- ବେତାର ବ୍ୟୁରୋ
ଏହି ସବୁ ଅଭ୍ୟାସରୁ ହୋଇପାରେ ଅଲସର୍: ଜାଣନ୍ତୁ ଲକ୍ଷଣ ଓ ନିରାକରଣ

(ବେତାର ବ୍ୟୁରୋ) ପରିବର୍ତ୍ତିତ ଜୀବନଶୈଳୀ, ଖାଦ୍ୟପେୟରେ ସନ୍ତୁଳନ ନ ରହିବା ବିଭିନ୍ନ ରୋଗକୁ ଡାକି ଆଣିଥାଏ । ସେଥିମଧ୍ୟରେ ଅଲସର ଅନ୍ୟତମ । ପେଟର ଏହି ରୋଗ ବେଳେବେଳ ମାରାତ୍ମକ ହୋଇଯାଇଥାଏ । ଏହି ରୋଗରେ ପେଟରେ ଘା ହେବା ଦ୍ୱାରା ବହୁତ ଯନ୍ତ୍ରଣା ହୋଇଥାଏ । ଏଥିରୁ ମୁକ୍ତି ପାଇବାକୁ ହେଲେ ପ୍ରଥମେ ଜାଣିବାକୁ ହେବ ରୋଗର କାରଣ । ଏଥିସହ ଏହାର ନିରାକରଣ ପାଇଁ କ’ଣ କରିବାକୁ ପଡିବ ଆସନ୍ତୁ ଜାଣିବା ।
ମସଲା ଯୁକ୍ତ ଖାଦ୍ୟ, ଚା, କଫି ମୁଖ୍ୟ କାରଣ ଖାଦ୍ୟକୁ ସ୍ୱାଦିଷ୍ଟ କରୁଥିବା ତେଲ ମସଲାର ଅଧିକ ମାତ୍ରାରେ ପ୍ରାୟେଗ ଏହି ରୋଗର ମୁଖ୍ୟ କାରଣ । ଅଧିକ ଖଟା ଜାତୀୟ ଖାଦ୍ୟ ମଧ୍ୟ ଏହି ରୋଗକୁ ଡାକି ଆଣିଥାଏ । ଏଥିସହ ବହୁ ଥର ଚା, କଫି ଆଦି ପିଇବା ଦ୍ୱାରା ଅଲସର ହେବାର ଆଶଙ୍କା ବଢିଥାଏ । ସେହିପରି ମାତ୍ରାଧିକ ନିଶା ଦ୍ରବ୍ୟ ଯେପରି ବିଡି, ସିଗାରେଟ ଓ ମଦ୍ୟପାନ ଦ୍ୱାରା ମଧ୍ୟ ଅଲସର ହେବାର ଆଶଙ୍କା ଅଧିକ ଥାଏ ।
ଏହି ସବୁ ଖାଦ୍ୟପାର୍ଥ ଦ୍ୱାରା ପେଟରେ ଏସିଡିର ମାତ୍ରା ବଢିଯାଇଥାଏ । ଫଳରେ ପେଟରେ ଘା, ହେବା ଚର୍ମ ଛାଲି ହୋଇଯାଇ ପେଟ ବଥା ହୋଇଥାଏ । ବେଳେବେଳେ ଏଥିଯୋଗୁ ଯନ୍ତ୍ରଣା ସହ୍ୟ ହୋଇପାରି ନ ଥାଏ ।
ଅଲସରର ଲକ୍ଷଣ ୧- ପେଟର ଉପର ଭାଗରେ ବ୍ୟଥା । ୨- ଖାଇ ସାରିବା ପରେ ପେଟ କାମୁଡିବା । ୩- ଖାଲି ପେଟରେ ମଧ୍ୟ ପେଟ ବ୍ୟଥା ହେବା । ୪- ଖାଦ୍ୟ ନଳୀ ଓ ଛାତି ଜୋରରେ ପୋଡିବା । ୫- ଅଧିକାଂଶ ସମୟରେ ବାନ୍ତି ଦେଖେଇବା ସହ ବେଳେବେଳେ ରକ୍ତ ବାନ୍ତି ହେବା । ୬- ଛାତିର ଉପର ଭାଗରେ ଯନ୍ତ୍ରଣା ହେବା । ୭- କଳା ରଙ୍ଗର ମଳତ୍ୟାଗ । ୮- ଓଜନ ହ୍ରାସ ହେବା ।
ଏହି ସବୁ ଲକ୍ଷଣ ଦେଖାଯାଉଥିଲେ ଆପଣ ଡାକ୍ତରଙ୍କ ପରାମର୍ଶ କରିବା ଆବଶ୍ୟକ । ଏଥିସହ କିଛି ଘରୋଇ ଉପାୟ ମଧ୍ୟ ଅବଲମ୍ବନ କରିପାରିବେ ।
୧- ଗାଈ ଖୀରରେ କିଛି ମାତ୍ରାରେ ହଳଦି ମିଶାଇ ପିଅନ୍ତୁ । ୨- ବେଲପତ୍ର ବାଟି ପାଣିରେ ପିଅନ୍ତୁ । ବେଲ ପଣା କରି ମଧ୍ୟ ପିଇପାରିବେ । ୩- ବାଦାମକୁ ରାତିରେ ପାଣିରେ ଭିଜାଇ ସକାଳେ ଏହାକୁ ଚୋବାନ୍ତୁ । ଏଥିସହ ବାଦାମ ଗୁଣ୍ଡ କରି ଖୀରରେ ଗୋଳାଇ ପିିଇଲେ ମଧ୍ୟ ଲାଭ ମିଳିଥାଏ । ୪- କଦଳୀ, ପଇଡ ପାଣି, ଗାଜର, ମେଥିଦାନା ଆଦି ଖାଇବା ଅଲସର ଭଲ କରିବାରେ ସହାୟକ ହୋଇଥାଏ ।