• ବେତାର ବ୍ୟୁରୋ

ବ୍ଲାକମେଲ୍ : ପ୍ରେମିକାଠାରୁ ଲୁଟୁଥିଲା ଯୁବକ ଗୋଟିଏ ପରେ ଗୋଟେ ସୁନା ଚେନ ; ଜାଣିଗଲେ ଘର ଲୋକେ ଆଉ ତାପରେ ..


(ବେତାର ବ୍ୟୁରୋ) ପ୍ରେମିକା ସହିତ ଅନ୍ତରଙ୍ଗ ମୂହୁର୍ତ୍ତର ଫୋଟୋ ଉଠାଇ ବ୍ଳାକମେଲ କରୁଥିଲା ଭୁବନେଶ୍ୱରରେ ପାଠ ପଢୁଥିବା ଇଂଜିନିୟରିଂ ଛାତ୍ର ଦେବୀପ୍ରସାଦ ପତି । ହେଲେ ଘଟଣା ସମ୍ପର୍କରେ ଯୁବତୀର ପରିବାର ଲୋକ ଜାଣିଗଲେ ଓ ଏହା ପରେ ଆରମ୍ଭ ହୋଇଥିଲା ଖୋଳତାଡ।

ନିଜ ରୁମକୁ ଡାକୁଥିଲା

କିଛି ମାସ ତଳେ ଦେବୀ ସହ ଜଣେ ଯୁବତୀଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହାପରେ

ରାଜଧାନୀରେ କୋଳଥିଆସ୍ଥିତ ନିଜ ରୁମରେ ମିଳାମିଶା ସମୟରେ ଦେବୀ ଚତୁରତାର ସହ ଯୁବତୀଙ୍କ କିଛି ଫଟୋ ଉଠାଇଥିଲା। କିଛି ଦିନ ପରେ ସେହି ଫଟୋ ଦେଖାଇ ଯୁବତୀଙ୍କୁ ବ୍ଲାକମେଲିଂ କରିବା ଆରମ୍ଭ କରିଥିଲା ଦେବୀ। ଟଙ୍କା ନ ଦେଲେ ଫଟୋ ଭାଇରାଲ୍‌ କରିଦେବ ବୋଲି କହିଥିଲା।ବାରମ୍ବାର ବ୍ଲାକମେଲିଂ କରି ସେ ଯୁବତୀଙ୍କଠାରୁ ୧୦ହଜାର ଟଙ୍କା ଓ ପାଖାପାଖି ୪୦ଗ୍ରାମ୍‌ ଓଜନର ସୁନାଗହଣା ଲୁଟି ନେଇଥିଲା।

ଯୁବତୀ ଘରେ ସନ୍ଦେହ

ଗୋଟିକ ପରେ ଗୋଟିଏ ଗହଣା ଗାଏବ୍‌ ହୋଇଯାଇଥିବାରୁ ଯୁବତୀଙ୍କ ପରିବାରଲୋକଙ୍କ ସନ୍ଦେହ ହୋଇଥିଲା। ଏ ସଂପର୍କ‌ରେ ଯୁବତୀଙ୍କୁ ପଚରାଉଚରା କରି ସତ ଜାଣିବା ପରେ ପରିବାରଲୋକେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା।

ସୋମବାର ଗିରଫ

ଶେଷରେ ପ୍ରେମିକାକୁ ବ୍ଲାକ୍‌ମେଲିଂ କରି ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିବା ଅଭିଯୋଗରେ ନୂଆପଲ୍ଲୀ ଥାନା କେନ୍ଦ୍ରପଡା ଅଞ୍ଚଳର ଦେବୀକୁ ଭୁବନେଶ୍ୱରରୂ ଗିରଫ କରିଛି।

ପୁଲିସ ତା’ଠାରୁ ୫ଟି ସୁନା ଚେନ୍‌, ୨ଟି ମୁଦି, ୨ଟି କାନଫୁଲ୍‌, ୧୦ ହଜାର ଟଙ୍କା ଓ ମୋବାଇଲ୍‌ ଜବତ କରିଛି।

#LoveCrime #Crime #OdishaNews

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon