• ବେତାର ବ୍ୟୁରୋ

ଫେସବୁକ ଠାରୁ ଦୂରଉଛନ୍ତି ଯୁବପିଢୀ, ବୟସ୍କଙ୍କ ମଧ୍ୟରେ ବଢୁଛି ଆଦର: ଗବେଷଣା


(ବେତାର ବ୍ୟୁରୋ) ସୋସିଆଲ ମିଡିଆ ଫେସବୁକରୁ ଧୀରେ ଧୀରେ ମୁହଁ ଫେରାଉଛନ୍ତି ଯୁବପିଢୀ । ୬୦ ବର୍ଷ ବୟସ୍କଙ୍କ ତୁଳନାରେ ୧୨ରୁ ୧୭ ବର୍ଷୀୟ ପିଲାଙ୍କ ମଧ୍ୟରେ ଫେସବୁକ କ୍ରେଜ କମିଥିବା ନିକଟରେ ସମ୍ପୃକ୍ତ କମ୍ପାନୀ ପକ୍ଷରୁ କୁହାଯାଇଛି । ଆମେରିକା ସମେତ ଅନ୍ୟ ଦେଶଗୁଡିକରେ ମଧ୍ୟ ସମାନ ଆକଳନ କରାଯାଇଛି । 

୪୫ରୁ ୬୪ ବର୍ଷୀୟ ଲୋକଙ୍କ ଫେସବୁକ ବ୍ୟବହାର ଅଧିକ ୨୦୧୫ରେ ହୋଇଥିବା ଆକଳନ ଅନୁସାରେ ୬୦ ପ୍ରତିଶତ ଯୁବପିଢୀ ଫେସବୁକରେ ଆକ୍ଟିଭ ରହିଥିଲେ । ହେଲେ ଏବେ ଏହି ସଂଖ୍ୟାନରେ ହ୍ରାସ ଘଟିଛି । ଏବେ ୫୮ ପ୍ରତିଶତ ୪୫ ରୁ ୬୪ ବର୍ଷୀୟ ବ୍ୟକ୍ତି ଫେସବୁକ ଅଧିକ ବ୍ୟବହାର କରୁଥିବାବେଳେ ମାତ୍ର ୩୯ ପ୍ରତିଶତ ଯୁବପିଢୀ ଏହି ସୋସିଆଲ ସାଇଟ ବ୍ୟବହାର କରୁଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

୨୦୦୬ରେ ଫେସବୁକ ଥିଲା ଷ୍ଟୁଡେଣ୍ଟ ନେଟୱର୍କିଂ ସାଇଟ ପ୍ରଥମେ ଫେସବୁକ ଆରମ୍ଭ ବେଳେ ଏହା ଷ୍ଟୁଡେଣ୍ଟ ନେଟୱର୍କିଂ ସାଇଟ ଭାବେ ଜଣାଯାଉଥିଲା । ଏବେ ୨ ଅରବରୁ ଅଧିକ ଫେସବୁକ ବ୍ୟବହାରକାରୀ ଥିବା ବେଳେ ପ୍ରତ୍ୟହ ନୂଆ ୟୁଜର ମଧ୍ୟ ବଢୁଛନ୍ତି । ହେଲେ ସେମାନଙ୍କ ମଧ୍ୟରେ ଯୁବ ବ୍ୟବହାରକାରୀଙ୍କ ସଂଖ୍ୟା କମିଛି । 

ସ୍ନାପଚାଟ, ଇନଷ୍ଟାଗ୍ରାମ ପାଇଁ ଆଗ୍ରହ ବଢୁଛି ଏବେ ସ୍ନାପଚାଟ, ଇନଷ୍ଟାଗ୍ରାମ ପରି ଆପ୍ଲିକେଶନର ବହୁଳ ବ୍ୟବହାର ଦେଖିବାକୁ ମିଳିଛି । ଏଥିପ୍ରତି ପ୍ରତି ଯୁବପିଢୀଙ୍କ ଅଧିକ ଆଗ୍ରହ ମଧ୍ୟ ସେମାନଙ୍କୁ ଫେସବୁକରୁ ଦୂରେଇ ରଖୁଥିବା ଜଣାପଡିଛି । ଅନ୍ୟପକ୍ଷରେ ପରିବାର ସହ ନିଜ ନେଟୱର୍କ ସେୟାର କରିବାକୁ ଆଗ୍ରହ କରୁ ନ ଥିବାରୁ ଅନେକ ଯୁବପିଢୀ ଫେସବୁକରୁ ମୁହଁ ମୋଡୁଥିବା ଜଣାଯାଇଛି ।

ଫେସବୁକର ୪ କମ୍ୟୁନିକେଶନ ବିକଳ୍ପ, ସର୍ବାଧିକ ବ୍ୟବହାରକାରୀ କେବଳ ଇ ମେଲ ସୁବିଧାକୁ ବାଦ ଦେଲେ ଫେସବୁକ୍ କମ୍ପାନୀ ଏହାର ଅନ୍ୟ ୪ ପ୍ରକାର କମ୍ୟୁନେକେଶନ ବିକଳ୍ପ ବ୍ୟବସ୍ଥା ରଖିଛି । ଇନଷ୍ଟାଗ୍ରାମ, ହ୍ୱାଟସଆପ ସହ ଫେସବୁକ ମେସେଞ୍ଜରର ବ୍ୟବହାରୀଙ୍କୁ ନେଇ ଏହି କମ୍ପାନୀ ନିକଟରେ ବହୁ ସଂଖ୍ୟାରେ ବ୍ୟବହାରକାରୀ ରହିଥିବା ଜଣାପଡିଛି। 

#facebook

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon