• ବେତାର ବ୍ୟୁରୋ

ସାମ୍ନାକୁ ଆସିଲା ପାକିସ୍ତାନରେ ମିକା ସିଂଙ୍କ ଶୋ ଭିଡିଓ : ଟ୍ଵିଟରରେ ଟାହିଟାପରା


(ବେତାର ବ୍ୟୁରୋ) ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟିବା ପରେ ପାକିସ୍ତାନ ଏହାକୁ ବିରୋଧ କରି ଭାରତ ସହ ସମ୍ପର୍କ ଖରାପ କରିବାରେ ଲାଗିଛି । ଦୁଇ ଦେଶ ଭିତରେ ଏଭଳି ବିବଦୀୟ ସ୍ଥିତି ଲାଗି ରହିଥିବାବେଳେ ଭାରତୀୟ ଗାୟକ ମିକା ସିଂ ପାକିସ୍ତାନରେ ରହିବା ସହ ରବିବାର ସେଠାରେ ଏକ ବାହାଘର ପାର୍ଟିରେ ଗୀତ ଗାଉଥିବାର ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଏହାକୁ ନେଇ ମିକା ସିଂଙ୍କୁ ବହୁ ସଂଖ୍ୟାରେ ଫ୍ୟାନ ତଥା ଭାରତ ଓ ପାକିସ୍ତାନର ଅନେକ ଲୋକ ତୀବ୍ର ସମାଲୋଚନା କରିଛନ୍ତି ।

ମୁଶାରଫଙ୍କ ସମ୍ପର୍କୀୟ ପାର୍ଟିରେ ମିକା ସିଂ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ସମ୍ପର୍କୀୟଙ୍କ ଏକ ମେହେନ୍ଦି କାର୍ଯ୍ୟକ୍ରମର ମିକା ସିଂ ଯୋଗ ଦେଇଥିବା ଜଣାପଡିଛି । ସେଠାରେ ମିକା ଜୁମେ ବି ରାତ୍ ହୈ ଗୀତ ପଫର୍ମ କରୁଥିବା ଟୁଇଟରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ।

ପାକିସ୍ତାନର ଜଣାଶୁଣା ଜର୍ନାଲିଷ୍ଟ ନାୟଲା ଇନାୟତ ଟୁଇଟରେ ଏହି ଭିଡିଓ ଅପଲୋଡ କରିଛନ୍ତି । ଟୁଇଟରେ ସେ ଲେଖିଛନ୍ତି, ମୁଶାରଫ ପରଭେଜଙ୍କ ସମ୍ପର୍କୀୟଙ୍କ ମେହେନ୍ଦି ପ୍ରୋଗ୍ରାମରେ ମିକାଙ୍କର ପରଫରମାନ୍ସ ଦେଖି ଖୁସି । ଯଦି ଏହା ନୱାଜ ସରିଫଙ୍କ ସମ୍ପର୍କୀୟଙ୍କ ଘରେ ହୋଇଥାନ୍ତା ତେବେ ଗଦ୍ଦାରୀ ବା ଧୋକାବାଜର ହାଶଟ୍ୟାଗ ଚାଲିଥାନ୍ତା । ଏହାକୁ ନେଇ କଡା ସମାଲୋଚନାର ଶିକାର ହୋଇଛନ୍ତି ମିକା ।

ଜଣେ ୟୁଜର ଟୁଇଟ କରିଛନ୍ତି, ମିକାଙ୍କ କୌଣସି ଗୀତ କିମ୍ବା ଶୋ’କୁ ଭାରତୀୟମାନେ ଦେଖିବା ବନ୍ଦ କରିଦେବା ଉଚିତ । ଏହିପରି ଲୋକ ଟଙ୍କା ପାଇଁ କିଛି ବି କରି ପାରନ୍ତି । ଏମାନଙ୍କର କୌଣସି ଆତ୍ମ ସମ୍ମାନ କିମ୍ବା ଦେଶଭକ୍ତି ନ ଥାଏ ।

ଶ୍ରୁତି ନାଗପାଲ ନାମକ ଜଣେ ଭାରତୀୟ ଟୁଇଟ କରି କହିଛନ୍ତି, ଭାଇ ମିକା ସିଂ ମଣିଷର ଖରାପ ସମୟ ଆସେ ତାହା ମୁଁ ବୁଝିପାରୁଛି । ହେଲେ ଏତେ ଖରାପ ସମୟ ଆସିଗଲା ଯେ ତୁମେ ଭିକାରୀମାନଙ୍କ ପାଖକୁ ନିଜ କଳା ଦେଖେଇବାକୁ ଚାଲିଗଲ ।

କରଣ ଭୋରା ନାମକ ଜଣେ ବ୍ୟକ୍ତି ଟୁଇଟ କରିଛନ୍ତି, ମିକା ପାଜି ଆପଣ ତ ଗଦ୍ଦାର ବାହାରିଲେ । ଆପଣଙ୍କୁ ଦେଶ ବହୁତ କିଛି ଦେଇଛି ।

ଅନ୍ୟପକ୍ଷରେ ଜଣେ ପାକିସ୍ତାନୀ ଗାୟିକା ଟୁଇଟ କରିଛନ୍ତି, ଧର୍ମ ଓ ଦେଶଭକ୍ତି କେବଳ ଗରିବ ଲୋକଙ୍କ ପାଇଁ ଜରୁରୀ । ହେଲେ ଧନୀବ୍ୟକ୍ତିମାନେ ଭାରତୀୟଙ୍କୁ ଆଣି ଏଠାରେ ଶୋ' କରିପାରିବେ ।

#news #mikkasingh #bollywood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon