• ବେତାର ବ୍ୟୁରୋ

ଲୁଙ୍ଗି, ଚାବୁକରେ ଖିଲାଡି କୁମାରଙ୍କ ନିଆରା ଲୁକ୍


(ବେତାର ବ୍ୟୁରୋ) ନିଶ, ଲୁଙ୍ଗି, ତିଲକ ସହ ଚାବୁକ । “ବଚ୍ଚନ ପାଣ୍ଡେ” ଫିଲ୍ମରେ ଏଭଳି ଲୁକରେ ଦର୍ଶକ ଦେଖିବେ ବଲିଉଡର ଖିଲାଡି ବୟ ଅକ୍ଷୟ କୁମାରଙ୍କୁ । ୨୦୨୦ରେ ଏହି ଚଳଚ୍ଚିତ୍ର ରିଲିଜ ହେବାକୁ ଥିବା ଅକ୍ଷୟ କୁମାର ଟୁଇଟ କରିବା ସହ ଫିଲ୍ମରେ ତାଙ୍କର ଏହି ଲୁକର ଏକ ଫଟୋ ସେୟାର କରିଛନ୍ତି । 

ଫରହାଦ ସାମଜୀ ଫିଲ୍ମର ନିର୍ଦ୍ଦେଶନା ଦେଉଥିବାବେଳେ ସାଜିଦ ନାଦିଆୱାଲା ଏହାର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି । ଆସନ୍ତା ବର୍ଷ ଖ୍ରୀଷ୍ଟମାସ ଅବସରରେ ଏହି ମୁଭି ରିଲିଜ ହେବ ବୋଲି ଅକ୍ଷୟଙ୍କ ଟୁଇଟରୁ ଜଣାପଡିଛି ।

ଅକ୍ଷୟ କୁମାର ପୋଷ୍ଟ କରିଥିବା ଏହି ଫଟୋରେ ସମ୍ପୂର୍ଣ୍ଣ ଅଲଗା ଦେଖାଯାଉଛନ୍ତି । ଖିଲାଡି କୁମାର ଏକ କଳା ରଙ୍ଗର ଲୁଙ୍ଗି ପିନ୍ଧିଥିବାବେଳେ ମଥାରେ ଧଳା ଚନ୍ଦନ, ଗଳାରେ ଚେନ୍ ଓ ହାତରେ ଏକ ଚାବୁକ୍ ଧରିଥିବା ଦେଖିବାକୁ ମିଳିଛି । ଏଥିରେ ଅକ୍ଷୟ ବେଶ ଗମ୍ଭୀର ଥିବା ଦେଖାଯାଇଛି । 

‘ରାଉଡି ରାଥୋର’ ଢଙ୍ଗରେ ଏହି ଫିଲ୍ମ ନିର୍ମାଣ କରାଯାଉଥିବା ରିପୋର୍ଟରୁ ଜଣାପଡିଛି । ଦର୍ଶକଙ୍କ ଭରପୂର ମନୋରଞ୍ଜନ ପାଇଁ ଫିଲ୍ମକୁ ମସାଲାଦାର କରାଯିବା ଉପରେ ଗୁରୁତ୍ୱ ଦିଆଯାଉଥିବା କୁହାଯାଉଛି ।

ସୈଫ ଅଲ୍ଲୀ ଖାନ, ଅନିଲ କପୁର, କରିନା କପୁରଙ୍କ ସହ ଅକ୍ଷୟ କୁମାରଙ୍କ ଏକ ଫିଲ୍ମ ‘ଟଶନ’ ୨୦୦୮ରେ ରିଲିଜ ହୋଇଥିଲା । ଏଥିରେ ଅକ୍ଷୟଙ୍କ ନାମ ବଚ୍ଚନ ପାଣ୍ଡେ ରଖାଯାଇଥିଲା ।

ଏହା ପୂର୍ବରୁ ମଧ୍ୟ ବିଭିନ୍ନ ଫିଲ୍ମରେ ଅକ୍ଷୟଙ୍କୁ ନିଆରା ଲୁକରେ ଦେଖିବାକୁ ମିଳିଛି । କେଶରୀ, ୨.୦, ଭୁଲ ଭୁଲେୟା ପରି ଚଳଚ୍ଚିତ୍ରରେ ଅକ୍ଷୟଙ୍କୁ ସମ୍ପୂର୍ଣ୍ଣ ଅଲଗା ଗେଟଅପରେ ପରଦାରେ ଦର୍ଶକ ଦେଖିବାକୁ ପାଇଥିଲେ । 

#Movieupdate #bollywood #entertainment #AlshyaKumar

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon