• ବେତାର ବ୍ୟୁରୋ

ଗୋବିନ୍ଦାଙ୍କ ହିଟ୍ ଫିଲ୍ମ କୁଲି ନଂ. ୧ର ରିମେକ କରିବେ ବରୁଣ: ସୁଟିଂ ଆରମ୍ଭ


(ବେତାର ବ୍ୟୁରୋ) ୧୯୯୫ରେ ଗୋବିନ୍ଦାଙ୍କ ହିଟ୍ ଫିଲ୍ମ କୁଲି ନଂ. ୧ରେ ରିମେକ ସୁଟିଂ ଆରମ୍ଭ ହୋଇଛି । ଅଭିନେତା ବରୁଣ ଧୱନ ଓ ସାରା ଅଲ୍ଲୀ ଖାନ ଏହି ଚଳଚ୍ଚିତ୍ରରେ ଲିଡ୍ ରୋଲରେ ରହିଛନ୍ତି । ବୁଧବାର ଥାଇଲାଣ୍ଡର ବ୍ୟାକଂକଠାରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଥିବା ଜଣାପଡିଛି ।

ଏହି ରିମେକର ଲେଖକ ଫରହାଦ ସାମଜୀ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । “କୁଲି ନଂ. ୧ର ପ୍ରଥମ ଦିନ ସୁଟିଂ” ବୋଲି ସେ ଉକ୍ତ ଭିଡିଓରେ କ୍ୟାପସନ ରଖିଛନ୍ତି । 

ପ୍ରଥମ ଥର ସ୍କ୍ରିନ ସେୟାର କରିବେ ବରୁଣ, ସାରା ଏହି ଚଳଚ୍ଚିତ୍ର ମାଧ୍ୟମରେ ପ୍ରଥମ ଥର ପାଇଁ ବରୁଣ ଓ ସାରାଙ୍କୁ ପରଦାରେ ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମର କାହାଣୀ ମୂଳ କାହାଣୀଠାରୁ ଟିକିଏ ଅଲଗା ରହିପାରେ ବୋଲି ଜଣାପଡିଛି । ଏଥିସହ ପୁରୁଣା ଗୀତକୁ ନୂଆକରି ଦର୍ଶକ ଏଥିରେ ଶୁଣିବାକୁ ପାଇବେ । ତେବେ ଉଭୟଙ୍କ ଯୋଡିକୁ ଦର୍ଶକ କିପରି ଗ୍ରହଣ କରିବେ ତାହା ଫିଲ୍ମ ରିଲିଜ ପରେ ହିଁ ଜଣାପଡିବ ।

ମେ ୨୦୨୦ରେ ପରଦାକୁ ଆସିପାରେ ଆସନ୍ତା ୨୦୨୦ ମେ ୧ ତାରିଖରେ ଏହି ଫିଲ୍ମ ରିଲିଜ ହୋଇପାରେ । ଗୋବିନ୍ଦାଙ୍କ ଫିଲ୍ମ କୁଲି ନଂ ୧ର ନିର୍ଦ୍ଦେଶନା ଦେଇଥିବା ବରୁଣଙ୍କ ବାପା ଡେଭିଡ ଧୱନ ଏହି ରିମେକ ଫିଲ୍ମର ମଧ୍ୟ ନିର୍ଦ୍ଦେଶନା ଦେବେ। ପୂର୍ବରୁ ଡେଭିଡ ଧୱନଙ୍କ ଫିଲ୍ମ ଜୁଡବା ୨ ଓ ମେଁ ତେରା ହିରୋରେ କାମ କରିଛନ୍ତି । ଏହି ଦୁଇଟି ଯାକ ଫିଲ୍ମ ବକ୍ସ ଅଫିସରେ ହିଟ ହୋଇଥିଲା । 

ସୂଚନାଯୋଗ୍ୟ, ୧୯୯୫ରେ ଆସିଥିବା ବ୍ଲକବ୍ଲଷ୍ଟର ଫିଲ୍କ କୁଲି ନଂ. ୧ରେ ଗୋବିନ୍ଦାଙ୍କ ସହ ନାୟିକା ଭୂମିକାରେ କରିସ୍ମା କପୁର ଥିଲେ । ଏଥିରେ ଉଭୟଙ୍କ କେମିଷ୍ଟ୍ରିକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ଫିଲ୍ମରେ ଗୋବିନ୍ଦାଙ୍କୁ ଡବଲ ରୋଲରେ ଦେଖବାକୁ ମିଳିଥିଲା । 

#news #Movieupdate #bollywood #entertainment

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon