• ବେତାର ବ୍ୟୁରୋ

ଜାରି ହେଲା ଓଟିଇଟି ଆଡମିଟ କାର୍ଡ, ଏମିତି ହେବ ଡାଉନଲୋଡ


(ବେତାର ବ୍ୟୁରୋ) ଶିକ୍ଷକ ନିଯୁକ୍ତି ନିମନ୍ତେ ଓଡିଶାର ସବୁଠୁ ବଡ ପରୀକ୍ଷା ଓଟିଇଟି (OTET)ର ଆଡମିଟ କାର୍ଡ ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟରେ ପ୍ରକାଶିତ ହେଇସାରିଛି । ଆବେଦନ କରିସାରିଥିବା ପ୍ରାର୍ଥୀମାନେ ଏହାର ୱେବସାଇଟକୁ ଯାଇ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ ।

ଉଭୟ ପେପର-୧ ଓ ପେପର-୨ ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀ ଏହାକୁ ଡାଉନଲୋଡ କରିପାରିବେ ।

ସୂଚନାଯୋଗ୍ୟ ଯେ ସମସ୍ତ ପ୍ରାର୍ଥୀଙ୍କୁ ଆଡମିଟ ଡାଉନଲୋଡ କରିବାକୁ ପଡିବ , ବୋର୍ଡ କାହାକୁ ଚିଠି ଦ୍ଵାରା ଏହାକୁ ପଠାଇବେ ନାହିଁ ।

ୱେବସାଇଟରେ ଏହ ଅଗଷ୍ଟ 5 ତାରିଖ ଯାଏଁ ଡାଉନଲୋଡ କରିବା ପାଇଁ ଉପାଲବ୍ଧ ହେବ । ପରୀକ୍ଷା ମଧ୍ୟ ସେହି ତାରିଖରେ ହେବ।

କିପରି କରିବେ ଡାଉନଲୋଡ

ପ୍ରଥମେ ମାଧ୍ୟମିକ ପରିଷଦର ୱେବସାଇଟ bseodisha.nic.in ଖୋଲନ୍ତୁ । ଏହାପରେ OTET Admit Card ଲେଖଥିବା ଲିଙ୍କ ରେ କ୍ଲିକ କରନ୍ତୁ ।

ଏହାପରେ ନିଜର ରେଜିଷ୍ଟ୍ରେଶନ ନମ୍ବର, ଜନ୍ମ ତାରିଖ ବା ପାସୱାର୍ଡ ଓ ଚିତ୍ରରେ ଦର୍ଶାଅ ଯାଇଥିବା ସିକ୍ୟୁରିଟି କୋଡ ଦେବାକୁ ପଡିବ ।

ଏହପରେ ଆପଣ ଲଗ ଇନ କରିପାରିବେ ଓ ଆଡମିଟ କାର୍ଡ ଦେଖିପାରିବେ। ଏହାପରେ ଏହାକୁ ଡାଉନଲୋଡ କରିହେବ।

ପ୍ରାର୍ଥୀମାନେ ଆଡମିଟ କାର୍ଡର ଏକ ପରିଷ୍କାର ପ୍ରିଣ୍ଟ ନେବା ଆବଶ୍ୟକ, ଯାହା ତାଙ୍କୁ ପରୀକ୍ଷା କେନ୍ଦ୍ର ସମ୍ବନ୍ଧରେ ଅଧିକ ସୂଚନା ଦେବ ତଥା ପରୀକ୍ଷା କେନ୍ଦ୍ରରେ ପ୍ରବେଶ ଅନୁମତି ଦେବ ।

ପ୍ରଥମ ଥର ପାଇଁ ଅନଲାଇନ ପରୀକ୍ଷା ସବୁବର୍ଷ ଓଟିଇଟି ପରୀକ୍ଷା ଅଫଲାଇନ ହେଉଥବାବେଳେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଅନଲାଇନରେ ପରୀକ୍ଷା ହେବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପ୍ରଶ୍ନପତ୍ର ଚୋରି ରୋକିବାକୁ ଏପରି ବ୍ୟବସ୍ଥା କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି ।

#news #education #OTET

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon