• ବେତାର ବ୍ୟୁରୋ

ବଦଳିବ ମାଟ୍ରିକ ପରୀକ୍ଷା ଢାଞ୍ଚା , ଏମିତି ରହିବ ପାଠ୍ୟକ୍ରମ


(ବେତାର ବ୍ୟୁରୋ) ଆଗକୁ ମାଟ୍ରିକ ପରୀକ୍ଷାରେ ଗ୍ରେଡ଼େସନ ପଦ୍ଧତି ଲାଗୁ ହେବାକୁ ଥିବାରୁ ଏହାର ପାଠ୍ୟକ୍ରମ ବା ସିଲାବସରେ ସିବିଏସଇ ଢାଞ୍ଚାରେ ପରିବର୍ତ୍ତନ ଆଣିବାକୁ ବୋର୍ଡ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।

ଏ ନେଇ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ମାଧ୍ୟମିକ ଶିକ୍ଷା ପରିଷଦର ସିଲାବସ କମିଟି ବୈଠକ ଅନୁଷ୍ଠିତ ହେଉଛି ।ଏହି ବୈଠକରେ ଇଂରାଜୀ, ବିଜ୍ଞାନ, ଗଣିତ ଆଦି ପାଠ୍ୟକ୍ରମର ବିଷୟବସ୍ତୁରେ ପରିବର୍ତ୍ତନ ପାଇଁ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ।

ଏହି ବୈଠକରେ ସିବିଏସଇ ଢାଞ୍ଚାରେ ସବଜେକ୍ଟିଭ ଓ ଅବଜେକ୍ଟିଭ ପାଟର୍ଣ୍ଣ ପ୍ରଶ୍ନପତ୍ର କରାଯିବା ନେଇ ଆଲୋଚନା ହେଇପାରେ । ସେହିପରି ମାଟ୍ରିକ ପରୀକ୍ଷାରେ ଅଧିକ ମାର୍କ ଅବଜେକ୍ଟିଭ ପ୍ରଶ୍ନ ରଖାଯିବାର ମଧ୍ୟ ସମ୍ଭାବନା ରହିଛି ।

ସିବିଏସଇ ଢାଞ୍ଚାରେ କ୍ଷୁଦ୍ର ଉତ୍ତରମୂଳକ କମ ମାର୍କର ପ୍ରଶ୍ନ ଅଧିକ ଥାଏ ଓ ଅଧିକ ମାର୍କ ବିଶିଷ୍ଟ ପ୍ରଶ୍ନପତ୍ର କମ ରୁହେ । ଏଥିରେ ଛତ୍ର ବା ଛାତ୍ରୀ ବିଷୟକୁ ଗଭୀର ଭାବେ ଅଧ୍ୟୟନ କରିଛନ୍ତି କି ନା ତାହା ନିର୍ଣ୍ଣୟ କରିହୁଏ ।

2022 ପରୀକ୍ଷା ପାଇଁ ଲାଗୁ

ତେବେ ଏହି ଶିକ୍ଷାବର୍ଷର ଛାତ୍ରଛାତ୍ରୀଙ୍କ ଲାଗି ପାଠ୍ୟପୁସ୍ତକ ପ୍ରକାଶନ ସରିଥିବା ତଥା ଶିକ୍ଷାଦାନ ଆରମ୍ଭ ହୋଇଥିଲା ବେଳେ ଚଳିତ ବର୍ଷ ଠାରୁ ଏହା ଲାଗୁ କରାନଯାଇ ଆସନ୍ତା ୨୦୨୧-୨୨ ଶିକ୍ଷାବର୍ଷରେ ଯେଉଁ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେବେ ସେମାନେ ନୂଆ ଢାଞ୍ଚାରେ ପରୀକ୍ଷା ଦେବେ ।

ଚଳିତ ବର୍ଷ ବାର୍ଷିକ ହାଇସ୍କୁଲ ପରୀକ୍ଷା ପାସ ହାର ହ୍ରାସ ହୋଇଥିବା ବେଳେ ପରୀକ୍ଷାରେ ସଂସ୍କାର ଅଣାଯିବା ଦ୍ୱାରା ପାସ ହାର କମିଥିବା କଥା ପରିଷଦ ପକ୍ଷରୁ କୁହାଯାଇଆସୁଛି ।

ତେବେ ନୂଆ କରି ଲାଗୁହେବାକୁ ମାଟ୍ରିକ ପାଠ୍ୟକ୍ରମ କେତେଦୂର ଶିକ୍ଷାର୍ଥୀ ତଥା ଶିକ୍ଷକଙ୍କ ଦ୍ଵାରା ଲାଗୁହେଇପାରୁଛି , ତାହା ଭବିଷ୍ୟତରେ ଜଣାପଡିବ ।

ସୂଚନାଯୋଗ୍ୟ ଯେ ମାଟ୍ରିକ ପରୀକ୍ଷା ହାର କ୍ରମଶଃ କମୁଥିବାରୁ ପରୀକ୍ଷାରେ ବ୍ୟାପକ ସଂସ୍କାର ଅଣାଯିବାକୁ ବୋର୍ଡ ତରଫରୁ ନିଷ୍ପତ୍ତି ହୋଇଥିଲା ।

#OdishaNews #Odisha #school

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon