• ବେତାର ବ୍ୟୁରୋ

ଭାରତୀୟ କ୍ରିକେଟ ଟିମ କୋଚ ପଦବୀ ପାଇଁ ଆସିଲା ଦୁଇ ହଜାର ଆବେଦନ


(ବେତାର ବ୍ୟୁରୋ) ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ବିସିସିଆଇ ଦୁଇହଜାରରୁ ଅଧିକ ଆବେଦନ ପାଇଥିବା ଜଣାପଡିଛି । ଏତେ ସଂଖ୍ୟାରେ ଆବେଦନକାରୀଙ୍କ ମଧ୍ୟରୁ ଧାର୍ଯ୍ୟ ମାନଦଣ୍ଡ ପୂରଣ କରୁଥିବା ବ୍ୟକ୍ତିଙ୍କୁ ହିଁ କୋଚ୍ ପଦବୀ ମିଳିବ । ଆସନ୍ତା ୧୩ ତାରିଖରେ ତାଲିକାଭୁକ୍ତ ଆବେଦନକାରୀଙ୍କ ସାକ୍ଷାତକାର ନିଆଯିବ । ତେବେ ଏତେ ସଂଖ୍ୟାରେ ଆବେଦନକାରୀଙ୍କ ତାଲିକାଭୁକ୍ତ କରିବା କଷ୍ଟକର ହୋଇପାରେ ହୋଇଥିଲେ ହେଁ ଅଭିଜ୍ଞତା ଓ ଦକ୍ଷତା ଆଧାରରରେ କୋଚ୍ ଚୟନ କରାଯିବ ।

ଦୌଡରେ ଟମ୍ ମୁଡି, ମାଇକ୍ ହାସନ ଏବେ ଭାରତୀୟ ଦଳର କୋଚ ରବିଶାସ୍ତ୍ରୀ ରହିଛନ୍ତି । ଶାସ୍ତ୍ରୀଙ୍କ ଦକ୍ଷତା ଓ ଅଭିଜ୍ଞତା ସହ ସମକକ୍ଷ କିମ୍ବା ଅଧିକ ଅଭିଜ୍ଞତା ଥିବା କୋଚ ବିସିସିଆଇ ଖୋଜୁଛି । ଆବେଦନକାରୀଙ୍କ ମଧ୍ୟରେ ଅଭିଜ୍ଞ ଭାବେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଟମ୍ ମୁଡି ଓ ନ୍ୟୁଜିଲାଣ୍ଡର ପୂର୍ବତନ ପ୍ରଶିକ୍ଷକ ମାଇକ୍ ହାସନଙ୍କ ନାଁ ରହିଛି । ଏଥିସହ ପୂର୍ବତନ ଭାରତୀୟ କ୍ରିକେଟର ଲାଲଚାନ୍ଦ ରାଜପୁତ ମଧ୍ୟ ଦୌଡରେ ସାମିଲ ହୋଇଛନ୍ତି ।

ବୋଲିଂ ପ୍ରଶିକ୍ଷକ ପାଇଁ ପ୍ରସାଦଙ୍କ ଆବେଦନ ଭାରତୀୟ ଦଳ ପାଇଁ ବୋଲିଂ ପ୍ରଶିକ୍ଷକ ଭାବେ ପୂର୍ବତନ ବୋଲର ଭେଙ୍କଟେଶ ପ୍ରସାଦ ଆବେଦନ କରିଛନ୍ତି । ପୂର୍ବରୁ ସେ ୩ ବର୍ଷ ପାଇଁ ଭାରତୀୟ ଜୁନିୟର କ୍ରିକେଟ ଦଳର ଚୟନକର୍ତ୍ତା ଥିଲେ । ୨୦୧୮ରେ ପ୍ରସାଦ ଏଥିରୁ ଇସ୍ତଫା ଦେଇଥିଲେ । ଏଥିସହ ସେ କିଙ୍ଗ୍ସ ଏକାଦଶ, ପଞ୍ଜାବ, ଚେନ୍ନାଇ ସୁପରକିଙ୍ଗ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଦି ଆଇପିଏଲ ଦଳ ବୋଲିଂ ପ୍ରଶିକ୍ଷକ ମଧ୍ୟ ରହିଥିଲେ । ୨୦୦୭ରୁ ୨୦୦୯ ପର୍ଯ୍ୟନ୍ତ ପ୍ରସାଦ ଭାରତୀୟ କ୍ରିକେଟର ଦଳର ବୋଲିଂ ପ୍ରଶିକ୍ଷକ ଦାୟିତ୍ୱରେ ଥିଲେ । ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳି ଜଣ୍ଟି ରୋଡସ୍ କ୍ଷେତ୍ର ରକ୍ଷଣ ପ୍ରଶିକ୍ଷକ ପଦ ପାଇଁ ଆବେଦନ କରିଛନ୍ତି ।

କୋହଲିଙ୍କ ପସନ୍ଦ କୋଚ ରବି ଶାସ୍ତ୍ରୀ ବତ୍ତର୍ମାନର ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି ରବି ଶାସ୍ତ୍ରୀଙ୍କୁ କୋଚ ପଦବୀରେ ଦେଖିବାକୁ ଚାହାଁନ୍ତି । ନିକଟେ ସେ ଏ ନେଇ ଖୋଲାଖୋଲି ମଧ୍ୟ ମତ ରଖିଛନ୍ତି । ଶାସ୍ତ୍ରୀ ଭାରତୀୟ ଦଳର କୋଚ ରହିଲେ ସେ ଖୁସି ହେବେ ବୋଲି କୋହଲି କହିଛନ୍ତି । ତେବେ କୋହଲିଙ୍କ ଏହି ମତକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ସିଓଏ ସମିତି ଅସନ୍ତୋଷ ପ୍ରକାଶ କରିଛି । କୋହଲି ବିସିସିଆଇ ପ୍ରୋଟକଲ ଭାଙ୍ଗିଥିବା ସମିତି ଅନୁଭବ କରିଛି ।

ପୁନଃ ନିଯୁକ୍ତ ହୋଇପାରନ୍ତି ଶାସ୍ତ୍ରୀ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଥିବା ରବି ଶାସ୍ତ୍ରୀଙ୍କୁ ପୁନଃ ଏହି ପଦରେ ଅବସ୍ଥାପିତ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ତାଙ୍କ ପ୍ରଶିକ୍ଷଣରେ ଭାରତୀୟ ଟିମ୍ ବହୁ ସଫଳତା ପାଇଥିବାରୁ ଆଗାମୀ ଟି ୨୦ ବିଶ୍ୱକପ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ବଢାଯିବାର ସମ୍ଭାବନା ରହିଛି । ୨୦୧୭ରେ ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଆରମ୍ଭ ହୋଇଥିଲା । ଏକଦିବସୀୟ ବିଶ୍ୱକପ ପରେ ତାଙ୍କ କାର୍ଯ୍ୟକାଳ ସରିଯାଇଥିଲେ ହେଁ ୱେଷ୍ଟଇଣ୍ଡିଜ ଗସ୍ତକୁ ଆଖିରେ ରଖି ତାଙ୍କ କାର୍ଯ୍ୟଦିବସ ୪୫ ଦିନ ବଢାଯାଇଥିଲା ।

#news #cricket #TeamIndia

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon