• ବେତାର ବ୍ୟୁରୋ

ଜିଓ ଗିଗା ଫାଇବର ଲଞ୍ଚ : ବର୍ଷିକିଆ ପ୍ଲାନ ନେଲେ ମାଗଣାରେ ମିଳିବ ଟିଭି


(ବେତାର ବ୍ୟୁରୋ) ରିଲାଏନ୍ସ ଇଣ୍ଡଷ୍ଟ୍ରି ସୋମବାର ଏହାର ବହୁ ପ୍ରତିକ୍ଷିତ ଜିଓ ଗିଗାଫାଇବର ସର୍ଭିସ ଲଞ୍ଚ କରିଛି । ଏହି ବ୍ରଡବ୍ୟାଣ୍ଡ ସର୍ଭିସର ଏବେ କମର୍ସିଆଲ ଲଞ୍ଚ କରାଯାଇ ଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ କହିଛନ୍ତି । ଆସନ୍ତା ସେପ୍ଟେମ୍ବର ୫ ତାରିଖରେ ଏହି  ସେବା ଆରମ୍ଭ ହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

୭ ଶହ ଟଙ୍କାରୁ ଆରମ୍ଭ ଏହି ଗିଗା ଫାଇବର ସର୍ଭିସ ୭ ଶହ ଟଙ୍କା ପ୍ରତି ମାସରୁ ଆରମ୍ଭ ହୋଇ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ୟୁଜର୍ସ ଏହାର ପ୍ଲାନ ବ୍ୟବହାରର ମାତ୍ରାକୁ ନେଇ ଟଙ୍କା ପ୍ରଦାନ କରିବେ । ଏହି ପ୍ଲାନ ମଧ୍ୟରେ ରହିଛି ୱେୟାର୍ଡ ବ୍ରଡବ୍ୟାଣ୍ଡ, ଟେଲିଭି

ଜନ ସେବା, ଲ୍ୟାଣ୍ଡ ଲାଇନ କଲିଂ, ମଲ୍ଟି ପ୍ଲେୟର ଗେମିଂ, ଭିଡିଓ କନଫରେନ୍ସିଂ ଆଦି । ଗ୍ଲୋବାଲ ଦରର ୧୦ ଭାଗରୁ ମାତ୍ର ଏକ ଭାଗ ଅର୍ଥ ଗିଗା ଫାଇବର ସର୍ଭିସ ପାଇଁ ଗ୍ରାହକ ପ୍ରଦାନ କରିବେ ବୋଲି ରିଲାଏନ୍ସ ପକ୍ଷରୁ କୁହାଯାଇଛି ।

ଦୁଇ କୋଟି ଘରେ ପହଞ୍ଚିବ ଏହି ସର୍ଭିସ କମ୍ପାନୀ ସୂଚନା ମୁତାବକ, ଜିଓ ଗିଗା ଫାଇବର ୧୬ ଶହ ସହରରୁ ପ୍ରାୟ ୧୫ ମିଲିୟନରୁ ଊଦ୍ଧ୍ୱର୍ ରେଜିଷ୍ଟ୍ରେଶନ ଗ୍ରହଣ କରିଛି । ଏହି ସେବାକୁ କମ୍ପାନୀ ପକ୍ଷରୁ୨୦ ମିଲିୟନ ଘରେ ଏବଂ ୧୫ ମିଲିୟନ ଏଣ୍ଟରପ୍ରାଇଜେସ ବା ବ୍ୟବସାୟିକ କ୍ଷେତ୍ରରେ ପହଞ୍ଚାଯିବ ବୋଲି କୁହାଯାଇଛି । ଗତ ବର୍ଷ ଅଗଷ୍ଟରୁ ଏହି ରେଜିଷ୍ଟ୍ରେଶନ ଆରମ୍ଭ ହୋଇଥିଲା ।

୧ ବର୍ଷର ପ୍ଲାନ ପାଇଁ ମିଳିବ ମାଗଣା ଏଚଡି ଟିଭି, ସେଟ-ଟପ ବକ୍ସ ଯେଉଁ ଗ୍ରାହକ ମାନେ ଗିଗା ଫାଇବର ବ୍ୟବହାର ପାଇଁ ୧ ବର୍ଷର ପ୍ଲାନ କିଣିବେ କମ୍ପାନୀ ପକ୍ଷରୁ ସେମାନଙ୍କୁ ଏଚଡି ୪କେ ଏଲଇଡି ଟିଭି ଓ ୪କେ ସେଟଟପ୍ ବକ୍ସ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି ।

କିଛି ମାସ ପୂର୍ବରୁ ରିଲାଏନ୍ସ ଗିଗା ଫାଇବର ପାଇଁ ଡେନ ନେଟୱର୍କସ ଳିମିଟେଡ ଓ ହାଥୱେ କେବୁଲ ଆଣ୍ଡ ଡାଟାକମ୍ ଲିମିଟେଡର ୫,୨୩୦ କୋଟିଟଙ୍କାର ଏକ ବଡ ଷ୍ଟେକ କିଣିବ ବୋଲି ଘୋଷଣା କରିଥିଲା । ଏବେ ୱୟାରଲେସ ମାର୍କେଟ ତଥା ମୋବାଇଲ ନେଟୱାର୍କିଂରେ ଜିଓ ସଫଳ ହୋଇ ଦ୍ୱିତୀୟ ସ୍ଥାନକୁ ଉଠିଛି । ଏହା ଦ୍ୱାରା ଅନ୍ୟ ନେଟୱର୍କ କମ୍ପାନୀଗୁଡିକର କ୍ଷତି ହେଉଥିବାବେଳେ ଏବେ ୱେୟାର ବ୍ରଡବ୍ୟାଣ୍ଡରେ ରିଲାଏନ୍ସର ପ୍ରବେଶ ଅନ୍ୟ ବ୍ରଡବ୍ୟାଣ୍ଡ କମ୍ପାନୀ ପାଇଁ ଚିନ୍ତାର କାରଣ ସାଜିପାରେ ବୋଲି ଚର୍ଚ୍ଚା ହେଉଛି ।

#news #gigafiber #Reliance #business

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon