• ବେତାର ବ୍ୟୁରୋ

ରାଶିଫଳ ଜୁଲାଇ 29-ଅଗଷ୍ଟ 4 : ଏ ସପ୍ତାହରେ 5ଟି ରାଶି ନିମନ୍ତେ ଶୁଭଫଳ


(ବେତାର ବ୍ୟୁରୋ) ଚଳିତ ସପ୍ତାହର ମଧ୍ୟଭାଗରେ ବୁଧଙ୍କ ବକ୍ର ଗତି ସମାପ୍ତ ହେଉଥିବାରୁ ବିଗତ କିଛି ସପ୍ତାହ ଧରି ଯେଉଁ ବିଷୟରେ ଆପଣ ସ୍ପଷ୍ଟ ହେଇପାରୁନଥିଲେ , ସେ ବିଷୟରେ ଆପଣ ସ୍ପଷ୍ଟ ହେଇପାରନ୍ତି । ନିଜ ପୂର୍ବ ପ୍ରେମିକ ବା ପ୍ରେମିକାଙ୍କ ସହିତ କଥା ହେବେ ବା ନ ହେବେ ସେ ବିଷୟରେ ଯେଉଁ ଚିନ୍ତା କରୁଥିଲେ ତାହା ଆଗକୁ ସମାପ୍ତ ହେବ । ସେହିଦିନ କୃଷ୍ଣପକ୍ଷ ଆରମ୍ଭ ହେଉଥିବାରୁ ନିଜର ଯୋଜନା ବା ଭାବନାକୁ ଏକ ନୂଆ ମୋଡାଦେଇପାରନ୍ତି ।

ଆସନ୍ତୁ ଜାଣିବା କିପରି କଟିବ ଏ ସପ୍ତାହ ।

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଜନ୍ମ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।) ମେଷ : ଆପଣଙ୍କ ପାଇଁ ଏ ସପ୍ତାହ ମିଶ୍ରିତ ଫଳ ଦେବ, ଏଣୁ ଆରମ୍ଭରୁ ଭାବିଚିନ୍ତି କରିଥିବା କାମରେ ସଫଳତା ପାଇବେ । ସପ୍ତାହର ମଧ୍ୟଭାଗରେ ବିବାଦରୁ ଦୂରେଇ ରୁହନ୍ତୁ । ସପ୍ତାହ ଶେଷ ଆଡକୁ କୌଣସି କାରଣରୁ ମନ ପ୍ରସନ୍ନ ରହିବ । ବୃଷ : ଏ ସପ୍ତାହ ଆରମ୍ଭ ଓ ମଧ୍ୟ ଭାଗରେ ଉପଯୁକ୍ତ ବନ୍ଧୁଙ୍କ ସହଯୋଗରେ ଭାବିଥିବା କାମକୁ ସଫଳ ରୂପ ଦେବାରେ ସକ୍ଷମ ହେଇପାରନ୍ତି । ତେବେ ସପ୍ତାହ ଶେଷ ଆଡକୁ କୋଣସି ଖବର ପାଇ ମନ ଦୁଃଖ କରିପାରନ୍ତି ବା କୌଣସି ବାଦବିବାଦକୁ ନେଇ ମନ ବିରକ୍ତ ରହିପାରେ ,ଏଣୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ ।

ମିଥୁନ : ସପ୍ତାହ ଆରମ୍ଭରୁ ସମୟ ଭଲ ଥିବାରୁ ନିଜର କାମ ସମୟରେ ସମାପ୍ତ ହେବ। ଅଚାନକ ଧନଲାଭ ହେବ। ସପ୍ତାହ ମଧ୍ୟଭାଗରେ ଦାୟିତ୍ଵ ନିର୍ବାହ କରିବାରେ ସଫଳ ହେବେ। ସପ୍ତାହ ଶେଷ ଆଡକୁ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ । କର୍କଟ : ସପ୍ତାହ ଆରମ୍ଭରୁ କାର୍ଯ୍ୟକ୍ଷେତ୍ରରେ ବାଧା ଉପୁଜିବା ସହିତ ମନ ବିଚଳିତ ରହିପାରେ । ସପ୍ତାହ ମଧ୍ୟଆଡକୁ ଚାକିରିଆ ମାନେ ତଥା ଚାକିରି ଖୋଜୁଥିବା ଯୁବକଯୁବତୀ ସଫଳତା ପାଇପାରନ୍ତି । ସପ୍ତାହ ଶେଷ ଆଡକୁ ସାମାଜିକ ପ୍ରତିଷ୍ଠା ଓ ଆତ୍ମବିଶ୍ଵାସ ବଢିବ ।

ସିଂହ :ଚଳିତ ସପ୍ତାହରେ କାର୍ଯ୍ୟସିଦ୍ଧି ଯୋଗ ରହିଥିବାରୁ ଆରମ୍ଭରୁ ସମୟ ଭଲ ରହିବ, ପରିବାରରେ ସୁଖଶାନ୍ତି ବଜାୟ ରହିବ। ବନ୍ଧୁମାନଙ୍କ ସହଯୋଗରେ ଭାବିଥିବା ଯୋଜନାକୁ ପୁରା କରିବା ପାଇଁ ଆଗକୁ ବଢିପାରନ୍ତି । ତେବେ କୌଣସି ସ୍ଥାନକୁ ଯାତ୍ରା କରିବାର ଯୋଜନା କରୁଥିଲେ ତାହା ସ୍ଥଗିତ ହେଇପାରେ ।

କନ୍ୟା : ଏ ସପ୍ତାହରେ ଭାଗ୍ୟଦେବୀ ପ୍ରସନ୍ନ ଥିବାରୁ ସପ୍ତାହ ଆରମ୍ଭରୁ ଆୟର ନୂଆ ସ୍ରୋତ ମିଳିବ ଓ ଆର୍ଥିକ ଲାଭ ହେବ। କର୍ମକ୍ଷେତ୍ରରେ ସମୟ ଭଲଭାବେ କଟିବ ।ରାଜନୈତିତ୍କ ବା ଆଇନଗତ କାରଣରୁ ବିଜୟୀ ହେଇ ସମାଜରେ ପ୍ରତିଷ୍ଠା ବଢିବ । ସପ୍ତାହ ଶେଷ ଆଡକୁ କୌଣସି ବିପଦରୁ ବଞ୍ଚିବାପାଇଁ ବାଟ ପାଇପାରିବେ ।

ତୁଳା : ଅର୍ଥ, ସ୍ୱାସ୍ଥ୍ୟ ତଥା ସାମାଜିକ ଦୃଷ୍ଟିରୁ ଏ ସପ୍ତାହ ଆରମ୍ଭରୁ ଉତ୍ତମ ରହିବ ଓ ଧନଲାଭ ହେବା ସହିତ ପୁରୁଣା କାମ ଚାଲୁହେଇପାରେ । ସହଜରେ ସଫଳତା ମିଳିବା ହେତୁ ମନ ପ୍ରଫୁଲ୍ଲ ରହିବ । ସପ୍ତାହ ଶେଷ ଆଡକୁ ସମୟ ଭଲ ରହିଛି, ଏହାର ଲାଭ ଉଠେଇପାରିଲେ ଭଲ ।

ବିଛା : ଆପଣଙ୍କ ପାଇଁ ଏ ସପ୍ତାହ ମିଶ୍ରିତ ଫଳ ଦେବ, ଏଣୁ ଆରମ୍ଭରୁ ନିଜର ଗୁପ୍ତଶତ୍ରୁଙ୍କୁ ଚିହ୍ନି ପାରିଲେ ଭଲ । ଗାଡିମୋଟର ସାବଧାନତା ସହକାରେ ଚଲାନ୍ତୁ । ଅବିବାହିତ ପୁରୁଷ ତଥା ଗୃହିଣୀମାନେ ଅସୁବିଧାର ସମ୍ମୁଖୀନ ହେଇପାରନ୍ତି । ସପ୍ତାହ ମଝି ଓ ଶେଷ ଆଡକୁ ଅର୍ଥଲାଭ ହେଇପାରେ । ଧନୁ : ଏ ସପ୍ତାହ ଆରମ୍ଭରୁ ସମୟ ଅନୁକୂଳ ରହିଛି , ଏଣୁ ନିଜ ଦକ୍ଷତା ବଢେଇବାର ବା କାର୍ଯ୍ୟ ପରିସର ବଢେଇବା ପାଇଁ ଭଲ ସମୟ । ସପ୍ତାହ ମଧ୍ୟ ଭାଗରେ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ । ତେବେ ସପ୍ତାହ ଶେଷ ଆଡକୁ ସୁଖସୌଭାଗ୍ୟ ପ୍ରାପ୍ତ ହେବ ।

ମକର : ଏ ସପ୍ତାହ ଆରମ୍ଭରୁ ସ୍ୱାସ୍ଥ୍ୟପ୍ରତି ଉଚିତ ଯତ୍ନ ନ ନେଲେ ଆଗକୁ ଅସୁବିଧାର ସମ୍ମୁଖୀନ ହେଇପାରନ୍ତି । କାର୍ଯ୍ୟକ୍ଷେତ୍ରରେ ବାଧା ଉପୁଜିପାରେ ଓ ଅନେକ ପରିଶ୍ରମପରେ ମଧ୍ୟ ସଫଳତା ମିଳି ନ ପାରେ । ମନ ବିଚଳିତ ରହିପାରେ , ତେବେ ଉଦ୍ୟମ ଜରିରଖନ୍ତୁ ।

କୁମ୍ଭ : ଚଳିତ ସପ୍ତାହ ଭଲରେ କଟିବ । ବନ୍ଧୁମାନଙ୍କ ସହଯୋଗରେ ଅଟକିଥିବା କାମ ପୁରା କରିବାକୁ ଆଗ୍ରହୀ ହେବେ । ବ୍ୟବସାୟୀମାନେ କ୍ଷତି ନ କରି ଆର୍ଥିକ ସୁଧାର କରିପାରିବାର ମଉକା ପାଇବେ । ଭାଗ୍ୟଦେବୀ ସାଥିଦେଉଥିବାରୁ ସମୟର ସଦୁଗାଯୋଗ କରିପାରିଲେ ଭଲ ।

ମୀନ : ଚଳିତ ସପ୍ତାହ ମିଶ୍ରିତ ଫଳ ଦେବ। କର୍ମକ୍ଷେତ୍ରରେ ବାଧା ଉପୁଜିବା ସହିତ ଆପଣ ଚିଡିଚିଡା ହେଇପାରନ୍ତି । ସପ୍ତାହର ମଧ୍ୟଭାଗ ଆଡକୁ ସ୍ଥିତିରେ ସାମାନ୍ୟ ଉନ୍ନତି ହେଇ କର୍ମକ୍ଷେତ୍ରରେ ସ୍ଥିତି ବଦଳିପାରେ। ବନ୍ଧୁଙ୍କ ସହଯୋଗ ମିଳିବ। ମନକୁ ଶାନ୍ତ ରଖିବାକୁ ଧ୍ୟାନ କରନ୍ତୁ ।

#astrology #weeklyhoroscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon