• ବେତାର ବ୍ୟୁରୋ

ମୁହଁର ଅନାବଶ୍ୟକ କେଶ ଏମିତି ଦୂର କରେ ଅଣ୍ଡା,ଲେମ୍ବୁ


(ବେତାର ବ୍ୟୁରୋ) ଆଜିକାଲିର ହାଇକ୍ଵାଲିଟି କ୍ୟାମେରାରେ ଉଠୁଥିବା ଫୋଟୋରେ ମୁହଁର ଅନାବଶ୍ୟକ କେଶ ବେଳେ ବେଳେ ଦିଶିଥାଏ, ଯାହାକି ଭଲ ଲାଗି ନ ଥାଏ ।ଏପରି କେଶ ମୁହଁର ସୌନ୍ଦର୍ଯ୍ୟକୁ କମାଇଥାଏ ।

ଯଦିଓ ୱାକ୍ସିଙ୍ଗ କରିବାଦ୍ଵାରା ମୁଖମଣ୍ଡଳରୁ ଏହିସବୁ ଅନାବଶ୍ୟକ କେଶ ଦୂର ହୋଇଥାଏ, ତେବେ ଏହି ପଦ୍ଧତିରେ ଅନେକଙ୍କୁ କଷ୍ଟ ହେଇଥାଏ । ୱାକ୍ସିଙ୍ଗ କରିବା ଦ୍ବାରା ତ୍ବଚା ଉପରେ ଏହାର ଖରାପ ପ୍ରଭାବ ପଡିଥାଏ ।

ଏସବୁ କରିବା ପରେ ମଧ୍ୟ ତ୍ବଚାରେ ଅନାବଶ୍ୟକ କେଶ ରହିଯାଇଥାଏ । ଚେହେରାର ତ୍ବଚା ଅତି କୋମଳ ହୋଇଥିବାରୁ ବ୍ଲିଚ୍ ବା ୱାକ୍ସିଙ୍ଗ କରିବା ଦ୍ବାରା ତ୍ବଚାକୁ କ୍ଷତି ପହଞ୍ଚିଥାଏ ।

ତା’ ଛଡା ପାର୍ଲର ଯାଇ ଏସବୁ କରିବା ଅତ୍ୟନ୍ତ ବ୍ୟୟ ସାପେକ୍ଷ ।

ଆପଣ ଯଦି ଘରେ ବିନା କୌଣସି ଅଧିକ ଖର୍ଚ୍ଚରେ ମୁହଁ ବା ଚେହେରାରୁ ଅନାବଶ୍ୟକ କେଶ ଦୂରେଇବାକୁ ଚାହୁଁଥାନ୍ତି , ତେବେ ଏଥିପାଇଁ ଲେମ୍ବୁ ଓ ଅଣ୍ଡା ବ୍ୟବହାର କରିପାରିବେ ।  

ଅଣ୍ଡା

ବହୁତ କମ୍ ଲୋକ ଜାଣି ଥାଆନ୍ତି ଯେ, ଅଣ୍ଡାର ଧଳା ଅଂଶ ତ୍ବଚାର ରଙ୍ଗ ସଫା କରିଥାଏ ।

ଚେହେରାକୁ ସୁନ୍ଦର କରିବା ପାଇଁ ମଧ୍ୟ ଆପଣ ନିୟମିତ ଭାବରେ ଅଣ୍ଡାର ଧଳା ଅଂଶ ବ୍ୟବହାର କରି ପାରିବେ । ଏହା ସହ ଚିନି ବ୍ୟବହାର କରି ମୃତ କୋଷିକାକୁ ବାହାର କରି ପାରିବେ।

ଗୋଟିଏ ଅଣ୍ଡାର ଧଳା ଅଂଶ ନେଇ ସେଥିରେ ଦୁଇ ଚାମଚ ଚିନି ମିଶାଇ ପେଷ୍ଟ ତିଆରି କରନ୍ତୁ । ଏହାକୁ ଚେହେରାରେ ଲଗାଇ କିଛି ସମୟ ଶୁଖିବାକୁ ଛାଡି ଦିଅନ୍ତୁ । ଫେସ୍ ପ୍ୟାକ୍ ଶୁଖିଗଲେ ହାତରେ ଧୀରେ ଧୀରେ ଘସି ଧୋଇ ଦିଅନ୍ତୁ ।

ଏହାକୁ ସପ୍ତାହରେ ଦୁଇ ଥର କରିବା ପରେ ଫରକ୍ ଆପଣ ନିଜେ ଜାଣି ପାରି​‌ବେ ।

ଲେମ୍ବୁ

ଯେଉଁମାନେ ଅଣ୍ଡା ବ୍ୟବହାର କରିବାକୁ ଚାହୁଁନଥିବେ ସେମାନେ ଲେମ୍ବୁ ରସ ବ୍ୟବହାର କରି ପାରିବେ ।

ଏକ ଚାମଚ ଲେମ୍ବୁ ରସ ନେଇ ସେଥିରେ ୨ ଚାମଚ ଚିନି ଏବଂ ୧୦ ଚାମଚ ପାଣି ମିଶାଇ ପେଷ୍ଟ ତିଆରି କରନ୍ତୁ ।

ଏହାକୁ ମୁହଁରେ ଲଗାଇ ୧୫ରୁ ୨୦ ମିନିଟ୍ ପରେ ହାତରେ ଘସି କରି ଧୋଇ ହୋଇ ପଡନ୍ତୁ ।

ସପ୍ତାହରେ ୨ରୁ ୩ ଥର ଏହି ପ୍ୟାକ୍ ଲଗାଇବା ଆବଶ୍ୟକ ।

#Beautytips #lifehack

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon