• ବେତାର ବ୍ୟୁରୋ

ରେକର୍ଡ ସତ୍ତ୍ୱେ ରାପ୍ ଗାୟକ ବାଦଶାହଙ୍କୁ ମାନ୍ୟତା ଦେଉନି ୟୁ ଟ୍ୟୁବ୍


(ବେତାର ବ୍ୟୁରୋ) ଭାରତୀୟ ରାପ ଗାୟକ ବାଦଶାହ ଓରଫ ଆଦିତ୍ୟ ସିଂ ସଦ୍ୟ ରିଲିଜ କରିଥିବା “ପାଗଲ” ଭିଡିଓ ୟୁ ଟ୍ୟୁବରେ ଅପଲୋଡ ହେବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ୭୫ ମିଲିୟନ ଦର୍ଶକ ଏହାକୁ ଦେଖିଛନ୍ତି । ବାଦଶାହଙ୍କ ଏହି ଗୀତକୁ ସର୍ବାଧିକ ଦର୍ଶକ ଦେଖି ରେକର୍ଡ କରିଥିଲେ ହେଁ ୟୁ ଟ୍ୟୁବ ତାଙ୍କୁ କୌଣସି ମାନ୍ୟତା ଦେଉ ନ ଥିବା ଅନେକେଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଫେକ୍ ଭ୍ୟୁୟର କିଣାଯାଇଥିବା ଅଭିଯୋଗ ବାଦଶାହଙ୍କୁ ୟୁଟ୍ୟୁବ କୌଣସି ତାଲିକାରେ ନ ରଖିବାକୁ ନେଇ ଅନେକେ ସନ୍ଦେହ ପ୍ରକାଶ କରିଛନ୍ତି । ଏପରିକି ଏହି ଭିଡିଓ ପାଇଁ ବହୁ ସଂଖ୍ୟାରେ ଫେକ ଭ୍ୟୁୟୁ କିଣାଯାଇଥିବା ଅଭିଯୋଗ ଉଠିଛି । ତେବେ ଏହି କ୍ଷେତ୍ରରେ ଫେକ ଭ୍ୟୁୟର କିଣିବା ନୂଆ ନୁହେଁ । ପୂର୍ବରୁ ମଧ୍ୟ ବହୁ କଳାକାର ଏପରି କରିଥିବା ଜଣାଯାଇଛି ।

ତେବେ ୟୁଟ୍ୟୁବ ପକ୍ଷରୁ କୌଣସି ମାନ୍ୟତା ନ ପାଇବା ପରେ ବାଦଶାହ କହିଛନ୍ତି, ବୋଧ ହୁଏ ଏହି ଚାନେଲ ତାଙ୍କୁ ତାଲିକାଭୁକ୍ତ ନ କରିବାକୁ ଶପଥ ନେଇଛି । ଆମେ ଏହି ଭିଡିଓ ପାଇଁ କଠିନ ପରିଶ୍ରମ କରିଛୁ । ଭାରତ ମଧ୍ୟ ଏପରି କ୍ଷେତ୍ରରେ ଅନ୍ୟମାନଙ୍କ ସହ ତାଳ ଦେଇ ଚାଲିଛି । ଏବେ ଆମେ ଚମକିବାର ବେଳ ଆସିଯାଇଛି ।

ଗତ ବର୍ଷ ପ୍ରିମିୟର ଭିଡିଓ ପାଇଁ ଗୁଗୁଲ କମ୍ପାନୀର ୟୁଟ୍ୟୁବ ଚାନେଲ ଏକ ନୂଆ ଉପାୟ ବାଛିଥିଲା । ସେହି ଅନୁସାରେ ଭିଡିଓ ରିଲିଜର ୨୪ ଘଣ୍ଟା ମଧ୍ୟରେ କୋରିଆର କେ-ପପ୍ ଗ୍ରୁପ ବିଟିଏସ୍ (ବୟ ଉଇଥ ଲଭ)କୁ ୭୪.୬ ଦର୍ଶକ ଦେଖିଥିଲେ ହେଁ ଏହାକୁ ସର୍ବାଧିକ ସଂଖ୍ୟାରେ ଦର୍ଶକ ଦେଖିଥିବା କହିଛି ।

ଏରିଆନା ଗ୍ରାଉଣ୍ଡର “ଥ୍ୟାଙ୍କ ୟୁ ନେକ୍ସ୍ଟ”ଠାରୁ ଆରମ୍ଭ କରି ବ୍ଲାକପିଙ୍କର “କିଲ୍ ଦିସ୍ ଲଭ” ଏବଂ “ବୟ ଉଇଥ ଲଭକୁ ମାନ୍ୟତା ପ୍ରଦାନ କରାଯାଇଛି । କୌଣସି ଫିମେଲ ସୋଲ ଡେବ୍ୟୁଟକୁ ସର୍ବାଧିକ ଦର୍ଶକ ଦେଖିଥିବା ତାଲିକାରେ ସୁଇଫ୍ଟର “ମି”କୁ ୟୁଟ୍ୟୁବ ସାମିଲ କରିଛି । ହେଲେ ଏ ସବୁ ଭିତରେ ଆର୍ଟିଷ୍ଟ ବାଦଶାହଙ୍କ ଭିଡିଓଙ୍କୁ କୌଣସି ମାନ୍ୟତା ଏହି ଚାନେଲ ପ୍ରଦାନ କରିନାହିଁ ।

#news #entertainmetnt #Badshah #youtube

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon