• ବେତାର ବ୍ୟୁରୋ

ରାଶିଫଳ ଅଗଷ୍ଟ 5-11 : ଏ ସପ୍ତାହରେ ମହାଲକ୍ଷ୍ମୀ ଓ ଗଜକେଶରୀ ଯୋଗ


(ବେତାର ବ୍ୟୁରୋ) ଚଳିତ ସପ୍ତାହରେ ଚନ୍ଦ୍ର ଉପରେ ମଙ୍ଗଳ ଦୃଷ୍ଟି ଯୋଗୁଁ ମହାଲକ୍ଷ୍ମୀ ଯୋଗ ଓ ଚନ୍ଦ୍ର-ବୃହସ୍ପତି ସଂଯୋଗରେ ଗଜକେଶରୀ—ଏହିପରି ଦୁଇଟି ଶୁଭ ଯୋଗ ରହୁଛି । ତେବେ ସପ୍ତାହ ଶେଷ ଆଡକୁ ଧନୁ ରାଶିରେ କେତୁ ସଂସ୍ପର୍ଶରେ ଚନ୍ଦ୍ର ଆସୁଥିବାରୁ ଗ୍ରହଣ ଓ ବିଶ ଯୋଗ ରହୁଛି । ଏହା ବ୍ଯତୀତ ସପ୍ତାହ ଆରମ୍ଭରୁ ମିଥୁନ ରାଶିରେ ବୁଧ ଗ୍ରହର ଗତି ସମସ୍ତ ରାଶିରେ ଏକ ପ୍ରଭାବ ପକାଇପାରେ।

ଆସନ୍ତୁ ଜାଣିବା କିପରି କଟିବ ଏ ସପ୍ତାହ ।

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଜନ୍ମ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।) ମେଷ : ସପ୍ତାହ ଆରମ୍ଭ : ସାମାନ୍ୟ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ସପ୍ତାହ ମଝି : ବୁଝି ବିଚାରି ପଦକ୍ଷେପ ନିଅନ୍ତୁ । ସପ୍ତାହାନ୍ତ : ଲାଭ ଅପେକ୍ଷା ହାନି ହେବାର ଯୋଗ ପ୍ରବଳ। କେବଳ ଦୈନନ୍ଦିନ କାର୍ଯ୍ୟ କରନ୍ତୁ । ବୃଷ : ସପ୍ତାହ ଆରମ୍ଭ : ଭବିଷ୍ୟତ ବିପଦ ଆଶଙ୍କାରେ ମନ ଅସ୍ଥିର ରହିପାରେ । ସପ୍ତାହ ମଝି : ସଫଳତା ମିଳିବ । ସପ୍ତାହାନ୍ତ : ମନ ପ୍ରସନ୍ନ ରହିବ , ଖୁସି ଖବର ମିଳିପାରେ ।

ମିଥୁନ :ସପ୍ତାହ ଆରମ୍ଭ : ମନର ଆଶଙ୍କାକୁ ନିୟନ୍ତ୍ରଣରେ ନ ରଖିଲେ ସ୍ୱାସ୍ଥ୍ୟ ହାନି ହେଇପାରେ । ସପ୍ତାହ ମଝି : ସ୍ଥିତି ସୁଧୁରିବ, ଅଟକି ଥିବା କାମ ଆଗକୁ ବଢିବ । ସପ୍ତାହାନ୍ତ : ଆର୍ଥିକ ସ୍ଥିତି ସୁଧାରିବା ନିମନ୍ତେ ଜ୍ଞାନୀଗୁଣୀଙ୍କ ସହ ପରାମର୍ଶ କରନ୍ତୁ । କର୍କଟ : ସପ୍ତାହ ଆରମ୍ଭ : ବୁଝି ବିଚାରୀ କରିଥିବା କାମର ସୁଫଳ ମିଳିବ । ସପ୍ତାହ ମଝି : କେହି ଜଣେ ଅନାବଶ୍ୟକ ଅଭିଯୋଗ ଲଗାଇପାରେ , ବନ୍ଧୁ/ସହକର୍ମୀଙ୍କ ପ୍ରତି ସତର୍କ ରୁହନ୍ତୁ । ସପ୍ତାହାନ୍ତ : ଅତ୍ୟଧିକ ପରିଶ୍ରମ କରିବାକୁ ପଡିପାରେ ।

ସିଂହ : ସପ୍ତାହ ଆରମ୍ଭ :ଆର୍ଥିକ ସ୍ଥିତି ଠିକ୍‌ ରହିବ। ସପ୍ତାହ ମଝି : ଅଫିସ୍‌ରେ ବାତାବରଣ ଅନୁକୂଳ ବଜାୟ ରହିବ। ସପ୍ତାହାନ୍ତ : ଅଜଣା ଲୋକଙ୍କ ଉପରେ ଭାବିଚିନ୍ତି ଭରସା କରନ୍ତୁ ।

କନ୍ୟା : ସପ୍ତାହ ଆରମ୍ଭ :କାମରେ ସଫଳତା ମିଳିବ। ସପ୍ତାହ ମଝି : କାରବାରରେ ପଇସା ଲଗାଇବା ପାଇଁ ଭାବିବେ। ସପ୍ତାହାନ୍ତ : ମାନସିକ ଚାପ ବଢିବ କିନ୍ତୁ ସ୍ୱାସ୍ଥ୍ୟ ଉତ୍ତମ ରହିବ ।

ତୁଳା : ସପ୍ତାହ ଆରମ୍ଭ : ଖର୍ଚ୍ଚ ବଢିବ । ସପ୍ତାହ ମଝି : ଆତ୍ମବିଶ୍ଵାସ ବଢିବ, ଧନ ପ୍ରାପ୍ତ ହେବ । କେହି ଜଣେ ଅନାବଶ୍ୟକ ଅଭିଯୋଗ ଲଗାଇପାରେ , ବନ୍ଧୁ/ସହକର୍ମୀଙ୍କ ପ୍ରତି ସତର୍କ ରୁହନ୍ତୁ । ସପ୍ତାହାନ୍ତ : ଭାଗ୍ୟ ଆପଣଙ୍କ ସାଥିରେ ରହିବ ।

ବିଛା : ସପ୍ତାହ ଆରମ୍ଭ : ଏପରି ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ ଯିଏ ଆଗକୁ ଲାଭ ଦେଇପାରନ୍ତି । ସପ୍ତାହ ମଝି : ଖର୍ଚ୍ଚ ବୃଦ୍ଧି ଯୋଗ ରହିଛି । । ସପ୍ତାହାନ୍ତ : ସ୍ୱାସ୍ଥ୍ୟ ଉତ୍ତମ ରହିବ, ଭାଗ୍ୟ ଆପଣଙ୍କ ସାଥିରେ ରହିବ । ଧନୁ : ସପ୍ତାହ ଆରମ୍ଭ : କିଛି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାର ଥିଲେ ଅନେକ ଲୋକଙ୍କ ସହିତ ପରାମର୍ଶ ନିଅନ୍ତୁ । ସପ୍ତାହ ମଝି : ଅଯଥା ଖର୍ଚ୍ଚ ହେଇପାରେ । ସପ୍ତାହାନ୍ତ : ଚିନ୍ତା ବଢିବ , ତେବେ ଭାଗ୍ୟ ସାଥିରେ ରହିବ ।

ମକର : ସପ୍ତାହ ଆରମ୍ଭ :କୌଣସି ବଡ଼ ଦାୟିତ୍ଵ ମିଳିପାରେ। ସପ୍ତାହ ମଝି : ପରିବାରରେ ସୁଖ ସୌଭାଗ୍ୟ ବଢ଼ିବ। ସପ୍ତାହାନ୍ତ : ବୁଝିବିଚାରି କାର୍ଯ୍ୟ କରନ୍ତୁ , ଅଯଥା ଏହାର ପ୍ରଭାବ ଆଗାମୀ ସପ୍ତାହରେ ପଡିବ ।

କୁମ୍ଭ :ସପ୍ତାହ ଆରମ୍ଭ :ମନ ଉଦାସ ରହିବ। ସପ୍ତାହ ମଝି : ଯାହା ବି କାମ କରିବେ ସଫଳତା ନିଶ୍ଚୟ ପାଇବେ। ସପ୍ତାହାନ୍ତ : ନୂଆ ଲୋକଙ୍କ ସହିତ ସାକ୍ଷାତ ଆଲୋଚନା ଲାଭପ୍ରଦ ହେବ।

ମୀନ : ସପ୍ତାହ ଆରମ୍ଭ :ମନର ଇଚ୍ଛା ପୂରା ହେବ। ସପ୍ତାହ ମଝି : କୌଣସି କାମ ସଂପୂର୍ଣ୍ଣ କରିବାରେ ଅଧିକ ପରିଶ୍ରମ କରିବେ। ସପ୍ତାହାନ୍ତ : ବିଦ୍ୟାର୍ଥୀଙ୍କ ଲାଗି ସମୟ ଅନୁକୂଳ ରହିବ।

#astrology #weeklyhoroscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon