• ବେତାର ବ୍ୟୁରୋ

ରାଶିଫଳ ଅଗଷ୍ଟ 12-18 : ଏ ସପ୍ତାହରେ ପୂର୍ଣ୍ଣିମା, ବୃହସ୍ପତିଙ୍କ ବକ୍ର ଗତି ଶେଷ


(ବେତାର ବ୍ୟୁରୋ) ଏହି ସପ୍ତାହରେ ଚନ୍ଦ୍ରଦେବ ଧନୁ ରାଶିରୁ ଯାତ୍ରା ଆରମ୍ଭ କରି କୁମ୍ଭ ରାଶି ଯାଏଁ ପରିକ୍ରମା କରିବେ । ଚଳିତ ସପ୍ତାହରେ ଶ୍ରାବଣ ମାସ ଶେଷ ହେବା ସହିତ ରାକ୍ଷୀ ପୂର୍ଣ୍ଣିମା, ବୃହସ୍ପତିଙ୍କ ବକ୍ର ଗତି ଶେଷ ଆଦି ଅନେକ ମହାଜାଗତିକ ଘଟଣା ସଂଘଟିତ ହେଉଛି । ଏ ସମସ୍ତ ଘଟଣା ପ୍ରତ୍ୟେକ ରାଶି ଉପରେ ଊଣାଅଧିକ ପ୍ରଭାବ ପକାଇବ ।

ଆସନ୍ତୁ ଜାଣିବା କିପରି କଟିବ ଏ ସପ୍ତାହ ।

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଜନ୍ମ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।) ମେଷ : ସପ୍ତାହ ଆରମ୍ଭ : ବହୁ ଦିନରୁ ଅଟକିଥିବା କାମ ଆରମ୍ଭ ହେବ । ସପ୍ତାହ ମଝି : କାହାକୁ ପରାମର୍ଶ ଦେଇ ପାରନ୍ତି , ତେବେ ନିକ ମନ କଥା କାହା ଆଗରେ ପ୍ରକାଶ କରନ୍ତୁ ନାହିଁ । ସପ୍ତାହାନ୍ତ : ଆର୍ଥିକ ଲାଭ ବା ସଫଳତା ମିଳିପାରେ । ବୃଷ : ସପ୍ତାହ ଆରମ୍ଭ : ମନରେ ଭୟ ବା ଆଶଙ୍କା ଜାତ ହେବ । ସପ୍ତାହ ମଝି : କାର୍ଯ୍ୟରେ ସଫଳତା , ସମ୍ମାନ ମିଳିବ । ସପ୍ତାହାନ୍ତ : କାର୍ଯ୍ୟ ଭାର ଅଧିକ ହେବା ସହିତ ସଂଘର୍ଷ ଅଧିକ ରହିବ ।

ମିଥୁନ : ସପ୍ତାହ ଆରମ୍ଭ : ସୁଖ ଶାନ୍ତି ତଥା ମନୋରଞ୍ଜନରେ ସମୟ କଟିବ । ସପ୍ତାହ ମଝି : ସତର୍କ ହୋଇ କାର୍ଯ୍ୟ କରନ୍ତୁ , ଅନ୍ୟଥା ହାନି ହେବାର ଆଶଙ୍କା ରହିଛି । ସପ୍ତାହାନ୍ତ : କୌଣସି ପୂଜା ବା ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି ।

କର୍କଟ : ସପ୍ତାହ ଆରମ୍ଭ : କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ , ଶତ୍ରୁକୁ ପରାସ୍ତ କରିପାରିବେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ସପ୍ତାହ ମଝି : ବ୍ୟବସାୟୀଙ୍କୁ ଆର୍ଥିକ ଲାଭ ହୋଇପାରେ । ସପ୍ତାହାନ୍ତ : ସ୍ୱାସ୍ଥ୍ୟରେ ଅବନତି ବା ଅଧିକ ଖର୍ଚ୍ଚ ଯୋଗୁଁ ମାନସିକ ଚାପ ବଢିପାରେ ।

ସିଂହ : ସପ୍ତାହ ଆରମ୍ଭ : ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ, ଚାକିରିଆ ଅସୁବିଧା ଭୋଗିପାରନ୍ତି । ସପ୍ତାହ ମଝି : ବାଦବିବାଦରୁ ଦୂରେଇ ରୁହନ୍ତୁ । ସପ୍ତାହାନ୍ତ : କୌଣସି ବଡ କିଣାବିକା ବା ନିବେଶ କରିପାରନ୍ତି ।

କନ୍ୟା : ସପ୍ତାହ ଆରମ୍ଭ : ଘରେ ବା କର୍ମ କ୍ଷେତ୍ରରେ ବାଦବିବାଦରୁ ଯେତେ ଦୂରେଇ ପାରିବେ ସେତେ ଭଲ । ସପ୍ତାହ ମଝି : ଧନାର୍ଜନର ବାଟ ଖୋଲିବ । ସପ୍ତାହାନ୍ତ : ସ୍ୱାସ୍ଥ୍ୟ ଉତ୍ତମ ରହିବ , ସଫଳତା ମିଳିବ ।

ତୁଳା : ସପ୍ତାହ ଆରମ୍ଭ : ଅଚାନକ କାହାର ସହଯୋଗରେ ଅସୁବିଧା ଦୂର ହେବ । ସପ୍ତାହ ମଝି : କଳହ ଯୋଗ ରହିଛି , ଏଣୁ ବାଦବିବାଦଠାରୁ ଦୂରେଇ ରୁହନ୍ତୁ । ସପ୍ତାହାନ୍ତ : ଅତି ସାଧାରଣ ରହିବ, କେବଳ ନିୟମିତ କର୍ମ କରନ୍ତୁ ।

ବିଛା : ସପ୍ତାହ ଆରମ୍ଭ : ଆର୍ଥିକ ଲାଭ ହେଇପାରେ , ତେବେ କାର୍ଯ୍ୟଭାର ବଢିବ । ସପ୍ତାହ ମଝି : ଆପଣଙ୍କୁ ସୁହାଇଲା ଭଳି ସମୟ , ମନରେ ବିଜୟୀ ଭାବ ଆସିପାରେ । ସପ୍ତାହାନ୍ତ : କଳହ, ବାଦବିବାଦ ହୋଇପାରେ ,ଏଣୁ ଏପରି ପରିସ୍ଥିତିରୁ ଦୂରେଇ ରୁହନ୍ତୁ ।

ଧନୁ : ସପ୍ତାହ ଆରମ୍ଭ : ଶୁଭ ଯୋଗ ରହିଛି , ପରକଥାରେ ପରିଚାଳିତ ନ ହୋଇ ନିଜ ବିବେକ ଅନୁସାରେ କାର୍ଯ୍ୟ କରନ୍ତୁ । ସପ୍ତାହ ମଝି : ସମୟ ସଂଘର୍ଷ ପୂର୍ଣ୍ଣ ରହିପାରେ , ତେବେ ଆପଣ ଧୈର୍ଯ୍ୟର ସହିତ ପାର କରିନେବେ । ସପ୍ତାହାନ୍ତ : ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହିତ ମିଳାମିଶା ହୋଇପାରେ, ଯାହା ଭବିଷ୍ୟତରେ କାମ ଦେବ ।

ମକର : ସପ୍ତାହ ଆରମ୍ଭ : ସତର୍କ ରୁହନ୍ତୁ, ଆର୍ଥିକ ବା ଶାରୀରିକ କ୍ଷତି ହୋଇପାରେ । ସପ୍ତାହ ମଝି : କାର୍ଯ୍ୟ ସିଦ୍ଧି ଯୋଗ ରହିଛି , ମନ ଖୁସି ରହିବ । ସପ୍ତାହାନ୍ତ : ଆର୍ଥିକ ଲାଭ ଓ ଲାଭକାରୀ ପ୍ରସ୍ତାବ ମିଳିପାରେ ।

କୁମ୍ଭ : ସପ୍ତାହ ଆରମ୍ଭ : ଭାଗ୍ୟ ସହାୟକ ଥିବାରୁ ଆଶାଠୁ ଅଧିକ ସଫଳତା ମିଳିବ । ସପ୍ତାହ ମଝି : ଅନାବଶ୍ୟକ ଖର୍ଚ୍ଚ ଯୋଗୁଁ ବିରକ୍ତ ହୋଇପାରନ୍ତି । ସପ୍ତାହାନ୍ତ : ମାନସିକ ଶାନ୍ତି ମିଳିବ ।

ମୀନ : ସପ୍ତାହ ଆରମ୍ଭ : ଯେଉଁ ନିଷ୍ପତ୍ତି ନେବେ ସେଥିରେ ସଫଳ ହେବେ । ସପ୍ତାହ ମଝି : କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ । ସପ୍ତାହାନ୍ତ : କୌଣସି କାରଣରୁ ମାନସିକ ଆଶାନ୍ତି ହୋଇପାରେ ।

#astrology #weeklyhoroscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon