• ବେତାର ବ୍ୟୁରୋ

ବ୍ୟବସାୟରେ କ୍ଷତି, ପରିବାରରେ ଅଶାନ୍ତି ଦୂର କରିବା ପାଇଁ 4 ବାସ୍ତୁଟିପ୍ସ


(ବେତାର ବ୍ୟୁରୋ) ସୁଖ ସୁବିଧା ହାସଲ ସହ ବ୍ୟବସାୟରେ ଲାଭବାନ ହେବାକୁ ବେଳେବେଳେ ମଣିଷ ବହୁ ପରିଶ୍ରମ କରି ମଧ୍ୟ କ୍ଷତି ସହିଥାଏ । ଏହା ପଛରେ ଥିବା ଅନେକ କାରଣ ଭିତରୁ ବାସ୍ତୁଦୋଷ ମଧ୍ୟ ଏକ କାରଣ ବୋଲି ଜ୍ୟୋତିଷ ପଣ୍ଡିତମାନେ ମତ ଦିଅନ୍ତି । କିଛି ମାତ୍ରାରେ ବାସ୍ତୁଶାସ୍ତ୍ରରେ ଥିବା ଉପାୟ ଅବଲମ୍ବନ କଲେ ମଧ୍ୟ ମଣିଷକୁ ଅର୍ଥହାନି ଓ ଅଶାନ୍ତ ପରିବେଶରୁ ମୁକ୍ତି ମିଳିପାରିବ ବୋଲି ଜ୍ୟୋତିର୍ବିଦ କୁହନ୍ତି ।

ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ରରେ ଥିବା କିଛି ଉପାୟ ବିଷୟରେ ।

ଘରର ଉତ୍ତର-ପଶ୍ଚିମରେ ରଖନ୍ତୁ ଧଳାଘୋଡା ମୂର୍ତ୍ତି ବ୍ୟବସାୟରେ ଅର୍ଥହାନି ହେଉଥିଲେ ଘରର ଉତ୍ତର-ପଶ୍ଚିମ ଦିଗରେ ଧଳା ଘୋଡାର ମୂର୍ତ୍ତି ରଖନ୍ତୁ । ଦୌଡୁଥିବା ଘୋଡାକୁ ଶକ୍ତିର ପ୍ରତୀକ ବୋଲି କୁହାଯାଏ । ଋଣ ଓ ଅର୍ଥହାନି ଚିନ୍ତାରେ ବୁଡିଥିଲେ ଏହା ଆପଣଙ୍କ ମାନସିକ ସ୍ଥିତି ସମ୍ଭାଳିବାରେ ସହାୟକ ହୋଇଥାଏ । ଏହକୁ ଆପର ନିଜ କାର୍ଯ୍ୟସ୍ଥଳୀ ତଥା ଅଫିସରେ ମଧ୍ୟ ରଖିପାରିବେ ।

ପଶ୍ଚିମରେ ରଖନ୍ତୁ ଚେସ୍ ବୋର୍ଡ ପିଲାମାନଙ୍କୁ ମଣିଷ କରିବାକୁ ବାପା ମା’ କଠିନ ପରିଶ୍ରମ କରୁଛନ୍ତି । ବାସ୍ତୁଶାସ୍ତ୍ର ଅନୁସାରେ ପିଲାଙ୍କ ପଢାପ୍ରତି ଆଗ୍ରହ ବଢାଇବା ଏବଂ ଜ୍ଞାନ ହାସଲ କରିବା ପାଇଁ ଘରର ପଶ୍ଚିମ ଦିଗରେ ଏକ ଚେସ୍ ବୋର୍ଡ ରଖିପାରିବେ ।  ଏହା ଦ୍ୱାରା ପିଲାଙ୍କ ମସ୍ତିଷ୍କରେ ପାଠ ପଢା ପ୍ରତି ରୁଚି ବଢିବ ।

ଉତ୍ତର ଦିଗରେ ଲଗାନ୍ତୁ ମନି ପ୍ଲାଣ୍ଟ ଚାକିରି ଖୋଜିବାରେ ସମସ୍ୟା ହେଉଥିଲେ ଘରର ଉତ୍ତର ଦିଗରେ ଏକ ନୀଳ ପାତ୍ରରେ ମନି ପ୍ଲାଣ୍ଟ ଲଗାନ୍ତୁ । ଏହା ଦ୍ୱାରା ଶୀଘ୍ର ଆପଣଙ୍କୁ କର୍ମକ୍ଷେତ୍ରରେ ନିଯୁକ୍ତି ମିଳିପାରେ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି । ଏଥିସହ ନୂଆ ବ୍ୟବସାୟ ଆରମ୍ଭ କରିବାର ଦୃଢ ଇଚ୍ଛା ମଧ୍ୟ ଜାଗ୍ରତ ହୋଇପାରେ ।

ଘରର ପଶ୍ଚିମ ଦିଗରେ ଅଳିଆ ରଖନ୍ତୁ ନାହିଁ ବ୍ୟବସାୟରେ ଅଧିକ ଲାଭବାନ ହେବାକୁ ଚାହୁଁଥିଲେ ଘରର ପଶ୍ଚିମ ଦିଗକୁ ସର୍ବଦା ସଫା ସୁତୁରା ରଖିବାକୁ ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି । ପଶ୍ଚିମ ଦିଗରେ କେବେ ଅଳିଆ ଆବର୍ଜନା ନ ରଖିବାକୁ ବାସ୍ତୁ ପଣ୍ଡିତମାନେ କୁହନ୍ତି । ଏହା ଦ୍ୱାରା ଘରେ ଶାନ୍ତିର ବାତାବରଣ ମଧ୍ୟ ସୃଷ୍ଟି ହୋଇଥାଏ ।

#VastuTips

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon