫୋନ କବଳରେ। ତେବେ ଘଣ୍ଟା ଘଣ୍ଟା ଧରି ସ୍ମାର୍ଟଫୋନ ସହ ବିତାଇବା ଶରୀର ଉପରେ କିପରି କୁପ୍ରଭାବ ପକାଇଥାଏ ତାହା ଏକ ସର୍ବେକ୍ଷଣରୁ ଜଣାପଡିଛି।

ଏହି ଗବେଷଣା ମୁତାବକ ଦୈନିକ ଫୋନରେ ୫ ଘଣ୍ଟାରୁ ଅଧିକ ସମୟ ବିତାଉଥିବା ବ୍ୟକ୍ତି ମେଦବହୁଳତାର ଶିକାର ହୁଅନ୍ତି। ଏଥିସହ ହୃଦରୋଗ ପରି ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖା ଦେଇଥାଏ ।

ହଜାରେ ଛାତ୍ରଛାତ୍ରୀଙ୍କୁ ନେଇ ହୋଇଥିଲା ଗବେଷଣା କାଲିଫର୍ନିଆର ଏକ ୟୁନିଭର୍ସିଟିରେ ହଜାରେ ଛାତ୍ରଛାତ୍ରୀଙ୍କୁ ନେଇ ଏହି ଗବେଷଣା ହୋଇଥିଲା । ପାଞ୍ଚଘଣ୍ଟାରୁ ଅଧିକ ସମୟ ମୋବାଇଲରେ ବିତାଉଥିବା ପିଲାଙ୍କ ଓଜନ ୪୩ ପ୍ରତିଶତ ବଢିଥିବା ଜଣାପଡିଥିଲା। ସେମାନେ ଅଧିକ ମିଠା ପ୍ରିୟ ଓ ଫାଷ୍ଟଫୁଡ ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି । ଅନ୍ୟପକ୍ଷରେ ଅଧିକ ସମୟ ଫୋନରେ ବିତାଉଥିବା ବ୍ୟକ୍ତିଙ୍କ ଶାରୀରିକ ପରିଶ୍ରମ କମି ଯାଇଥାଏ । ଯାହା ମୋଟାପଣ ବଢାଇଥାଏ ବୋଲି ରିସର୍ଚ୍ଚରୁ ଜଣାଯାଇଛି ।

ହ୍ରାସ ପାଏ ଖାଦ୍ୟ ହଜମ ଶକ୍ତି ଗୋଟିଏ ସ୍ଥାନରେ ବସିରହି ମୋବାଇଲ ଦେଖିବା ଦ୍ୱାରା ଖାଦ୍ୟ ପ୍ରତି ଆସକ୍ତି ବଢିବା ସହ ଶରୀରରେ ଖାଦ୍ୟ ହଜମ ଶକ୍ତି ହ୍ରାସ ପାଇଥାଏ । ଏହା ଓଜନ ବଢାଇବାର ମୁଖ୍ୟ କାରଣ ହୋଇଥାଏ ବୋଲି ଗବେଷଣାରୁ ଜଣାପଡିଛି ।

ହୃଦରୋଗ ଆଶଙ୍କା ବୃଦ୍ଧି ପାଏ ଲଗାତର ଓଜନ ବଢିବା ଯୋଗୁ ଧୀରେ ଧୀରେ ହୃଦରୋଗ ଭଳି ସ୍ୱାସ୍ଥ୍ୟ ସମସ୍ୟା ଉପୁଜିଥାଏ ବୋଲି ଆମେରିକାନ କଲେଜ ଅଫ କାର୍ଡିଓଲୋଜିର ଏକ କନଫରେନ୍ସରେ କୁହାଯାଇଥିଲା ।

ରିସର୍ଚ୍ଚରେ ଭାଗ ନେଇଥିବା ପିଲାମାନଙ୍କ ମଧ୍ୟରେ ୨୫ ପ୍ରତିଶତ ମେଦବହୁଳତାର ଶିକାର ହୋଇଥିଲେ । ସେମାନେ ଫୋନରେ ପାଞ୍ଚଘଣ୍ଟାରୁ ଅଧିକ ସମୟ ଫୋନରେ ବିତାଉଥିବା ଜଣାପଡିଥିଲା । ଖାଦ୍ୟ ପ୍ରତି ପ୍ରବଳ ଆସକ୍ତି ସେମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା । ଏହି ପିଲାମାନେ ଫାଷ୍ଟଫୁଡ୍ ଖାଇବାକୁ ଅଧିକ ଆଗ୍ରହ ଦେଖାଇଥିଲେ ।

#obesity #HealthCare #SmartPhone

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon