• ବେତାର ବ୍ୟୁରୋ)

ଟି-୨୦ରେ ସାଇନିଙ୍କ ପ୍ରଦର୍ଶନ ପରେ ଚୟନକର୍ତ୍ତାଙ୍କୁ ଏମିତି ସମାଲୋଚନା କଲେ ଗମ୍ଭୀର


(ବେତାର ବ୍ୟୁରୋ) ୱେଷ୍ଟଇଣ୍ଡିଜ ବିପକ୍ଷ ଶନିବାର ଖେଳା ଯାଇଥିବା ପ୍ରଥମ ଟି-୨୦ରେ ଭାରତକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ ନୂଆଦିଲ୍ଲୀର ଦ୍ରୁତ ବୋଲର ନଭଦୀପ ସାଇନି । ସାଇନିଙ୍କ ପଦାର୍ପଣ ଚମକ ପରେ ଭାରତୀୟ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଦିଲ୍ଲୀ ରଣଜୀ ଦଳର ପୂର୍ବତନ ଚୟନକର୍ତ୍ତା ବିଶେନ ସିଂ ବେଦୀ ଓ ଚେତନ ଚୌହାନଙ୍କୁ ସମାଲୋଚନା କରିଛନ୍ତି ।

ଟୁଇଟରରେ କଟାକ୍ଷ କଲେ ଗମ୍ଭୀର ସାଇନିଙ୍କ ଚମକ୍ରାର ପ୍ରଦର୍ଶନ ପରେ ଗମ୍ଭୀର ତାଙ୍କ ଟୁଇଟର ଆକାଉଣ୍ଟରେ ତାଙ୍କୁ ପ୍ରଶଂସା କରି ଲେଖିଛନ୍ତି, ଅନ୍ତର୍ଜାତୀୟ ପଦାର୍ପଣ ପରେ ତୁମେ ପ୍ରଂଶସାର ହକଦାର । ତୁମେ ବୋଲିଂ କରିବା ପୂର୍ବରୁ ବିଶେନ ସିଂ ବେଦୀ ଓ ଚେତନ ଚୌହାନଙ୍କ ରୂପରେ ଦୁଇଟି ୱିକେଟ ଅକ୍ତିଆର କରିସାରିଛ । ଜଣେ ଖେଳାଳି ପଡିଆରେ ପାଦ ଥାପିବା ପୂର୍ବରୁ ତାର କ୍ୟାରିୟରକୁ କବର ଦିଆଯିବା ପାଇଁ ଗାତ ଖୋଳାଯାଇ ସାରିଥିଲା । ସେହି ଖେଳାଳି ଆଜି ସେମାନଙ୍କ ମିଡିଲ୍ ଷ୍ଟମ୍ପ ଓପାଡି ଦେଇଛି । ଲଜ୍ଜାଜନକ ।

ସାଇନିଙ୍କୁ ବିରୋଧ କରିଥିଲେ ଦେବୀ, ଚୌହାନ ୨୦୧୩ରେ ଗମ୍ଭୀର ଦିଲ୍ଲୀ ଦଳର ଅଧିନାୟକ ଥିବାବେଳେ ହରିୟାଣାର ନଭଦୀପଙ୍କୁ ସେ ଦଳରେ ନେବାକୁ ଚାହିଁଥିଲେ । କିନ୍ତୁ ସେତେବେଳେ ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ (ଡିଡିସିଏ) ସଦସ୍ୟ ଥିବା ବେଦୀ ଏବଂ ଚୌହାନ ଏହାକୁ ବିରୋଧ କରିଥିଲେ । ରାଜ୍ୟ ବାହାରର ଖେଳାଳିଙ୍କୁ କାହିଁକି ଦଳରେ ସାମିଲ କରାଯିବ ବୋଲି ସେ ପ୍ରଶ୍ନ କରିଥିଲେ । ତେବେ ବିରୋଧ ସତ୍ତେ୍ୱ ଗମ୍ଭୀର ବିଦର୍ଭ ବିପକ୍ଷ ମ୍ୟାଚରେ ସାଇନିଙ୍କୁ ଦିଲ୍ଲୀ ଦଳରେ ନେଇଥିଲେ ।

ପ୍ରଥମ ଟି-୨୦ରେ ମ୍ୟାଚର ଶ୍ରେଷ୍ଠ ଖେଳାଳି ଦ୍ରୁତ ବୋଲର ନଭଦୀପ ସାଇନି ଭାରତୀୟ ଦଳରେ ପଦାର୍ପଣ କରି ୱେଷ୍ଟଇଣ୍ଡିଜ ବିପକ୍ଷରେ ଚମକ୍ରାର ବୋଲିଂ କରିଥିଲେ । ୪ ଓଭର ମଧ୍ୟରୁ ଗୋଟିଏ ମେଡେନ ରହିଥିବାବେଳେ ମାତ୍ର ୧୭ ରନ୍ ଦେଇ ୩ଟି ୱିକେଟ ଅକ୍ତିଆର କରିଥିଲେ । ତେଣୁ ସାଇନିଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ସମ୍ମାନ ମିଳିଥିଲା ।

#news #cricket #entertainemnt

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon